Advertisment

Beef Traders Arrested: ଗୋ-ମାଂସ ବେପାରୀଙ୍କ ମୁହଁରେ ଗୋବର ବୋଳି ଗାଁ ବୁଲାଇଲେ ଲୋକେ

ଏହି ଘଟଣାକୁ ନେଇ ସଂପୃକ୍ତ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ସହିତ ଉତ୍ତେଜନା ସୃଷ୍ଟି ହୋଇଥିଲା। ପରେ ପରେ ଗୋ-ମାଂସ ବେପାରୀ ବ୍ୟବହାର କରିଥିବା ଏକ ବାଇକକୁ ସ୍ଥାନୀୟ ଲୋକେ ଭାଙ୍ଗିଦେଇଥିଲେ। ଘଟଣାସ୍ଥଳରେ ଭିଡ଼ ବଢ଼ିବା ପରେ  କିଛି ଲୋକ ଦୁଇ ବେପାରୀଙ୍କ ସାର୍ଟ ଖୋଲି ମୁଁହ ଓ ଦେହରେ ଗୋବର ବୋଳି ଖାଲି ପାଦରେ ଚଲାଇ ଚଲାଇ ନେଇଥିଲେ।

ଅଦ୍ୟତନ ହୋଇଛି
ଗୋ-ମାଂସ ବେପାରୀ ଗିରଫ

ଗୋ-ମାଂସ ବେପାରୀ ଗିରଫ

Advertisment

ଲୋକଙ୍କ ହାତରେ ଧରାପଡ଼ି ବହେ ଛେଚା ଖାଇଲେ ଦୁଇ ଗୋ-ମାଂସ ବେପାରୀ । ଦେହରୁ ପୋଷାକ ଖୋଲି ଖାଲି ଦେହରେ ଚଲାଇ ଚଲାଇ ନେଲେ ଗ୍ରାମବାସୀ । ଧର୍ମୀୟ ଭାବନାକୁ ଆଘାତ ପହଞ୍ଚାଇ ଥିବା ଅଭିଯୋଗରେ ଦୁଇ ଗୋ ମାଂସ ବେପାରୀଙ୍କୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ମୟୂରଭଞ୍ଜ ଜିଲ୍ଲା ମୋରଡା ଥାନା ଅଧୀନ ଚିତ୍ରଡା ଫାଣ୍ଡି ଅଞ୍ଚଳରେ.ଦୁଇଜଣ ଗୋ ମାଂସ ବେପାରୀକୁ ଧରି ପୋଲିସ ହାତରେ ଦେଇଛନ୍ତି ଗ୍ରାମବାସୀ।

Advertisment

ମୋରଡା ବ୍ଲକ ଅଧୀନ ବାରମାଇଲ ଇଦର ଗ୍ରାମର ପିତାମ୍ବର ମୁଖୀ ଏବଂ ମୋହନପୁର ଗ୍ରାମର ସୁନାରାମ ମୁର୍ମୁ ନାମକ ଦୁଇଜଣ ଗୋ ମାଂସ ବେପାରୀ ଏକ ବାଇକ ଯୋଗେ ୪୦ କେଜିରୁ ଅଧିକ ଗୋମାଂସ ବାଲେଶ୍ଵର ଜିଲ୍ଲାରୁ ଆଣୁଥିବା ସମୟରେ ଭୋର ସମୟରେ ଚିତ୍ରଡା ପାଟପୁର ଛକରୁ ବଜରଙ୍ଗ ସେନାର ସଦସ୍ୟମାନେ ପିଛା ସେମାନଙ୍କୁ କାବୁ କରିଥିଲେ.।

ତେବେ ଏହି ଘଟଣାକୁ ନେଇ ସଂପୃକ୍ତ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ସହିତ ଉତ୍ତେଜନା ସୃଷ୍ଟି ହୋଇଥିଲା। ପରେ ପରେ ଗୋ-ମାଂସ ବେପାରୀ ବ୍ୟବହାର କରିଥିବା ଏକ ବାଇକକୁ ସ୍ଥାନୀୟ ଲୋକେ ଭାଙ୍ଗିଦେଇଥିଲେ। ଘଟଣାସ୍ଥଳରେ ଭିଡ଼ ବଢ଼ିବା ପରେ  କିଛି ଲୋକ ଦୁଇ ବେପାରୀଙ୍କ ସାର୍ଟ ଖୋଲି ମୁଁହ ଓ ଦେହରେ ଗୋବର ବୋଳି ଖାଲି ପାଦରେ ଚଲାଇ ଚଲାଇ ନେଇଥିଲେ। ରାଗରେ କିଛି ଲୋକ ମାଡ଼ ମାରିଥିବା ଦେଖିବାକୁ ମିଳିଛି। ତେବେ ପୋଲିସ ପହଞ୍ଚିବା ପରେ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା। 

Advertisment

ଘଟଣାସ୍ଥଳରେ ଚିତ୍ରଡା ଫାଣ୍ଡି ଅଧିକାରୀ ପହଞ୍ଚି ଉତ୍ତେଜିତ ଲୋକଙ୍କୁ ବୁଝାଶୁଝା କରି ପରିସ୍ଥିତି ନିୟନ୍ତ୍ରଣ କରି ପରେ ଦୁଇ ଗୋ ମାଂସ ବେପାରୀଙ୍କୁ ମୋରଡା ଥାନାକୁ ନେଇ ଆସିଥିବା ସୂଚନା ମିଳିଛି। ଲୋକଙ୍କ ଧର୍ମୀୟ ଭାବନାକୁ ଏଭଳି ଘଟଣା ବାରମ୍ବାର ଆଘାତ ପହଞ୍ଚାଉଥିବାରୁ ବଡ଼ଧରଣର ଅଘଟଣ ପୂର୍ବରୁ ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଭିନ୍ନ ମହଲରେ ଦାବି ହେଉଛି।

Cow Dung Paint Traders Beef
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ