Advertisment

ପଦ୍ମକେଶରୀପୁର ମହାଭାରତ ପଛରେ ମହାଜନୀ କାରବାର ! ୨୪୦ % ସୁଧରେ ଦିଆଯାଉଥିଲା ୠଣ

ନୂଆ ଥିଓରୀ ଆଣି ବିଜେଡିକୁ ଘେରିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ । ଲୋକେ ବଖାଣିଲେ ଦୁର୍ଦ୍ଦଶା, କିଛି ଜାଣିନି କହି ଏଡ଼ାଇଗଲେ ବିଧାୟକ ସୁଶାନ୍ତ ।

undefined

Aparajita Sarangi

Advertisment

ଭୁବନେଶ୍ୱର ପଦ୍ମକେଶରୀପୁର ମହାଭାରତ ପଛରେ ମହାଜନୀ କାରବାର । ୩ ମାସ ଧରି ଜାରି ରହିଥିବା ଭୟ, ଆତଙ୍କ ଆଉ ଅଚଳାବସ୍ଥା ପଛରେ ମୁଖ୍ୟ କାରଣ ମାସିକ ସୁଧ ବେପାର । ପଦ୍ମକେଶରୀପୁର ହିଂସା ପଛର କାରଣ ଖୋଜିବାକୁ ଗ୍ରାଉଣ୍ଡ ଜିରୋରେ ସ୍ଥିତି ଅନୁଧ୍ୟାନ ପରେ ଏବେ ଏଭଳି ନୂଆ ଥିଓରୀ ସାମ୍ନାକୁ ଆଣିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ।

Advertisment

ସେ କହିଛନ୍ତି, ଏଠି ସିଧାସଳଖ ମନି ଲଣ୍ଡ୍ରିଂ ଆଇନ-୧୯୩୯ର ଖୋଲା ଉଲ୍ଲଂଘନ ସହ ଶାସକ ବିଜେଡିର ପ୍ରୋତ୍ସାହନରେ ଚାଲିଛି ନିଷିଦ୍ଧ ମହାଜନୀ କାରବାର। ଇଞ୍ଜଣା ପଞ୍ଚାୟତ ଅନ୍ତର୍ଗତ ଏହି ଗାଁରେ ମାସିକ ୨୦ ପ୍ରତିଶତ ସୁଧ ହାରରେ ବାର୍ଷିକ ୨୪୦ ପ୍ରତିଶତରେ ଚାଲିଛି ବେଆଇନ ବେପାର। ଆଉ ଯିଏ ଏହାକୁ ବିରୋଧ କଲା, ଜୁଲମର ଶୀକାର ହେଲା।

ପରିଣାମସ୍ୱରୂପ ପଦ୍ମକେଶରୀପୁର ଗାଁରେ ଆଜି ଅଶାନ୍ତି ଏବଂ ଗଣ୍ଡଗୋଳ ସ୍ଥିତି ସୃଷ୍ଟି ହେଲା ଏବଂ ୩ ମାସରେ ୧୫୫ ଜଣ ପୁରୁଷ ଏବଂ ମହିଳାଙ୍କୁ ଗିରଫ କରି ଜେଲ୍ ପଠାଇଛନ୍ତି ରାଜ୍ୟ ସରକାର। ଅଥଚ ଏଯାଏଁ ପୋଲିସ୍ ଚାର୍ଜସିଟ୍ କରିନି କିମ୍ବା ଗାଁରେ ଶାନ୍ତି ଫେରାଇ ଆଣିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇନାହାଁନ୍ତି ବୋଲି କହିଛନ୍ତି ଅପରାଜିତା। ତେବେ ଅପରାଜିତାଙ୍କ ଅଭିଯୋଗ ନେଇ ସ୍ଥାନୀୟ ବିଧାୟକଙ୍କୁ ପଚାରିବାରୁ, ସେ ଏ ସଂପର୍କରେ ଜାଣିନଥିବା କହି ଏଡ଼ାଇଯାଇଛନ୍ତି।

Advertisment

ଅପରାଜିତାଙ୍କ ଏଭଳି ସଂଗୀନ ଅଭିଯୋଗର ବାସ୍ତବତା ଜାଣିବା ପାଇଁ ଆମେ ଯେତେବେଳେ ପଦ୍ମକେଶରୀପୁର ଗାଁରେ ସ୍ଥିତି ଅନୁଧ୍ୟାନ କରିଥିଲୁ, ହିଂସାରେ ଜର୍ଜରିତ ପ୍ରତ୍ୟେକଙ୍କ ମୁହଁରୁ ବାରି ହେଉଥିଲା ସେହି ସମାନ କଥା। ଏଇ ଯେମିତି ବର୍ଷାଶ୍ରୀ ଦାସ। ଏକ ମାଙ୍ଗଳିକ କାର୍ଯ୍ୟ ପାଇଁ ମାସିକ ୨୦ ପ୍ରତିଶତ ସୁଧ ହାରରେ ପ୍ରାୟ ୬୦ ହଜାର ଟଙ୍କା ଆଣିଥିଲେ ମହାଜନୀ ୠଣ।

କିନ୍ତୁ ଶୁଝିପାରିଲେନି ବୋଲି ନିର୍ଘାତ ମାଡ଼ ଖାଇବାକୁ ପଡ଼ିଛି ତାଙ୍କୁ। ଘର ଭିତରେ ପଶି ଭଙ୍ଗାରୁଜା କରାଯାଇଛି । କୌଣସି ଏକ ଅଜଣା କାଗଜରେ ଦସ୍ତଖତ କରି ୠଣ ନାଁରେ ଜୁଲୁମ୍ କରାଯାଇଥିବା ଅଭିଯୋଗ କରିଛନ୍ତି ବର୍ଷାଶ୍ରୀ। ବର୍ଷାଶ୍ରୀଙ୍କ ଭଳି ଅର୍ଣ୍ଣ ଦାସ ମଧ୍ୟ ମେଡ଼ିକାଲ କାମ ପଡ଼ିଲା ବୋଲି ମହାଜନୀ ୠଣ ଆଣିଥିଲେ । ଶେଷରେ ସ୍ଥିତି ଏମିତି ହେଲା ଯେ, ଜୁଲମ୍ ସହିନପାରି ଜାଗାବାଡ଼ି ବିକ୍ରି କରି ତାଙ୍କୁ ଶୁଝିବାକୁ ପଡ଼ିଥିଲା ୯ ଲକ୍ଷ ଟଙ୍କା।

Advertisment

ହିଂସା ଓ ଗିରଫଦାରୀ ପରଠୁ ଆଜି ବି ମୂରବୀଶୂନ୍ୟ ବହୁ ପରିବାର। ଗାଁରେ ତୁରନ୍ତ ସ୍ୱାଭାବିକ ସ୍ଥିତି ଫେରାଇ ଆଣିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅପରାଜିତାଙ୍କ ଚିଠି ପରେ ଗତ ଶନିବାର ଦଳବଳ ସହ ଗାଁରେ ପହଞ୍ଚିଥିଲା ପୋଲିସ। ଆଉ ଲୋକଙ୍କୁ ନିର୍ଭୟରେ ରହିବାକୁ ପ୍ରତିଶ୍ରୁତି ଦେଇଥିଲା। ଅଥଚ ନା ସମାଧାନର ବାଟ ଫିଟୁଛି ନା ଜେଲରେ ଥିବା ୧୫୫ ଜଣ ପୁରୁଷ ଓ ମହିଳାଙ୍କୁ ମୁକ୍ତ କରାଯାଉଛି।

Aparajita Sarangi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ