Advertisment

ACF ସୌମ୍ୟ ରଞ୍ଜନ ମୃତ୍ୟୁ ମାମଲା: ବୋହୂ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲେ ସୌମ୍ୟଙ୍କ ବାପା, ମା’

ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ଭିନ୍ନ ଭିନ୍ନ ତଥ୍ୟ ସାମ୍ନାକୁ ଆସୁଛି।

ଅଦ୍ୟତନ ହୋଇଛି
ACF ସୌମ୍ୟ ରଞ୍ଜନ ମୃତ୍ୟୁ ମାମଲା: ବୋହୂ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲେ ସୌମ୍ୟଙ୍କ ବାପା, ମା’

Paralakhemundi ACF Death

Advertisment

କଟକ: ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ଭିନ୍ନ ଭିନ୍ନ ତଥ୍ୟ ସାମ୍ନାକୁ ଆସୁଛି। ଆଜି ସୌମ୍ୟଙ୍କ ମା’ ଚାଞ୍ଚଲ୍ୟକର ଖୁଲାସା କରି କହିଛନ୍ତି, ‘ମୋ ପୁଅ ସହ ବୋହୂର ସମ୍ପର୍କ ନଥିଲା। ବର୍ଷକ ପର୍ଯ୍ୟନ୍ତ କୌଣସି ସମ୍ପର୍କ ରହିବ ନାହିଁ ବୋଲି ବାହାଘର ପରେ ଉଭୟଙ୍କ ଏଗ୍ରିମେଣ୍ଟ ହୋଇଥିଲା।ବାହାଘର ପୂର୍ବରୁ ବୋହୂ ଆଉ ଜଣକୁ ଭଲ ପାଉଥିଲା। ବାହାଘର ପରେ ମୁଁ ଏକଥା ଜାଣିଲି। ବୋହୂର ଖରାପ ଚରିତ୍ର।’। ଏସବୁ ଭିତରେ ଆଜି ଡିଜିପିଙ୍କୁ ଭେଟି  ସୌମ୍ୟଙ୍କ ବାପା ଅଭିରାମ ଦାବିପତ୍ର ଦେଇଛନ୍ତି। ଦାବି ପତ୍ରରେ ସେ ୩ ଜଣଙ୍କ ଲାଇ ଡିଟେକ୍ସନ୍ ଟେଷ୍ଟ ପାଇଁ ଅନୁରୋଧ କରିଛନ୍ତି। ଏହି ୩ ଜଣ ହେଲେ ବୋହୂ ବିଦ୍ୟାଭାରତୀ, DFO ଏବଂ ରୋଷେୟା।

Advertisment

ସମଗ୍ର ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ହେଉ ବୋଲି ମୃତ ସୌମ୍ୟଙ୍କ ବାପା ଦାବି କରିଛନ୍ତି। ଏଥିସହ ଗୁରୁତର ସୌମ୍ୟଙ୍କୁ ବ୍ରହ୍ମପୁର ପରିବର୍ତ୍ତେ କଟକ କାହିଁକି ନିଆଗଲା ବୋଲି ସେ ପ୍ରଶ୍ନ କରିଛନ୍ତି। ଖାଲି ସେତିକି ନୁହେଁ ବାଟରେ ଫରେଷ୍ଟ ଅଫିସ୍ ଆଗରେ ଆମ୍ବୁଲାନ୍ସ ଅଟକିବା ନେଇ ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି। ଘଟଣା ପଛରେ ସେ ଗଜପତିର ଜଣେ ମହିଳା ଇନ୍ସପେକ୍ଟରଙ୍କ ହାତ ରହିଥିବା  ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ସମ୍ପୃକ୍ତ ମହିଳା ଗଜପତିର ଏକ ଥାନାର IIC ଭାବେ ଅବସ୍ଥାପିତ। ସମ୍ପୃକ୍ତ ମହିଳା IIC ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ସଂପର୍କୀୟ। ସେ ହିଁ ଘଟଣା ଦିନ ରାସ୍ତାରେ ଆମ୍ବୁଲାନ୍ସ ଅଟକାଇଥିଲେ। ପ୍ରାୟ ଘଣ୍ଟାଏ କାଳ ଆମ୍ବୁଲାନ୍ସ ଅଟକାଇଥିବା ସୌମ୍ୟଙ୍କ ବାପା ଅଭିଯୋଗରେ ଉଲ୍ଲେଖ କରିଛନ୍ତି। ତେଣୁ ସମ୍ପୃକ୍ତ ମହିଳା IICଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ସେ ଦାବି କରିଛନ୍ତି। ଘଟଣାର ତଦନ୍ତ କରାଯାଉ ବୋଲି ଅଭିଯୋଗ ଆସିଥିବା ଥାନା ଅଧିକାରୀ କହିଛନ୍ତି।

ଅନ୍ୟପକ୍ଷେ, ଗଣମାଧ୍ୟମକୁ ମୃତ ସୌମ୍ୟଙ୍କ ମାମୁ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ଗଜପତି ପୋଲିସକୁ ସୌମ୍ୟଙ୍କ ମା’ ଦେଇଥିବା ବୟାନ ସଂପର୍କରେ ସୌମ୍ୟଙ୍କ ମାମୁ କହିଛନ୍ତି, ବାହାଘର ପରେ ବଲାଙ୍ଗିରରେ ଏକ ବ୍ୟାଚେଲର ପାର୍ଟିର ଆୟୋଜନ କରାଯାଇଥିଲା। ଉଭୟ ପତିପତ୍ନୀ ବଲାଙ୍ଗିର ଯାଇଥିଲେ। ହେଲେ ସୌମ୍ୟଙ୍କୁ ବିଦା କରି ଦେଲେ। ତେବେ ସୌମ୍ୟ ଫେରିବା ପରେ ତାଙ୍କୁ ଟଙ୍କା ମାଗିଥିଲେ ପତ୍ନୀ ବିଦ୍ୟାଭାରତୀ। ଟଙ୍କା ନଦେଲେ ଫଟୋ ପଠାଇବି କହି ଧମକ ମଧ୍ୟ ଦେଇଥିଲେ ବୋହୂ। କିଛି ସମୟ ପରେ ସୌମ୍ୟଙ୍କ ମୋବାଇଲକୁ ବୋହୂର ଖରାପ ଫଟୋ ଆସିଥିଲା। ଯାହା ଏବେ ମୋବାଇଲରେ ଅଛି।

Advertisment

ସୌମ୍ୟଙ୍କ ପରିବାର ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ, ସୌମ୍ୟ ଏବଂ ପତ୍ନୀ ବିଦ୍ୟାଭାରତୀଙ୍କ ମଧ୍ୟରେ ସମ୍ପତ୍ତିକୁ ନେଇ ଜୁଲାଇ ୯ ତାରିଖରେ ଏକ ଏଗ୍ରିମେଣ୍ଟ ହୋଇଥିଲା। ଏଥିରେ ସୌମ୍ୟଙ୍କ ଦରମା ଏବଂ ସମସ୍ତ ସମ୍ପତ୍ତି ବିଦ୍ୟାଭାରତୀଙ୍କ ନାଁରେ କରାଯାଇଥିବା ଉଲ୍ଲେଖ ରହିଛି।  ସେପଟେ ଘଟଣାର ତଦନ୍ତ ପାଇଁ ବାଲେଶ୍ୱର ଖଇରାରେ ପୋଲିସ ଟିମ୍ ପହଞ୍ଚିଛନ୍ତି। ଏହି ଟିମ୍ ଆଜି ସୌମ୍ୟଙ୍କ ପରିବାର ସଦସ୍ୟକୁ ଘଟଣା ବାବଦରେ ପଚରାଉଚରା କରିଛି। ଏହାପରେ ପୋଲିସ ମୟୂରଭଞ୍ଜର ଉଦଳାକୁ ଯିବ। ସେଠାରେ ସୌମ୍ୟ ରଞ୍ଜନଙ୍କ ପତ୍ନୀ ବିଦ୍ୟାଭାରତୀ ଏବଂ ପରିବାରର ଅନ୍ୟ ସଦସ୍ୟଙ୍କୁ ମଧ୍ୟ ପଚରାଉଚରା କରିବ। 

Advertisment
ACF Death Paralakhemundi ACF Death
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ