bill
ମଧ୍ୟପ୍ରଦେଶର ଶାହାଡୋଲ ଜିଲ୍ଲାରେ ସରକାରୀ ଅର୍ଥର ଦୁରୁପଯୋଗର ଏକ ମାମଲା ସାମ୍ନାକୁ ଆସିଛି। ଏଠାରେ ଏକ ଗ୍ରାମ ପଞ୍ଚାୟତ ତରଫରୁ ଦୁଇ ପୃଷ୍ଠାର ଫଟୋକପି ପାଇଁ ୪ ହଜାର ଟଙ୍କାର ବିଲ୍ ତିଆରି ହୋଇଛି। ସରପଞ୍ଚ ଏବଂ ପଞ୍ଚାୟତ ସଚିବ ଯୋଗୁଁ ଏହି ନକଲି ବିଲ୍ ପାସ ହୋଇଛି ଏବଂ ପେମେଣ୍ଟ ମଧ୍ୟ କରାଯାଇଛି।
ବର୍ତ୍ତମାନ ଏହା ମାମଲା ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଘଟଣା ଶାହାଡୋଲ ଜିଲ୍ଲାର କୁଦ୍ରୀ ଗ୍ରାମ ପଞ୍ଚାୟତର। ରାଜ ଫଟୋକପି ସେଣ୍ଟର ଏବଂ ଡିଜିଟାଲ ଷ୍ଟୁଡିଓ ନାମରେ ତିଆରି ଏହି ବିଲ୍ରେ ଦୁଇ ପୃଷ୍ଠା ଫଟୋକପିର ମୂଲ୍ୟ ପ୍ରତି କପି ୨ ହଜାର ଟଙ୍କା ଦର୍ଶାଯାଇଛି। ଦୁଇ ପୃଷ୍ଠା ପାଇଁ ମୋଟ ୪ ହଜାର ଟଙ୍କାର ପେମେଣ୍ଟ କରାଯାଇଛି।
ସାଧାରଣତଃ ଏକ ଫଟୋକପିର ମୂଲ୍ୟ ପ୍ରତି ପୃଷ୍ଠା ୧-୨ ଟଙ୍କା ହୋଇଥାଏ। କିନ୍ତୁ ଏହି ବିଲ୍ରେ ହଜାର ହଜାର ଟଙ୍କାର ଖର୍ଚ୍ଚ ଦର୍ଶାଯାଇଛି। ସରପଞ୍ଚ ଚନ୍ଦ୍ରବତୀ ଦେବୀ ଏବଂ ସଚିବ ଗୁଲାବ ସିଂହ ଏହି ବିଲ୍ ଉପରେ ନିଜର ଅଫିସିଆଲ ମୋହର ଲଗାଇ ଏହାକୁ ମଞ୍ଜୁର କରିଦେଇଛନ୍ତି।
ମିଡିଆ ରିପୋର୍ଟ ଅନୁସାରେ, ପଞ୍ଚାୟତର ସରପଞ୍ଚ ଚନ୍ଦ୍ରବତୀ ଦେବୀ କହିଛନ୍ତି, “ମୋତେ ଏ ସମ୍ବନ୍ଧରେ କୌଣସି ସୂଚନା ନାହିଁ। ସଚିବ ଯେଉଁ ପ୍ରକାରର ବିଲ୍ରେ ଦସ୍ତଖତ କରାଇଥିବେ, ମୁଁ ସେହି ଅନୁସାରେ ଦସ୍ତଖତ କରିଦେଇଛି। ମୋତେ ବିଲ୍ ବିଷୟରେ କିଛି ଜଣା ନାହିଁ। ଏ ସମ୍ବନ୍ଧରେ ମୁଁ ଅଧିକାରୀଙ୍କ ସହ ଆଲୋଚନା କରିବି।
ଅନ୍ୟପକ୍ଷରେ, କୁଦ୍ରୀ ପଞ୍ଚାୟତର ସଚିବ ହେମରାଜ କହାର କହିଛନ୍ତି ଯେ ସେ ପଞ୍ଚାୟତରେ ଯୋଗଦେବାର କିଛି ଦିନ ହୋଇଛି। ଯେଉଁ ପେମେଣ୍ଟ ହୋଇଛି, ତାହା ତାଙ୍କ ସମୟର ନୁହେଁ। ସଚିବ ଆଗକୁ କହିଛନ୍ତି ଯେ ବିଲ୍ ରେ ଚଞ୍ଚକତା କରାଯାଇଛି । ରେଟ୍ ଜାଗାରେ କ୍ୱାଣ୍ଟିଟି ଏବଂ କ୍ୱାଣ୍ଟିଟି ଜାଗାରେ ରେଟ୍ ଲେଖାଯାଇଛି। ତଦନ୍ତ ଅଧିକାରୀ ଏହି ଚଞ୍ଚକତାକୁ ଧରି ପାରି ନାହାନ୍ତି। ବର୍ତ୍ତମାନ ବିଲ୍ର ପେମେଣ୍ଟ ହୋଇସାରିଛି।
ଯେଉଁ ଦୋକାନରୁ ଫଟୋକପିର ବିଲ୍ ନିଆଯାଇଛି, ତାହାର ନାମ ମହାରାଜ ଫଟୋକପି ସେଣ୍ଟର। ଦୋକାନର ସଞ୍ଚାଳକ ଅନିଲେଶ ଚତୁର୍ବେଦୀ କହିଛନ୍ତି ଯେ ଗ୍ରାମ ପଞ୍ଚାୟତର ସମସ୍ତ ଦସ୍ତାବିଜ କାମ ତାଙ୍କ ଦୋକାନରୁ ହିଁ ହୁଏ। ଫଟୋକପି ମଧ୍ୟ ତାଙ୍କ ଦୋକାନରୁ ହିଁ କରାଯାଇଥିବ। ସେ ଆଗକୁ କହିଛନ୍ତି ଯେ ପ୍ରତି କପି ୨ ହଜାର ଟଙ୍କା କେଉଁ ଡକ୍ୟୁମେଣ୍ଟ ପାଇଁ ଦିଆଯାଇଛି, ତାହା ତାଙ୍କୁ ମନେ ନାହିଁ। ଏ ସମ୍ବନ୍ଧରେ ଅଧିକ ସୂଚନା ଗ୍ରାମ ପଞ୍ଚାୟତ ହିଁ ଦେଇ ପାରିବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/bill_1756377640.jpg)