Tahasildar Injured
କାମାକ୍ଷାନଗର ପର୍ଜଙ୍ଗ ତହସିଲଦାରଙ୍କୁ ପିଟିଲେ ମାଟି ମାଫିଆ । ତହସିଲଦାର ସି.ଏସ୍ ପଟେଲଙ୍କ ମୁହଁ ଓ ମୁଣ୍ଡରେ ଆଘାତ ଲାଗିଥିବାର ସୂଚନା ମିଳିଛି । ଆକ୍ରମଣରେ ପର୍ଜଙ୍ଗ ଆର୍ଆଇ ଓ କନିଷ୍ଠ କିରାଣି ମଧ୍ୟ ଆହତ ହୋଇଛନ୍ତି । ଆହତ ୩ ଜଣଙ୍କୁ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଛି ।
ସୂଚନାନୁଯାୟୀ ପଥରଖମ୍ବ ଗାଁ ନିକଟରେ ବେଆଇନ ଭାବେ ଜେସିବି ଲଗାଇ ମାଟି ଖୋଳୁଥିବା ସମୟରେ ରେଡ଼ କରିଥିଲେ ତହସିଲଦାର । ରେଡ଼ ସମୟରେ ଫଟୋ ଉଠାଉଥିବା ବେଳେ ତହସିଲଦାରଙ୍କ ଗାଡି ଉପରକୁ ଜେସିବି ମେସିନରେ ଆକ୍ରମଣ କରାଯାଇଥିଲା । ଏଥିସହିତ ପାଖରେ ଥିବା ଗଛର ଡାଳରେ ମାଡ଼ ମାରିବା ସହିତ ସାର୍ଟକୁ ଘୋଷାଡି ଆକ୍ରମଣ କରିଥିଲେ ।
ଏଥିରେ ପରଜଙ୍ଗ ରାଜସ୍ୱ ନିରୀକ୍ଷକ ଆଲୋକ ଲେଙ୍କା ଓ ତହସିଲ ଅଫିସରେ କାର୍ଯ୍ୟରତ କନିଷ୍ଠ ପ୍ରେମାନନ୍ଦ ବେହେରା ବାରଣ କରିବାରୁ ତାଙ୍କୁ ମଧ୍ୟ ମାଡ଼ ମାରିଥିଲେ ଦୁଇ ଜଣ ଦୁର୍ବୁତ୍ତ । ଗୁରୁତର ଅବସ୍ଥାରେ ସମସ୍ତଙ୍କୁ କାମାକ୍ଷାନଗର ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ପରଜଙ୍ଗ ତହସିଲଦାରଙ୍କ ମୁଣ୍ଡ ,ମୁହଁ ଓ ହାତରେ ଗଭୀର ଆଘାତ ଲାଗିଥିବା ସୂଚନା ମିଳିଛି। ଏନେଇ କାମାକ୍ଷାନଗର ପୋଲିସର ତନାଘନା ଜାରି ରଖିଛି । ଘଟଣାସ୍ଥଳରୁ ଏକ ଟ୍ରାକ୍ଟର ଜବତ କରିଛି ପୋଲିସ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1685102955.jpg)