Advertisment

ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ଆସିଲା ଲାଏ ଡିଟେକ୍ସନ ରିପୋର୍ଟ

ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାର ତଦନ୍ତ ପ୍ରକ୍ରିୟା ଆଉ ଗୋଟିଏ ପାଦ ଆଗେଇଛି। ପାରଳାଖେମୁଣ୍ଡି DFO, ରୋଷେୟା ଓ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ଲାଏ ଡିଟେକ୍ସନ ରିପୋର୍ଟ ଆସିଛି। ୩ ଜଣଙ୍କ ଲାଏ ଡିଟେକ୍ସନ ରିପୋର୍ଟ କ୍ରାଇମବ୍ରାଞ୍ଚ ପାଖକୁ ଆସିଛି।

ଅଦ୍ୟତନ ହୋଇଛି
Paralakhemundi ACF Death

Paralakhemundi ACF Death

Advertisment

ଭୁବନେଶ୍ୱର:ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାର ତଦନ୍ତ ପ୍ରକ୍ରିୟା ଆଉ ଗୋଟିଏ ପାଦ ଆଗେଇଛି। ପାରଳାଖେମୁଣ୍ଡି DFO, ରୋଷେୟା ଓ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ଲାଏ ଡିଟେକ୍ସନ ଟେଷ୍ଟ ରିପୋର୍ଟ କ୍ରାଇମବ୍ରାଞ୍ଚ ପାଖକୁ ଆସିଛି। 

Advertisment

ପୂର୍ବ ବୟାନ ଓ ଲାଏ ଡିଟେକ୍ସନ ଟେଷ୍ଟ ରିପୋର୍ଟକୁ ନେଇ ଏବେ କ୍ରାଇମ୍‌ବ୍ରାଞ୍ଚ ତର୍ଜମା କରୁଛି। ଉଭୟର ତର୍ଜମା ପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜଣାପଡ଼ିଛି। ସେପ୍ଟେମ୍ବର ୨୦ରେ ଭୁବନେଶ୍ୱର ସ୍ଥିତ ଷ୍ଟେଟ୍ ଫୋରେନ୍ସିକ୍ ସାଇନ୍ସ ଲାବୋରେଟୋରିରେ ବିଦ୍ୟାଭାରତୀଙ୍କ ଲାଏ ଡିଟେକ୍ସନ ଟେଷ୍ଟ ହୋଇଥିଲା । ଲାଏ ଡିଟେକ୍ସନ ଟେଷ୍ଟ ବେଳେ ବିଦ୍ୟାଙ୍କୁ ଫୋରେନସିକ୍ ଅଧିକାରୀ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ପଚାରିଥିଲେ ବୋଲି ଜଣାପଡ଼ିଛି। ।  

ବିଦ୍ୟାଭାରତୀଙ୍କ ଲାଏ ଡିଟେକ୍ସନ ଟେଷ୍ଟ ହେବା ପୂର୍ବରୁ ଡିଏଫ୍ଓ ସଂଗ୍ରାମ ବେହେରା ଓ ରୋଷେୟା ମନ୍ମଥ କୁମ୍ଭଙ୍କର ଲାଏ ଡିଟେକ୍ସନ ଟେଷ୍ଟ ହୋଇଥିଲା। ପୂର୍ବରୁ ହୋଇଥିବା ଦୁଇ ଦୁଇ ଥର ଜେରାରେ ଉଭୟେ କେତେ ସତ କହିଛନ୍ତି, କେତେ ସତ ଢୋକିଛନ୍ତି, ସେସବୁ ଧରିବାକୁ ଦୁହିଁଙ୍କର ଅଲଗା ଅଲଗା ହୋଇଥିଲା ଲାଇଡିଟେକ୍ସନ୍ ଟେଷ୍ଟ।

Advertisment

ଏସିଏଫ୍ ସୌମ୍ୟଙ୍କ ମୃତ୍ୟୁକୁ ୭୫ ଦିନରୁ ଅଧିକ ବିତିଗଲାଣି। ତଦନ୍ତ ପରେ ତଦନ୍ତ ଚାଲିଥିଲେ ସୁଦ୍ଧା ସେଥିରୁ କ’ଣ ମିଳିଛି କ’ଣ ନାହିଁ ସେମାନେ କିଛି ବି ଜାଣି ନାହାନ୍ତି ବୋଲି ସୌମ୍ୟଙ୍କ ବାପା ଅଭିରାମ ମହାପାତ୍ର କହିଛନ୍ତି। ତେଣୁ ସୌମ୍ୟଙ୍କ ବାପା କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରେ ପହଞ୍ଚି ଏଡିଜି ସଞ୍ଜୀବ ପଣ୍ଡାଙ୍କୁ ଭେଟି ପୁଣିଥରେ ମୂଳରୁ ତଦନ୍ତ ପାଇଁ ଦାବି କରିଛନ୍ତି। ସେହିପରି  ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କୁ ଗିରଫ କରାଯିବା ସହ ନିରପେକ୍ଷ ତଦନ୍ତ ପାଇଁ ପୂର୍ବତନ ଓଆଇସି ମମତା ପଣ୍ଡା, ଆଇଆଇସି ବିବେକାନନ୍ଦ ସ୍ୱାଇଁ ଓ ଡିଏଫ୍ଓଙ୍କ ସମେତ ଏହି ମାମଲାରେ ଜଡ଼ିତ ବ୍ୟକ୍ତିଙ୍କ ବଦଳି କରାଯାଉ ବୋଲି ସୌମ୍ୟଙ୍କ ବାପା ଦାବିପତ୍ର ପ୍ରଦାନ କରିଛନ୍ତି। ପାରଳାଖେମୁଣ୍ଡିରୁ ତଦନ୍ତ ଆରମ୍ଭ ହେଲେ ସବୁ ସତ ସମ୍ନାକୁ ଆସିବ ବୋଲି ସୌମ୍ୟଙ୍କ ବାପା କହିଛନ୍ତି।

Advertisment
ACF Death Soumya Ranjan Mohapatra Paralakhemundi ACF Death
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ