Advertisment

OTV ରିପୋର୍ଟରଙ୍କୁ ପୋଲିସ୍‌ବାବୁଙ୍କ ଧମକ- ‘ଚିହ୍ନିଛୁ ମୁଁ କିଏ ? ମାରି ଶୁଆଇ ଦେବି’

ସାମ୍ବାଦିକଙ୍କୁ ମାଡ଼ ମାରିବାକୁ ଧମକ ଦେବା ସହ ମାରି ଶୁଆଇ ଦେବି ବୋଲି ଧମକ ଦେଇଛନ୍ତି। OTV ପ୍ରତିନିଧିଙ୍କୁ ଯାଜପୁର ଥାନାଧିକାରୀ ଏହି ଧମକ ଦେଇଛନ୍ତି।

ଅଦ୍ୟତନ ହୋଇଛି
OTV Reporter Threaten By IIC Jajpur

OTV Reporter Threaten By IIC Jajpur

Advertisment

ପୋଲିସ୍‌ବାବୁଙ୍କ ଦାଦାଗିରି। ସାମ୍ବାଦିକଙ୍କୁ ମାଡ଼ ମାରିବାକୁ ଧମକ ଦେବା ସହ ମାରି ଶୁଆଇ ଦେବି ବୋଲି ଧମକ ଦେଇଛନ୍ତି। OTV ପ୍ରତିନିଧିଙ୍କୁ ଯାଜପୁର ଥାନାଧିକାରୀ ଏହି ଧମକ ଦେଇଛନ୍ତି। 

Advertisment

ନବନିର୍ମାଣ କୃଷକ ସଂଗଠନର ଆନ୍ଦୋଳନ ବେଳେ ଖବର ସଂଗ୍ରହ ପାଇଁ ଯାଇଥିବା OTV ପ୍ରତିନିଧିଙ୍କୁ ଥାନାଧିକାରୀ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଥାନାଧିକାରୀ OTV ପ୍ରତିନିଧିଙ୍କୁ ଧମକ ଦେଇ କହିଥିଲେ, ‘ଚିହ୍ନିଛୁ ମୁଁ କିଏ ? ବେଶୀ କଥା କହୁଛୁ, ମାରି ଶୁଆଇ ଦେବି ତତେ।’

ସୂଚନା ଅନୁସାରେ, ଜିଲ୍ଲାପାଳଙ୍କ ଅଫିସ୍ ସାମ୍ନାରୁ OTV ପ୍ରତିନିଧି ଲାଇଭ୍ ନେବା ବେଳେ ଏହି ଘଟଣା ଘଟିଥିଲା। ଲାଇଭ୍ ନେବା ବେଳେ ସାମ୍ବାଦିକଙ୍କ କାର୍ଯ୍ୟରେ IIC ବାଧା ଦେଇଥିଲେ।ଏନେଇ OTV ପ୍ରତିନିଧି ଏସ୍‌ପିଙ୍କୁ ଜଣାଇବାରୁ IIC ଉତ୍‌କ୍ଷିପ୍ତ ହୋଇଥିଲେ। 

Advertisment

Journalists
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ