Advertisment

Alcohol Transport: ଫିଲ୍ମ ଷ୍ଟାଇଲ୍‌ରେ ମଦ ବୋଝେଇ ପିକ୍‌‌ଅପ୍ ଭ୍ୟାନ୍ ଜବତ, ମଦ ମାଫିଆ ଛାନିଆ

ଏହି ଘଟଣା ଆଠଗଡ ଅଞ୍ଚଳରେ ଅନ୍ଧାର ରାତିରେ ଘଟିଥିଲା । ବାଙ୍କି ଓ ଆଠଗଡ ଅବକାରୀ ବିଭାଗର ଟିମ୍ କଳାପଥରରୁ ନୟାଗଡ ଆଡକୁ ଯାଉଥିବା ପିକଅପ ଭ୍ୟାନକୁ ଗୋଡ଼େଇ ୪୫୫ ଲିଟର ଚୋରା ଦେଶୀ ମଦ ଜବତ କରିବା ସ‌ହ ମାମଲା ରୁଜୁ କରିଛି। ପ୍ରଶାସନ ଏହି ଘଟଣାକୁ ଅତି ସଂବେଦନଶୀଳ ଭାବେ ନେଇ ତଦନ୍ତ ଜାରି ରଖିଛି ।

ଅଦ୍ୟତନ ହୋଇଛି
ଫିଲ୍ମଷ୍ଟାଇଲ୍‌ରେ ମଦ ଜବତ

ଫିଲ୍ମଷ୍ଟାଇଲ୍‌ରେ ମଦ ଜବତ

Advertisment

ଅନ୍ଧାର ରାତରେ ଫିଲ୍ମ ଷ୍ଟାଇଲରେ ମଦ ବୋଝେଇ ପିକ୍ଅପ ଭ୍ୟାନକୁ ତଡୁଛି ଅବକାରୀ ବିଭାଗ ଗାଡ଼ି । ମଦ ବୋଝେଇ ଗାଡି ଉପରୁ ମଦ ଭର୍ତ୍ତି ହୋଇଥିବା ଜାରକିନ ଅବକାରୀ ଗାଡି ଉପରକୁ ଫିଙ୍ଗୁଛି ମଦ ମାଫିଆ। ଏ ଦୃଶ୍ୟ ଆପଣଙ୍କୁ ଫିଲ୍ମର ଦୃଶ୍ୟ ଭଳି ଲାଗିପାରେ । କିନ୍ତୁ ଏମିତି ଦୃଶ୍ୟ ବାସ୍ତବ ରୂପ ନେଇଛି ଆଠଗଡ଼ରେ।

Advertisment

ଏ ଦୃଶ୍ୟ ଯେକେହି ଦେଖିଲେ ଚକିତ ହେବ । ଆଠଗଡ ଅଞ୍ଚଳରେ ଘଟିଛି ଏଭଳି ଘଟଣା । ଆଠଗଡ ଅଞ୍ଚଳରୁ ମଦ ବୋଝେଇ ହୋଇଥିବା ପିକ୍ଅପ ଭ୍ୟାନଟି ବାଙ୍କି, କଳାପଥର ଦେଇ ନୟାଗଡ ଆଡକୁ ଯାଉଥିବା ବେଳେ ବାଙ୍କି ଅବକାରୀ ବିଭାଗ ଖବରପାଇ ପିଛା କରିଥଲେ। ତେବେ ବାଙ୍କି ଅବକାରୀ ଟିମକୁ ଚକମା ଦେଇ ମଦ ବୋଝେଇ ଗାଡିଟି ପୁଣି ଆଠଗଡ ତିଗିରିଆ ଅଞ୍ଚଳକୁ ଫେରି ଆସିଥିଲା।

ତେବେ ଏହି ସମୟରେ ପଛରୁ ଅବକାରୀ ଟିମ୍‌କୁ ଦେଖି ମଦ ମାଫିଆମାନେ ଗାଡ଼ି ଉପରକୁ ମଦ ଭର୍ତ୍ତି ଜାରକିନ ଫୋପାଡ଼ିଥିଲେ। ମାଫିଆମାନଙ୍କ ଉଦ୍ଦେଶ୍ୟ ଥିଲା ଜାରକିନ ଭୟରେ ଟିମ୍ ପଛକୁ ଫେରିବେ କିମ୍ବା ଗାଡ଼ି ସ୍ଲୋ କଲେ ସେମାନେ ଗାଡ଼ି ନେଇ ଫେରାର ହୋଇଯିବେ। 

Advertisment

ବାଙ୍କି ଅବକାରୀ ବିଭାଗ ଠାରୁ ଖବର ପାଇ ଆଠଗଡ ଅବକାରୀ ବିଭାଗ ଉଭୟ ମିଶି ୩ ରୁ ୪ ଘଣ୍ଟା ତଡିବା ପରେ ଗାଡି ଛାଡି ଫେରାର ହୋଇଗଲେ ମଦ ମାଫିଆ । ଗାଡିରୁ ୪୫୫ଲିଟର ଚୋରା ଦେଶୀ ମଦ ସହ ପିକ୍ଅପ ଭ୍ୟାନକୁ ଜବତ କରିଛି ଆଠଗଡ ଅବକାରୀ ବିଭାଗ। ମହିନ୍ଦ୍ରା ପିକ ଅପ୍ ଗାଡି ଯାହାର ରେଜିଷ୍ଟ୍ରସନ ନମ୍ବର ହେଉଛି OD-05-BT-3808 କୁ ବାଙ୍କୀ ଟି ସେତୁ ଠାରୁ ଗୋଡାଇ ଗୋଡାଇ ନୂଆପାଟଣା ଜଙ୍ଗଲ ମଧ୍ୟରୁ ଜବତ କରି ମାମଲା ରୁଜୁ କରା ଯାଇଛି। ତୁରନ୍ତ ମଦ ମାଫିଆ ମାନଙ୍କୁ ଗିରଫ କରାଯିବ ବୋଲି ଆଠଗଡ଼ ଅବକାରୀ ଉପ ଅଧିକ୍ଷକ କହିଛନ୍ତି।

ଏହି ଘଟଣା ପରେ ମଦ ମାଫିଆଙ୍କ ମଧ୍ୟରେ ଛାନିଆ ପଶିଛି। ତେବେ ଚଢ଼ଉ ପରେ ଏହି ମଦ ମାଫିଆମାନେ କିଛି ଦିନ ଚୁପ୍ ରହୁଥିବା ବେଳେ ପୁଣି କିଛି ଦିନ ପରେ ସେମାନଙ୍କ କାର୍ଯ୍ୟ ଆରମ୍ଭ କରୁଛନ୍ତି। ସୁତରାଂ ସେମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ଆବଶ୍ୟକତା ରହିଛି।  

Advertisment
Liquor Illegal Liquor Trade Liquor Mafia
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ