Advertisment

ପ୍ରେମରେ ମସଗୁଲ ପ୍ରେମିକା...ନୂଆ ପ୍ରେମିକ ପାଇଁ ପୁରୁଣା ପ୍ରେମିକକୁ ଶାବଳରେ କଲା ହତ୍ୟା !

ଘଟଣାର ତଦନ୍ତ କରି ପୋଲିସ ଜାଣିବାକୁ ଜାଣିବାକୁ ପାଇଥିଲା ଯେ ତ୍ରିକୋଣୀୟ ପ୍ରେମ ଜନିତ କାରଣରୁ ବୈଶ୍ୟାନନ୍ଦକୁ ହତ୍ୟା କରାଯାଇଛି । ତାଙ୍କୁ ଶାବଳ ଏବଂ କାଠ ଫାଳିଆରେ ମାଡ଼ ମାରି ହତ୍ୟା କରାଯାଇଛି ।

ଅଦ୍ୟତନ ହୋଇଛି
Woman kills boyfriend

Woman kills boyfriend

Advertisment

ପ୍ରେମିକା ନେଲା ପ୍ରେମିକର ଜୀବନ । ଦିନେ ଯାହାକୁ ଭଲ ପାଉଥିଲା ସାରା ଜୀବନ ସାଥୀରେ ରହିବ ବୋଲି କଥା ଦେଇଥିଲା ସେହି ନିଜେ ତା’ର ନୂଆ ପ୍ରେମିକୁ ପାଇ ତା’ର ପୁରୁଣା ପ୍ରେମିକକୁ ହତ୍ୟା କରିଛି । ଏପରି ଏକ ତ୍ରିକୋଣିୟ ପ୍ରେମର କରୁଣ ପରିଣତି ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା କିଆମୁଣ୍ଡା ଗାଁରେ । ନୂଆ ପ୍ରେମିକ ସହିତ ଯୁବତୀର ବାପା ଏବଂ ଭାଇ ମିଶି ଜଣେ ଯୁବକକୁ ହତ୍ୟା କରି ଗଛରେ ଝୁଲାଇ ଦେଇଥିବା ଅଭିଯୋଗ ହୋଇଛି ।

Advertisment

ଏହି ଘଟଣାରେ ଫିରିଙ୍ଗିଆ ଥାନା ପୋଲିସ ଜଣେ ଯୁବତୀ ସମେତ ୫ ଜଣଙ୍କୁ ଗିରଫ କରିଛି । ଫିରିଙ୍ଗିଆ ଥାନା IIC ତପନ କୁମାର ନାହାକଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ, ଗତ ୧୩ ତାରିଖ ଦିନ ଫିରିଙ୍ଗିଆ ଥାନା କିଆମୁଣ୍ଡା ଗ୍ରାମ ନିକଟବର୍ତ୍ତୀ ଜଙ୍ଗଲର ଏକ ଗଛରୁ ବୈଶ୍ୟାନନ୍ଦ ଦିଗାଲ ନାମକ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା ଏବଂ ତାକୁ ହତ୍ୟା କରାଯାଇଥିବା ନେଇଁ ତାଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯାଇଥିଲା ।

ଘଟଣାର ତଦନ୍ତ କରି ପୋଲିସ ଜାଣିବାକୁ ପାଇଥିଲା ଯେ ତ୍ରିକୋଣୀୟ ପ୍ରେମ ଜନିତ କାରଣରୁ ବୈଶ୍ୟାନନ୍ଦକୁ ହତ୍ୟା କରାଯାଇଛି । ତାଙ୍କୁ ଶାବଳ ଏବଂ କାଠ ଫାଳିଆରେ ମାଡ଼ ମାରି ହତ୍ୟା କରାଯାଇଛି । ପୋଲିସ ସନ୍ଦେହରେ ପ୍ରଥମେ ବୈଶ୍ୟାନନ୍ଦ ସହିତ ସମ୍ପର୍କ ଥିବା ଅଭିଯୋଗରେ ଗୁଜାକାଢ଼ୁଆ ଗ୍ରାମର ଚନ୍ଦ୍ରିକା ଦିଗାଲ ନାମକ ଯୁବତୀକୁ ଅଟକ ରଖି ପଚରାଉଚରା କରିବା ପରେ,ସେ ପୂର୍ବରୁ ବୈଶ୍ୟାନନ୍ଦ ସହିତ ସମ୍ପର୍କ ରଖିଥିଲା ଏବଂ ସେହି ସମ୍ପର୍କ ଛିନ୍ନ କରିବା ପାଇଁ ସେ ତାର ନୂଆ ପ୍ରେମିକ ସାହାଯ୍ୟରେ ତାକୁ ହତ୍ୟା କରିଥିବା ସ୍ୱୀକାର କରିଥିଲା ।

Advertisment

ହତ୍ୟାରେ ତାକୁ ତାର ବାପା ଗୁଜୁରା ଦିଗାଲ, ଭାଇ ସୋମନାଥ ଦିଗାଲ ଏବଂ ତାର ପ୍ରେମିକ ଯତୀନ ବଡ଼ସେଠ ଏବଂ ତାର ସହଯୋଗୀ ଅନନ୍ତ ମଲିକ ସହଯୋଗ କରିଥିବା କୁହାଯାଉଛି । ଘଟଣା ଦିନ ଅଭିଯୁକ୍ତ ମାନେ ବୈଶ୍ୟାନନ୍ଦକୁ ନିଜ ଘରେ ଶାବଳ ଓ କାଠ ଫାଳିଆରେ ମାରି ହତ୍ୟା କରିଥିଲେ,ତା'ପରେ ତାକୁ ନେଇଁ ଜଙ୍ଗଲର ଏକ ଗଛରେ ଝୁଲାଇ ଦେଇ ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରିଥିଲେ ।

ଏହି ଘଟଣା ଏବେ ସଂପୃକ୍ତ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ