Advertisment

ଜେଲ୍‌ରେ ମିଳୁଛି ଗଞ୍ଜେଇ ସାଙ୍ଗକୁ ଚିଲମ..ଦିନରାତି ଉଡୁଛି ଧୂଆଁ

ପ୍ରଥମେ ଖୋର୍ଦ୍ଧା, ପରେ ଟିଟିଲାଗଡ଼ ଆଉ ଏବେ ଚର୍ଚ୍ଚାରେ ରାଜ୍ୟ ରାଜଧାନୀର ଛାତି ଉପରେ ଥିବା ଝାରପଡ଼ା ଜେଲ୍। ଏଠି ବି କଏଦୀଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଆଉ ପୁଳା ପୁଳା ମାଦକ ଦ୍ରବ୍ୟର କାରବାର।

undefined

Jharpada Jail

Advertisment

ରାଜ୍ୟର ପ୍ରମୁଖ ଝାରପଡ଼ା ଜେଲରେ କମିଶନରେଟ୍ ପୋଲିସର ବଡ଼ ରେଡ୍। ମିଳିଲା ଗଞ୍ଜେଇ, ଚିଲମ୍ ସହ ବ୍ୟାପକ ପରିମାଣର ମାଦକ ଦ୍ରବ୍ୟ। ଜେଲ୍ ଭିତରେ ଗ୍ୟାଙ୍ଗୱାରର ଖବର ପରେ ଆକ୍ସନ ମୋଡକୁ ଆସି କମିଶନରେଟ ପୋଲିସ୍ ଖୋଲିଛି ରାଜଧାନୀର ଛାତି ଉପରେ ଥିବା କାରାଗାରର ଗୁମର। ସାମ୍ନାକୁ ଆସିଛି ଜେଲ୍ କର୍ତ୍ତୃପକ୍ଷ ଦାୟିତ୍ୱହୀନତା, ପଦାରେ ପଡ଼ିଛି ଦୋଷ ଦୁର୍ବଳତା। ଫଳରେ ବିଚାରାଧୀନ ବନ୍ଦୀଙ୍କ ପାଇଁ ଝାରପଡ଼ା ଜେଲ୍ ଯେ ସୁରକ୍ଷିତ, ସେନେଇ ପ୍ରଶ୍ନ ଉଠିଥିବାବେଳେ ଜେଲ୍ କର୍ତ୍ତୃପକ୍ଷଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

Advertisment

ପ୍ରଥମେ ଖୋର୍ଦ୍ଧା, ପରେ ଟିଟିଲାଗଡ଼ ଆଉ ଏବେ ଚର୍ଚ୍ଚାରେ ରାଜ୍ୟ ରାଜଧାନୀର ଛାତି ଉପରେ ଥିବା ଝାରପଡ଼ା ଜେଲ୍। ଏଠି ବି କଏଦୀଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଆଉ ପୁଳା ପୁଳା ମାଦକ ଦ୍ରବ୍ୟର କାରବାର। ଶେଷରେ ଆକ୍ସନ ମୋଡରେ କମିଶନରେଟ୍ ପୋଲିସ। ସମୟ ସକାଳ ସାଢେ ୫ଟା। ଦଳବଳ ଧରି ଝାରପଡା ସ୍ପେଶାଲ ଜେଲରେ ଏଣ୍ଟ୍ରି ମାରିଲେ ଭୁବନେଶ୍ୱର ଡିସିପି ପ୍ରତୀକ ସିଂ। ଚାଲିଲା ୩ ଘଣ୍ଟାର ନନଷ୍ଟପ୍ ରେଡ୍। ୫ଟି ସ୍ୱତନ୍ତ୍ର ବ୍ଲକ, ୩୫ଟି ପୁରୁଷ କଏଦୀ ୱାର୍ଡ, ୨୧ଟି ସ୍ୱତନ୍ତ୍ର ମହିଳା ୱାର୍ଡ, ରୋଷେଇ ଘର ଆଦି ସ୍ଥାନରେ ପଶି ତନ୍ନ ତନ୍ନ ଯାଞ୍ଚ ପରେ ସାମ୍ନାକୁ ଆସିଛି ନିଶା ଦ୍ରବ୍ୟ। ପୁଳା ପୁଳା ଗଞ୍ଜେଇ, ଚିଲମ ସହ ବ୍ୟାପକ ପରିମାଣର ସିଗାରେଟ, ବିଡି ଆଉ ଖଇନି। ସତ ଚେଷ୍ଟା ପରେ ବି ଆଉ ଲୁଚାଇପାରିଲେ ନାହିଁ ଜେଲ କର୍ତ୍ତୃପକ୍ଷ। ଶେଷରେ ଜେଲ୍ କର୍ତ୍ତୃପକ୍ଷଙ୍କୁ କଡ଼ା ତାଗିଦ୍ କରିଛନ୍ତି ଡିସିପି ପ୍ରତୀକ ସିଂ।

କେବେ ଗ୍ୟାଙ୍ଗୱାରକୁ ନେଇ ତ କେବେ ଅବାଧ ନିଶାଦ୍ରବ୍ୟ ପ୍ରବେଶକୁ ନେଇ ଚର୍ଚ୍ଚାରେ ରହିଛି ଝାରପଡ଼ା ଜେଲ୍। ଗତ ମାର୍ଚ୍ଚ ୧ ରେ ଡିଷ୍ଟ୍ରିକ୍ଟ ଲିଗାଲ୍ ସର୍ଭିସ ଅଥରିଟି-DLSA ଅଚାନକ ଚଢାଉ କରି ଯାହା ଦେଖିଥିଲେ, ତାଜୁବ ହୋଇଯାଇଥିଲେ। ଜେଲ୍ ଭିତରକୁ ଗଞ୍ଜେଇ ସହ ନିଶାଦ୍ରବ୍ୟର ଅବାଧ ପ୍ରବେଶକୁ ନେଇ ଜେଲ୍ ଡିଜିଙ୍କୁ ଚିଠି ଲେଖିଥିଲେ। ଏସବୁ ଭିତରେ ଏବେ ସାମ୍ନାକୁ ଆସିଛି ଗ୍ୟାଙ୍ଗୱାର।

Advertisment

ଗତକାଲି ଜେଲ୍ ଭିତରେ ଜଣେ କଏଦୀଙ୍କୁ ଗୋଟିଏ ଅପରାଧୀ ଗୋଷ୍ଠୀଙ୍କ ଆକ୍ରମଣ ପରେ ଜେଲରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ଉଠିଛି ପ୍ରଶ୍ନ। ସିସିଟିଭି ସର୍ଭେଲାନ୍ସରେ ଥିବା ଜେଲ୍ ଭିତରେ କାହା ଛତ୍ରଛାୟାରେ ସଂଗଠିତ ହେଉଛି ଅପରାଧିକ କାର୍ଯ୍ୟକଳାପ ? ଜେଲ୍ ଆଗରେ କଡ଼ା ପହରା ଦିଆଯାଉଛି ସତ, ତେବେ ଜେଲ୍ ଭିତରକୁ କାହା ମାଧ୍ୟମରେ ଯାଉଛି ମାଦକଦ୍ରବ୍ୟ ? ମିଲି ଭଗତରେ କଏଦୀ ଓ ଜେଲ୍ କର୍ତ୍ତୃପକ୍ଷ ଜେଲ୍ ମାନୁଆଲର ଧଜିଆ ଉଡ଼ାଉଛନ୍ତି କି ?

୨୦୨୨ର କଏଦୀ ପରିସଂଖ୍ୟାନ ତଥ୍ୟ କହୁଛି, ରାଜ୍ୟରେ ଏବେ ରହିଛି ୯୨ଟି ଜେଲ୍। କିନ୍ତୁ କୁହାଯାଉଛି, ଖୋର୍ଦ୍ଧା, ବଲାଙ୍ଗୀର, ଟିଟିଲାଗଡ, ଝାରପଡା ଭଳି ଅନେକ ଜେଲ ଏବେ ଅପରାଧୀଙ୍କ ଅପରେଟିଂ ପଏଣ୍ଟ ପାଲଟିଛି। ଯେଉଁଠି ବର୍ଷ ବର୍ଷ ଧରି ରହିବା ସହ ନିଜ ନିଜର ଗ୍ୟାଙ୍ଗ ଅପରେଟ କରୁଥିବା ସାମ୍ନାକୁ ଆସିଛି। ତେବେ ଝାରପଡ଼ା ଜେଲ୍ ସମେତ ରାଜ୍ୟର ଅନ୍ୟ ଜେଲ ଗୁଡ଼ିକରେ ଘଟୁଥିବା ଅଘଟଣକୁ ନେଇ କ୍ୟାମେରା ସାମ୍ନାରେ କିଛି କହିନଥିଲେ ମଧ୍ୟ ଜେଲ୍ ଡିଜି ସୂଚନା ଦେଇ କହିଛନ୍ତି, କୌଣସି ଜେଲରେ ବି ଯେକୌଣସି ଘଟଣା ଘଟୁଛି, ତା’ଉପରେ ଆମେ କାର୍ଯ୍ୟାନୁଷ୍ଠାନ ନେଉଛୁ। ଝାରପଡ଼ା ଜେଲରେ ଯେଉଁ ଘଟଣା ଘଟିଛି, ତାର ବିଭାଗୀୟ ତଦନ୍ତ କରୁଛୁ। ଯିଏ ଦୋଷୀ ଥିବ ତା ବିରୋଧରେ ଆକ୍ସନ ହେବ।

Advertisment
Ganja Seized Drug Peddlers Jharpada Jail Tobacco Products
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ