ACF ସୌମ୍ୟଙ୍କ ମୃତ୍ୟୁ ରହସ୍ୟରୁ ଉଠିବ ପରଦା ? DFOଙ୍କୁ ଜେରା କରାଯିବ,ଗଜପତି ଏସପିଙ୍କ ସୂଚନା

ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଡିଏଫଓଙ୍କୁ ପଚରାଉଚରା କରାଯିବ କହିଛନ୍ତି ଗଜପତି ଏସପି ।

Paralakhemundi ACF Death

News Summary

ଗଜପତି ଏସପି ତପନ ପଟ୍ଟନାୟକଙ୍କ ଗୁରୁତ୍ୱପୂର୍ଣ୍ଣ ସୂଚନା

ଡିଏଫ୍ଓଙ୍କୁ ପଚରାଉଚରା କରାଯିବ

ଏତଲାରେ DFOଙ୍କ ନାଁ ଥିବାରୁ ତାଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇଛି

ତଦନ୍ତରେ ଆମକୁ ସହଯୋଗ କରିବାକୁ କ୍ରାଇମବ୍ରାଞ୍ଚ ଟିମ୍ ଆସିଛନ୍ତି

ମୋବାଇଲ କଲ ଡିଟେଲ୍ସ ଆଦି ଯାଞ୍ଚ କରିବେ କ୍ରାଇମବ୍ରାଞ୍ଚ ଟିମ୍

ପାରଳାଖେମୁଣ୍ଡି : ଖୋଲିବ କି ମୃତ୍ୟୁର ରହସ୍ୟ ? DFOଙ୍କୁ ଜେରା କରାଯିବ । ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଡିଏଫଓଙ୍କୁ ପଚରାଉଚରା କରାଯିବ କହିଛନ୍ତି ଗଜପତି ଏସପି । ଏତଲାରେ DFOଙ୍କ ନାଁ ଥିବାରୁ ତାଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇଛି । ଠିକ ସମୟରେ ଡିଏଫଓଙ୍କୁ ପଚରାଉଚରା କରାଯିବ । କ୍ରାଇମବ୍ରାଞ୍ଚ ଟିମରେ ସାଇବର ଏକ୍ସପର୍ଟ ଅଛନ୍ତି । ତଦନ୍ତରେ ଅସହଯୋଗ କରିବାକୁ କ୍ରାଇମବ୍ରାଞ୍ଚ ଟିମ୍ ଆସିଛନ୍ତି । ମୋବାଇଲ କଲ ଡିଟେଲ୍ସ ଆଦି ଯାଞ୍ଚ କରିବ କ୍ରାଇମବ୍ରାଞ୍ଚ ।

ସେହିପରି ତଦନ୍ତ ଠିକ ଭାବେ ଚାଲିଛି ବୋଲି କହିଛନ୍ତି ଗଜପତି ଏସପି । ମୃତକଙ୍କ ଡାଇଂ ଡିକ୍ଲାରେସନ ରେକର୍ଡ ହୋଇଛି, ଭିଡିଓଗ୍ରାଫି ହୋଇଛି । ତେବେ ପୋଷ୍ଟମର୍ଟମ ରିପୋର୍ଟ ଏଯାଏ ମିଳିପାରିନି । ଏହା ଏକ ଜଟିଳ ମାମଲା, ସବୁ ଦିଗକୁ ନେଇ ତଦନ୍ତ କରାଯାଉଛି ବୋଲି କହିଛନ୍ତି ଏସପି । ସେହିଭଳି ଗୁରାଣ୍ଡି ଥାନା ଓଆଇସି ମମତା ପଣ୍ଡାଙ୍କୁ ମଧ୍ୟ ପଚରାଉଚରା କରାଯିବ । କେଉଁ ପରିସ୍ଥିତିରେ ଆମ୍ବୁଲାନ୍ସ ଅଟକା ଯାଇଥିଲା ସେ ନେଇ ପଚରାଯିବ । କେଉଁ ପରିସ୍ଥିତିରେ ଓ କଣ ପାଇଁ ସେ ସେଠାକୁ ଆସିଥିଲେ, କାରଣ ଆସିବାକୁ ବିଭାଗୀୟ ନିର୍ଦ୍ଦେଶ ନଥିଲା ବୋଲି ସ୍ପଷ୍ଟ କରିଛନ୍ତି ଏସପି ।

ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଂଜନଙ୍କ ମୃତ୍ୟୁ ଘଟଣାକୁ ୯ ଦିନରୁ ଅଧିକ ସମୟ ବିତିଲାଣି । ତଥାପି ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହୋଇପାରିନି । ପୋଲିସ ତଦନ୍ତକୁ ଜୋରଦାର କରିଥିବା ବେଳେ ଏଥିରେ ସହଯୋଗ କରୁଛି କ୍ରାଇମବ୍ରାଞ୍ଚ ଟିମ୍ । କ୍ରାଇମବ୍ରାଞ୍ଚର ୪ଜଣିଆ ଟିମ୍ ଆଜି ଗଜପତି ଏସପି ତପନ କୁମାର ପଟ୍ଟନାୟକଙ୍କୁ ଭେଟି ମାମଲାର ତଦନ୍ତ ସମ୍ପର୍କରେ ଆଲୋଚନା କରିଛନ୍ତି । ତେବେ ସୌମ୍ୟଙ୍କ ସରକାରୀ ବାସଭବନରୁ ଏକ କମଳା ରଙ୍ଗର ଚିଠି ମିଳିଥିବା ସୂଚନା ଦେଇଛନ୍ତି ।

ସୌମ୍ୟଙ୍କ ଭାଇ ସେ ସଂପୃକ୍ତ ଚିଠିର ଫଟୋ ଗଣମାଧ୍ୟମକୁ ଦେଇଛନ୍ତି । ଏଥିରେ ଜଣେ ଅନ୍ୟଜଣଙ୍କୁ ଘୃଣା କରୁଥିବା ଓ ଭୁଲ ନିଷ୍ପତ୍ତି ନେଇଥିବା ଲେଖାଯାଇଛି । ଏମିତିକି କ୍ଷମା କରିଦେବାକୁ ମଧ୍ୟ ଉଲ୍ଲେଖ ରହିଛି । ତେବେ ଏହି ଚିଠି କିଏ କାହା ଉଦ୍ଦେଶ୍ୟରେ ଲେଖିଛି ତାହା ସ୍ପଷ୍ଟ ହୋଇନାହିଁ ।

ସେହିପରି ସୌମ୍ୟରଞ୍ଜନ ମହାପାତ୍ରଙ୍କ ଘରୁ ମିଳିଥିବା କାଗଜ ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି ବିଦ୍ୟାଭାରତୀ । କାହାକୁ ଆକ୍ଷେପ କରି ଏମିତି ଲେଥିନାହିଁ । ମନ ଖରାପ ଥିବା ବେଳେ ଯାହା ମନକୁ ଆସେ ଲେଖେ ବୋଲି ଆସେ କହିଛନ୍ତି । ମେଡିକାଲକୁ ଗଲାବେଳେ ହାତରେ କୌଣସି ଲାଲ୍ ପୁଟୁଳା ନୁହେଁ ଗାମୁଛା ଧରିଥିବା କହିଛନ୍ତି । ଅନ୍ୟପକ୍ଷରେ ସୌମ୍ୟଙ୍କର ସେମିତି କିଛି ସମ୍ପତ୍ତି ନଥିବା କହିଛନ୍ତି ବିଦ୍ୟାଭାରତୀ । ସୌମ୍ୟଙ୍କ ସମ୍ପତ୍ତି ବାବଦରେ କେବେ ଆଲୋଚନା ହୋଇ ନଥିଲା ଏଥିସହ ସୌମ୍ୟଙ୍କ ମା ଆଣିଥିବା ଅଭିଯୋଗ ଆଗରୁ କାହିଁକି କହୁନଥିଲେ ବୋଲି ସେ ପ୍ରଶ୍ନ କରିଛନ୍ତି ।