ଚନ୍ଦନ ଲଗାଇ ଦେଲେ ବ୍ରାହ୍ମଣ, ରାଗରେ ମା’କୁ ହାଣି ବୀଭତ୍ସ ଭାବେ ହତ୍ୟା କଲା ପୁଅ

ଲକ୍ ଥାନା ଭୂତମୁଣ୍ଡାଇ କୁମାରସାହିରେ ଅଭାବୀନୟ ଘଟଣା

murder

ଜନ୍ମଦାତ୍ରୀର ଜୀବନ ନେଇଗଲା ପୁଅ । ପାରାଦୀପ ଲକ ଥାନା ଅନ୍ତର୍ଗତ ଭୁତମୁଣ୍ଡାଇ ଗ୍ରାମ କୁମ୍ଭାର ସାହିରେ ହତ୍ୟାକାଣ୍ଡ । ମା’କୁ କଟୁରିରେ ହାଣି ହତ୍ୟା କରିଛି ପୁଅ । ଆଜି ସକାଳ ପ୍ରାୟ ସାଢେ ୫ଟାରେ ଏହି ଘଟଣା ଘଟିଛି । ଏନେଇ ଖବର ଦେବାପରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ପୋଲିସ୍‌ ।   

ମୃତକ ସୁଲୋଚନା ଦେବୀ ପାରାଦୀପଗଡ ହାଇସ୍କୁଲର ଜଣେ ସହକାରୀ ଶିକ୍ଷୟିତ୍ରୀ ବୋଲି ଜଣାପଡ଼ିଛି । ଆକ୍ରମଣକାରୀ ପୁଅ ଅଂଶୁମାନ ବେହେରା ଜଣେ ମାନସିକ ରୋଗୀ ବୋଲି କୁହାଯାଉଛି । ସୁଲୋଚନା ଦାଣ୍ଡ ପିଣ୍ଡାରେ ବସି ଶାଗ ବାଛିବା ସମୟରେ ତାଙ୍କୁ କଟୁରିରେ ଆକ୍ରମଣ କରିଥିଲା ପୁଅ । ମୁଣ୍ଡ ଓ ବେକକୁ ଚୋଟ ପରେ ଚୋଟ ମାରି ଚାଲିଥିବାରୁ ଘଟଣାସ୍ଥଳରେ ସେ ଟଳିପଡ଼ିଥିଲେ ।

ଗତକାଲି ବୁଢି ମାଆର ଶ୍ରାଦ୍ଧ ଥିଲା । ସେତେବେଳେ ବ୍ରାହ୍ମଣ ଅଂଶୁମାନ ମୁଣ୍ଡରେ ଚନ୍ଦନ ଲଗାଇ ଦେଇଥିଲେ । ଆଉ ସେହି ଘଟଣା ପାଇଁ ଗତକାଲି ଠାରୁ ରାଗରେ ଜରଜର ହେଉଥିଲା ଅଂଶୁମାନ ଏବଂ ଆଜି ସକାଳୁ ନିଜ ମା’ ଉପରେ ରାଗ ଶୁଝାଇଥିଲା ବୋଲି କୁହାଯାଉଛି । ପାରାଦୀପ ଅତିରିକ୍ତ ଏସପି ଏବଂ ଲକ୍ ଥାନା IIC ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ସାଇଣ୍ଟିଫିକ ଟିମକୁ ଅପେକ୍ଷା କରାଯାଇଛି ।