ବ୍ରହ୍ମପୁର ଗଣଦୁଷ୍କର୍ମ ମାମଲା, ଗିରଫ ହେଲେ ପାଞ୍ଚ ଅଭିଯୁକ୍ତ

ନିଶା ଦେଇ ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲା । ଗିରଫ ହେଲେ ପାଞ୍ଚ ଅଭିଯୁକ୍ତ । ୫ ଯୁବକଙ୍କୁ ଗିରଫ କଲା ବୈଦ୍ୟନାଥପୁର ଥାନା ପୋଲିସ । ଏନେଇ ସୂଚନା ଦେଇଛନ୍ତି ଏସ୍‌ପି ସାର୍ଥକ ଷଡ଼ଙ୍ଗୀ । ଏସପିଙ୍କ କହିବା ଅନୁସାରେ ରାସ୍ତାରେ ଛିଡ଼ା ହୋଇଥିବା ବେଳେ ଜଣେ ଯୁବକ ଡାକିଥିଲେ ।

Crime

ନିଶା ଦେଇ ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲା । ଗିରଫ ହେଲେ ପାଞ୍ଚ ଅଭିଯୁକ୍ତ । ୫ ଯୁବକଙ୍କୁ ଗିରଫ କଲା ବୈଦ୍ୟନାଥପୁର ଥାନା ପୋଲିସ । ଏନେଇ ସୂଚନା ଦେଇଛନ୍ତି ଏସ୍‌ପି ସାର୍ଥକ ଷଡ଼ଙ୍ଗୀ । ଏସପିଙ୍କ କହିବା ଅନୁସାରେ ରାସ୍ତାରେ ଛିଡ଼ା ହୋଇଥିବା ବେଳେ ଜଣେ ଯୁବକ ଡାକିଥିଲେ । ପରେ ନିଶା ଦେଇ ଗଣଦୁଷ୍କର୍ମ କରିଥିଲେ ।

ଗିରଫ ହୋଇଥିବା ସମସ୍ତ ଯୁବକ ସାବାଳକ ଥିବା ଜଣା ପଡ଼ିଛି । କେହି ମଧ୍ୟ ଛାତ୍ରୀଙ୍କ ସହପାଠୀ ବା ବନ୍ଧୁ ନଥିଲେ । ଏକ ଘରୋଇ ମେସ୍‌କୁ ଛାତ୍ରୀଙ୍କୁ ଡାକି ପ୍ରଥମେ ନିଶା ଦେଇଥିଲେ । ପରେ ଜଣଙ୍କ ପରେ ଜଣେ ନିଶା ଦେଇ ଗଣଦୁଷ୍କର୍ମ କରିଥିଲେ ବୋଲି ଏସପି ସାର୍ଥକ ଷଡ଼ଙ୍ଗୀ କହିଛନ୍ତି ।

ଅଧିକ ପଢ଼ନ୍ତୁ: ସ୍କୁଲରୁ ଆଣିଲା; ବିଷ ଦେଇ ୨ଛୁଆଙ୍କ ଜୀବନ ନେଇଗଲା ବାପା

ଖବର ଅନୁସାରେ ବ୍ରହ୍ମପୁର ସହରରେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ହୋଇଥିଲା। ନିଶା ଦେଇ ଜଣେ ଯୁକ୍ତ ଦୁଇ ପଢ଼ୁଥିବା ନାବାଳିକା ଛାତ୍ରୀଙ୍କୁ ୮ ଜଣ ପୁରୁଷବନ୍ଧୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ୩ ଦିନ ତଳେ ଛାତ୍ରୀ ଜଣଙ୍କ ନିଜର ସହପାଠୀଙ୍କ ଘରକୁ ଯାଇଥିବା ବେଳେ ଏଭଳି ଲୋମହର୍ଷଣକାରୀ ଘଟଣା ଘଟିଥିବା ନେଇ ବୈଦ୍ୟନାଥପୁର ଥାନାରେ ଏନେଇ ଏତଲା ହୋଇଥିଲା ।

ତେବେ ବର୍ତ୍ତମାନ ନିକଟସ୍ଥ ଏକ ଘରୋଇ ମେସକୁ ଡାକି ଗଣଦୁଷ୍କର୍ମ କରାଯାଇଥିବା ଜଣା ପଡ଼ିଛି । ୮ ଜଣଙ୍କୁ ଅଟକ ରଖି ପୋଲିସ ତଦନ୍ତ ଜାରି ରଖିଥିଲା । ତେବେ ବର୍ତ୍ତମାନ ସୁଦ୍ଧା ୫ ଜଣଙ୍କୁ ଗିରଫ କରିନେଇଛି । ଅନ୍ୟପଟେ ନିର୍ବାଚନ ବେଳେ ଏପରି ଘଟଣା ସମସ୍ତଙ୍କୁ ଚମକାଇ ଦେଇଛି । ଏହି ଲୋମହର୍ଷଣକାରୀ ଘଟଣାକୁ ଚାପି ଦେବାକୁ ସବୁଆଡ଼ୁ ଉଦ୍ୟମ କରାଯାଉଛି । ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଘଟଣାଟି ଗତ ୩ ତାରିଖରେ ଘଟିଥିବା ବେଳେ ପାଞ୍ଚ ତାରିଖରେ ମାମଲା ରୁଜୁ ହୋଇଛି । ଏନେଇ ଅଧିକ ତଦନ୍ତ ଜାରି ରହିଛି ।