Video of doctor negotiating with shipping agent surfaces
ପାରାଦୀପ ଡାକ୍ତର ରାଜେନ୍ଦ୍ର ନାରାୟଣ ପାଣିଗ୍ରାହୀଙ୍କ କଳା କାରବାରର ଗୁମର ଧିରେ ଧିରେ ଖୋଲିବାରେ ଲାଗିଛି । ଜାହାଜର କ୍ୟାପଟେନ୍ ଠୁ ଆରମ୍ଭ କରି କ୍ରୁ ମେମ୍ବର ଯାଏ ସମସ୍ତଙ୍କଠୁ ସେ ଲାଞ୍ଚ ନେଉଥିଲେ । କାହାଠୁ ଦାମୀ ବିଦେଶୀ ମଦ ଓ ସିଗାରେଟ୍ ତ ଆଉ କାହାଠୁ ଡଲାର୍ ।
ଜାହାଜ ପାରାଦୀପରେ ଲାଗିବା ପରେ ତଳକୁ ଓହ୍ଲାଇବାକୁ କ୍ଲିଏରାନ୍ସ ସାର୍ଟିଫିକେଟ୍ ଆବଶ୍ୟକ ଥିଲା । ଆଉ ଏହା ଦେବାକୁ କେମିତି ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ଲାଞ୍ଚ ମାଗୁଥିଲେ ଡାକ୍ତର ଏହାର ଏକ ଅଡିଓ ଏବେ ଭାଇରାଲ୍ ହେଉଛି ।
କରୋନା କ୍ଲିୟରାନ୍ସ ସାର୍ଟିଫିକେଟ୍ ପାଇଁ ଡାକ୍ତର ରାଜେନ୍ଦ୍ର ଲାଞ୍ଚ ନେଉଥିବା ଅଭିଯୋଗ ପରେ ସିବିଆଇ ବିଭିନ୍ନ ସ୍ଥାନରେ ଘନ ଘନ ରେଡ୍ କରିଥିଲା । ରେଡ୍ ବେଳେ କୋଟିଏରୁ ଅଧିକ ଟଙ୍କାର ସମ୍ପତ୍ତି ଜବତ ହୋଇଥିଲା । ପାରାଦୀପର ଦୁଇଟି ଘରୁ ଲକ୍ଷ ଲକ୍ଷ ଟଙ୍କାର ଦାମୀ ବିଦେଶୀ ମଦ ଓ ସିଗାରେଟ ମିଳିଥିଲା ।
୫୦ ହଜାର ଲାଞ୍ଚ ନେଇ ଡାକ୍ତର ରାଜେନ୍ଦ୍ର ଧରାପଡ଼ିଥିଲେ। କୋଭିଡ କ୍ଲିୟରାନ୍ସ ପାଇଁ ସେ ଏହି ଲାଞ୍ଚ ନେବାବେଳେ ଧରାପଡ଼ିଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/s_1697359756.jpg)