Advertisment

ଦୁଷ୍କର୍ମ ଘଟଣାକୁ ନେଇ ସରଗରମ ପାରାଦୀପ ରାଜନୀତି, ବାପି ସର୍ଖେଲ୍‌ଙ୍କୁ କାଠଗଡ଼ାକୁ ଟାଣିଲା ବିଜେପି

ବିଜେପି ଯୁବମୋର୍ଚ୍ଚା ଆନ୍ଦୋଳନକୁ ଓହ୍ଲାଇବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଚେତାବନୀ ଦେଇଛି ।

ଅଦ୍ୟତନ ହୋଇଛି
Bapi Sarkhel

Bapi Sarkhel

Advertisment

ଗଣଦୁଷ୍କର୍ମ ଅଭିଯୋଗ ମାମଲାକୁ ନେଇ ସରଗରମ ପାରାଦୀପ ରାଜନୀତି । ମୁହାଁମୁହି ହୋଇଛନ୍ତି ବିଜେପି ଓ ବାର୍ପି ସର୍ଖେଲଙ୍କ ଗୋଷ୍ଠୀ । ମାମଲାରେ ଯିଏ ମୁଖ୍ୟ ଅଭିଯୁକ୍ତ, ତାସହ ବାପି ସର୍ଖେଲଙ୍କ ଏକ ଫଟୋକୁ ଦେଖାଇ ବାପିଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ଗତକାଲି ଦାବି କରିଥିଲା ବିଜେପି । ପୂର୍ବରୁ ମହେନ୍ଦ୍ର ସ୍ୱାଇଁ ହତ୍ୟାକାଣ୍ଡର ଜଣେ ଅଭିଯୁକ୍ତ ସହ ବାପି ସର୍ଖେଲଙ୍କ ଫଟୋ ଥିଲା । ଆଉ ଏବେ ବି ଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ସହ ବାପିଙ୍କ ଫଟୋ ଦେଖିବାକୁ ମିଳିଥିବାରୁ ସମଗ୍ର ଘଟଣାରେ ବାପିଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ, ନଚେତ୍ ବିଜେପି ଯୁବମୋର୍ଚ୍ଚା ଆନ୍ଦୋଳନକୁ ଓହ୍ଲାଇବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଚେତାବନୀ ଦେଇଛି ।

Advertisment

ସେପଟେ ଏହାର ଜବାବ ରଖିବା ସହ ବିଜେପିର ଅଭିଯୋଗକୁ ଖଣ୍ଡନ କରିଛି ବାପି ସର୍ଖେଲଙ୍କ ସଂଗଠନ । ବିଜେପି ଯେଉଁ ଅଭିଯୁକ୍ତ ସହ ବାପି ସର୍ଖେଲଙ୍କ ଫଟୋ ଥିବା କଥା କହୁଛି, ସେଭଳି ବିଭିନ୍ନ ଦଳର ଅନେକ ନେତାଙ୍କ ସହ ସଂପୃକ୍ତ ଅଭିଯୁକ୍ତର ଫଟୋ ରହିଥିବା କହିଛି ‘ଆମ ପାରାଦୀପ ଆମ ପ୍ରଗତି ସଂଗଠନ’

ତେବେ ଗଣଦୁଷ୍କର୍ମ ମାମଲାରେ ସଂପୃକ୍ତ ଅଭିଯୁକ୍ତ ସହ ରାଜନେତାଙ୍କ କଣ ଲିଙ୍କ୍ ରହିଛି ? କେଉଁ ପରିସ୍ଥିତିରେ ଫଟୋ ଉଠାଇଛନ୍ତି ? ସେନେଇ ବାପି ସର୍ଖେଲ କିମ୍ବା ଫଟୋରେ ଥିବା ଅନ୍ୟ ନେତାଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି ।

Advertisment

Crime Against Women Crime
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ