Advertisment

‘ପୂର୍ବରୁ କି ଏବେ, କେବେ ବି ଗୋପାଳ ପାଗଳ ନଥିଲା’

ପୂର୍ବ ଶତ୍ରୁତାରୁ ନବ ଦାସଙ୍କୁ ମାରିଥିଲା ଗୋପାଳ? ୧୧୮ ଦିନ ପରେ ଦାଖଲ ହେଲା ଚାର୍ଜସିଟ୍‌ । ୫୪୩ ପୃଷ୍ଠାର ଚାର୍ଜସିଟ୍‌ କରିଛି ପୋଲିସ୍‌ ।

ଅଦ୍ୟତନ ହୋଇଛି
ASI Gopal Das

ASI Gopal Das

Advertisment

ନବଦାସ ହତ୍ୟା ମାମଲାର ଚାର୍ଜସିଟ୍‌ ଦାଖଲ କରିଛି କ୍ରାଇମବ୍ରାଞ୍ଚ । ରାଜ୍ୟର କ୍ୟାବିନେଟ୍‌ ମନ୍ତ୍ରୀଙ୍କ ହତ୍ୟା ହେବାର ପ୍ରାୟ ୧୧୮ ଦିନ ପରେ କ୍ରାଇମବ୍ରାଞ୍ଚ ଝାରସୁଗୁଡା ଜେଏମଏଫସି କୋର୍ଟରେ ଚାର୍ଜସିଟ୍‌ ଦାଖଲ କରିଛି । ପ୍ରାୟ ୫୪୩ ପୃଷ୍ଠାର ଚାର୍ଜସିଟ୍‌ ପୋଲିସ ଦାଖଲ କରିଥିବା ନେଇ ସୂଚନା ମିଳିଛି ।

Advertisment

କ୍ରାଇମବ୍ରାଞ୍ଚ ପକ୍ଷରୁ ଦାଖଲ ହୋଇଥିବା ଚାର୍ଜସିଟ୍‌ରେ ଉଲ୍ଲେଖ କରାଯାଇଛି ଯେ, ‘ନବଙ୍କ ପ୍ରତି ଗୋପାଳ ମନରେ ବ୍ୟକ୍ତିଗତ ଆକ୍ରୋଶ, ରାଗ ସୃଷ୍ଟି ହୋଇଥିଲା। ନବ ଦାସ ଓ ତାଙ୍କ ସମର୍ଥକଙ୍କ ପଟୁ ବିପଦ ଥିବା ଗୋପାଳ ଭାବୁଥିଲା। ଜୀବନ ପ୍ରତି ବିପଦ ଥିବା ଗୋପାଳ ମନରେ ଧାରଣା ସୃଷ୍ଟି ହୋଇଥିଲା। ତେଣୁ ନବଙ୍କୁ ହତ୍ୟା କରିବା ପାଇଁ ଗୋପାଳ ମନସ୍ଥ କରିଥିଲା।ହତ୍ୟା ପାଇଁ ସେ ଯୋଜନା ପ୍ରସ୍ତୁତ କରିଥିଲା ଓ ତାକୁ କାର୍ଯ୍ୟରେ ମଧ୍ୟ ଲଗାଇଥିଲା।’ ତେବେ ଗୋପାଳ ମନରେ କାହିଁକି ଏଭଳି ଆକ୍ରୋଶ ଥିଲା ? କେଉଁ କାରଣ ପାଇଁ ସେ ନବଙ୍କ ପଟୁ ବିପଦ ଆଶଙ୍କା କରୁଥିଲା, ଏସମ୍ପର୍କରେ ଚାର୍ଜସିଟ୍‌ରେ ଉଲ୍ଲେଖ କରାଯାଇ ନାହିଁ। 

ଖାଲି ଏତିକି ନୁହେଁ, ଚାର୍ଜସିଟ୍ ସମ୍ପର୍କିତ ପ୍ରେସ୍‌ ରିଲିଜ୍‌ରେ କ୍ରାଇମବ୍ରାଞ୍ଚ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମଧ୍ୟ ଦେଇଛି। ଗୋପାଳ ପାଗଳ ନଥିଲା ବୋଲି କ୍ରାଇମବ୍ରାଞ୍ଚ ସ୍ପଷ୍ଟ କରିଛି। ସମ୍ପୂର୍ଣ୍ଣ ସୁସ୍ଥ ମସ୍ତିଷ୍କରେ ଗୋପାଳ ହତ୍ୟା ଘଟାଇଥିବା କ୍ରାଇମବ୍ରାଞ୍ଚ କହିଛି। ‘ହତ୍ୟା ଘଟଣା ପରେ ଗୋପାଳ ପାଗଳ ଥିବା ତା’ର ପରିବାର କହିଥିଲେ। ବାଇପୋଲାର ଡିଜ୍‌ଅର୍ଡର ନେଇ ସେ ଔଷଧ ଖାଉଥିବା ମଧ୍ୟ କହିଥିଲେ। ଏନେଇ ପରୀକ୍ଷା ପାଇଁ DMETଙ୍କ ଦ୍ୱାରା ଏକ ମେଡିକାଲ ଟିମ୍ ଗଠନ ହୋଇଥିଲା। ତେବେ ମେଡିକାଲ ଟିମ୍ ପରୀକ୍ଷା କରି ଗୋପାଳର ମାନସିକ ବିଲକ୍ଷଣ ନଥିବା କହିଥିଲେ ବୋଲି କ୍ରାଇମବ୍ରାଞ୍ଚ କହିଛି। କ୍ରାଇମବ୍ରାଞ୍ଚ ପକ୍ଷରୁ ଆହୁରି କୁହାଯାଇଛି ଯେ,ସ୍ଥାନୀୟ ଲୋକ ଓ ସମ୍ପର୍କୀୟ କିନ୍ତୁ ଗୋପାଳ ସୁସ୍ଥ ଥିବା କହିଥିଲେ। ତଦନ୍ତ କାଳରେ ଗୋପାଳ ସହଯୋଗ କରୁଥିଲା ଓ ପ୍ରଶ୍ନର ଉତ୍ତର ଦେଉଥିଲା। ତଦନ୍ତରେ ସ୍ପଷ୍ଟ ହୋଇଥିଲା ଯେ ଗୋପାଳ ସୁସ୍ଥ ମନରେ ମାରିଥିଲା।

Advertisment

କ୍ରାଇମବ୍ରାଞ୍ଚ ଦାଖଲ କରିଥିବା ପ୍ରିଲିମିନାରୀ ଚାର୍ଜସିଟରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଥିବା ସୂଚନା ମିଳିଛି । ପୂର୍ବ ଶତ୍ରୁତା କାରଣରୁ ନବଙ୍କୁ ଗୋପାଳ ଦାସ ହତ୍ୟା କରିଥିବା ଚାର୍ଜସିଟ୍‌ରେ ଉଲ୍ଲେଖ ରହିଛି । ଏହାସହ ଚାର୍ଜସିଟ୍‌ରେ ଦଫା ୩୦୭, ୩୦୨ ଓ ୨୭(୧) ଆର୍ମସ ଆକ୍ଟ ବି ଲାଗିଛି । ତେବେ ଏହି ଦଫା ଗୋପାଳ ନାଁରେ ଲାଗିଛି ନା ଆଉ କାହା ନାଁରେ ଲାଗିଛି ତାହା ଏଯାଏଁ କିନ୍ତୁ ଜଣାପଡ଼ି ନାହିଁ । ନବଦାସ ହତ୍ୟାକାଣ୍ଡରେ ତଦନ୍ତ ଅଧିକାରୀଙ୍କୁ ମିଶାଇ ମୋଟ ୮୯ ଜଣ ସାକ୍ଷୀ ଥିବା ଚାର୍ଜସିଟ୍‌ରେ ଉଲ୍ଲେଖ ରହିଛି । ତେବେ ଚାର୍ଜସିଟରେ ଆଉ ସବୁ କ’ଣ ଉଲ୍ଲେଖ ରହିଛି ତାହା ପୂରା ସ୍ପଷ୍ଟ ହୋଇନାହିଁ। 

ପୂର୍ବ ଶତ୍ରୁତା ପାଇଁ ମନ୍ତ୍ରୀଙ୍କୁ ମାରିଦେଲା ଗୋପାଳ? ନାଁ ଏହା ପଛରେ ରହିଛି ଆଉ କିଛି କାରଣ? ମନ୍ତ୍ରୀ ନବଦାସ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ଯେଉଁ ତଥ୍ୟ ଦେଇଛି ତାହାକୁ ନେଇ ଏବେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । କାରଣ ପୂର୍ବ ଶତ୍ରୁତା ପାଇଁ ହତ୍ୟାକାଣ୍ଡ ହୋଇଥିବା ଚାର୍ଜସିଟ୍‌ରେ କୁହାଯାଇଛି । ଗତ ଜାନୁଆରୀ ୨୯ ତାରିଖରେ ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ପୋଲିସ ଏଏସଆଇ ଗୋପାଳ ଦାସ ନବଙ୍କୁ ଗୁଳି କରି ହତ୍ୟା କରିଥିଲା । ପ୍ରଥମେ ତାଙ୍କୁ ଝାରସୁଗୁଡ଼ା ଜେଲରେ ରଖିଯାଇଥିଲା । ପରେ ଚୌଦ୍ୱାର ଜେଲକୁ ସ୍ଥାନାନ୍ତର କରାଯାଇଛି ।

Advertisment

ତେବେ ନବ ଦାସ ହତ୍ୟାକାଣ୍ଡକୁ ନେଇ ରାଜ୍ୟ ରାଜନୀତି ବେଶ ସରଗରମ ହୋଇଥିଲା। ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଏହାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ଦେଇଥିଲେ ରାଜ୍ୟ ସରକାର । କିନ୍ତୁ କ୍ରାଇମବ୍ରାଞ୍ଚ ତଦନ୍ତକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଥିଲେ ବିରୋଧୀ। ସିବିଆଇ ଏହି ଘଟଣାର ତଦନ୍ତ କରୁ ବୋଲି ବିରୋଧୀ ଦାବି କରିଥିଲେ। ଆଉ ଏହାରିଏ ମଧ୍ୟରେ କ୍ରାଇମବ୍ରାଞ୍ଚ୍‌ କୋର୍ଟରେ ଦାଖଲ କରିଛି ଚାର୍ଜସିଟ୍‌ ।

Crime Branch Naba Das
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ