Advertisment

ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ନୂଆ ମୋଡ଼, ସାମ୍ନାକୁ ଆସିଲା ଆଉ ଏକ ହାତଲେଖା ଚିଠି

ପୂର୍ବରୁ ଦୁଇ ଦୁଇଟି ହାତଲେଖା ଚିଠି ସାମ୍ନାକୁ ଆସିଥିବା ବେଳେ ଏବେ ଆଉ ଏକ ହାତ ଲେଖା ଚିଠି ସାମ୍ନାକୁ ଆସିଛି। ପୂର୍ବରୁ ସାମ୍ନାକୁ ଆସିଥିବା ୨ଟି ଚିଠି ମଧ୍ୟରୁ ଗୋଟିଏ ସୌମ୍ୟଙ୍କ ଡାଏରୀର ବୋଲି କୁହାଯାଉଥିବା ବେଳେ ଅନ୍ୟ ଏକ ଲେଖା ନିଜେ ବିଦ୍ୟାଭାରତୀ ଅର୍ଥାତ୍‌ ସୌମ୍ୟଙ୍କ ପତ୍ନୀ ଲେଖିଥିବା କହୁଛନ୍ତି ।

ଅଦ୍ୟତନ ହୋଇଛି
ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ନୂଆ ମୋଡ଼, ସାମ୍ନାକୁ ଆସିଲା ଆଉ ଏକ ହାତଲେଖା ଚିଠି

Paralakhemundi ACF death

Advertisment

ପାରଳାଖେମୁଣ୍ଡି: ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲା ନୂଆ ମୋଡ଼ ନେଉଥିବା ବେଳେ ଦିନକୁ ଦିନ ନୂଆ ତଥ୍ୟ ମଧ୍ୟ ସାମ୍ନାକୁ ଆସୁଛି। ପୂର୍ବରୁ ଦୁଇ ଦୁଇଟି ହାତଲେଖା ଚିଠି ସାମ୍ନାକୁ ଆସିଥିବା ବେଳେ ଏବେ ଆଉ ଏକ ହାତ ଲେଖା ଚିଠି ସାମ୍ନାକୁ ଆସିଛି। ପୂର୍ବରୁ ସାମ୍ନାକୁ ଆସିଥିବା ୨ଟି ଚିଠି ମଧ୍ୟରୁ ଗୋଟିଏ ସୌମ୍ୟଙ୍କ ଡାଏରୀର ବୋଲି କୁହାଯାଉଥିବା ବେଳେ ଅନ୍ୟ ଏକ ଲେଖା ନିଜେ ବିଦ୍ୟାଭାରତୀ ଅର୍ଥାତ୍‌ ସୌମ୍ୟଙ୍କ ପତ୍ନୀ ଲେଖିଥିବା କହୁଛନ୍ତି । ଏସବୁ ଭିତରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ହାତ ଲେଖା ଚିଠି ସାମ୍ନାକୁ ଆସିଛି। ଏହି ଚିଠିଟି ବିଦ୍ୟାଭାରତୀଙ୍କ ହାତ ଲେଖା ହୋଇଥିବା ଅନୁମାନ କରଯାଉଛି। ଚିଠିରେ ପ୍ରଚୁର ଘୃଣା ସହ ସେ ଡିଭୋର୍ସ ଚାହୁଁଥିବା ଲେଖା ଯାଇଛି।

Advertisment

ଏବେ ସାମ୍ନାକୁ ଆସିଥିବା ଚିଠିରେ ଲେଖା ଯାଇଛି- ‘ହେ ଭଗବାନ, କିଛି ବି କରି ଡିଭୋର୍ସ କରେଇ ଦିଅ। ପ୍ରଭୁ ବାବା ସାଇ ତୁମ ପାଖରେ ଋଣୀ ରହିଯିବି। ଯାଇକି ପୁରୀ ମନ୍ଦିରରେ ଦାସୀ ହୋଇକି ରହିବି। କିନ୍ତୁ ପ୍ଲିଜ୍‌ କିଛି ବି କରି ଡିଭୋର୍ସ କରିଦିଅ। ଭଗବାନ, ମୋ ଦୁଶ୍‌ମନକୁ ଏମିତି ଲୋକ ଗୁଟେ ନ ଦିଅନ୍ତୁ। ଏତେ ଦୁଃଖରେ କହିଲି, ତଥାପି ମୋ ଆଖି ଲୁହ ଦେଖା ଗଲାନି। ଏମିତିଆ ମଣିଷ ମୋ ଜୀବନରେ ଦେଖିନି’ ବୋଲି ଚିଠିରେ ଲେଖାଯାଇଛି।

Advertisment

ସେପଟେ ସାମ୍ନାକୁ ଆସିଛି ବିଦ୍ୟାଭାରତୀଙ୍କ ବଲାଙ୍ଗିର ଲିଙ୍କ୍। ଚଳିତ ଏପ୍ରିଲ ୩ରୁ ୧୩ ଯାଏ ବଲାଙ୍ଗିର ପରୀକ୍ଷା ଦେବାକୁ ଯାଇଥିଲେ ମୃତ ACFଙ୍କ ପତ୍ନୀ । ପରୀକ୍ଷା ସରିବା ପରେ ବାହାଘର ହୋଇଥିବାରୁ ସାଙ୍ଗମାନଙ୍କୁ ଲଞ୍ଚ୍ ଦେବାକୁ ଚାହିଁ ଥିଲେ। ତେବେ ହଷ୍ଟେଲରେ ଭୋଜି ମନା, କେବଳ ଖର୍ଚ୍ଚ ସ୍ପୋନସରିଂ ପାଇଁ କହିଥିଲେ ଇନଷ୍ଟିଚ୍ୟୁଟ ମୁଖ୍ୟ । ଆଉ ତା’ପରେ ଅନୁମତି କ୍ରମେ ସାଙ୍ଗସାଥୀଙ୍କୁ ଲଞ୍ଚ୍ ଦେଇଥିଲେ । ୨୦୨୧, ଏପ୍ରିଲ ୧୧ରେ ହଷ୍ଟେଲରେ ଲଞ୍ଚ୍ ସ୍ପୋନସରିଂ କରିଥିଲେ ବିଦ୍ୟା ।

ଧାରା ୪୧ ଅନୁସାରେ କୌଣସି ଲୋକ ବିରୋଧରେ ଧର୍ତ୍ତବ୍ୟ ଅପରାଧ ମାମାଲା ରୁଜୁ ହୋଇଥିଲେ କିମ୍ବା ସନ୍ଦେହ ଘେରରେ ଥିଲେ ପୋଲିସ ତାଙ୍କୁ ଗିରଫ କରିପାରିବେ। ତେଣୁ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ବିଦ୍ୟାଭାରତୀଙ୍କୁ ତୁରନ୍ତ ଗିରଫ କରାଯାଉ ବୋଲି ସୌମ୍ୟଙ୍କ ପରିବାର ପକ୍ଷରୁ ନିୟୋଜିତ ହୋଇଥିବା ଓକିଲ କହିଛନ୍ତି

Advertisment
Paralakhemundi ACF Death
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ