Advertisment

ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କ ଆଗୁଆ ଜାମିନ ଆବେଦନ ଖାରଜ

ତଥ୍ୟ ହାସଲ ଲାଗି ଜେରା ପାଇଁ ୨ ଜଣଙ୍କୁ ରିମାଣ୍ଡରେ ନେବ ପୋଲିସ।

ଅଦ୍ୟତନ ହୋଇଛି
Cameraman Manas Swain Murder Case

Cameraman Manas Swain Murder Case

Advertisment

କ୍ୟାମେରାମ୍ୟାନ ମାନସ ସ୍ୱାଇଁ ଅପହରଣ ଓ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ସାମ୍ବାଦିକା ଶର୍ମିଷ୍ଠା ରାଉତଙ୍କ ଆଗୁଆ ଜାମିନ ଆବେଦନ ଖାରଜ। ଓଡ଼ିଶା ହାଇକୋର୍ଟ ଶର୍ମିଷ୍ଠାଙ୍କ ଜାମିନ ଆବେଦନକୁ ଖାରଜ କରି ଦେଇଛନ୍ତି। ସେପଟେ ଗତକାଲି ଗିରଫ ହୋଇଥିବା ପୂର୍ବତନ ଓଆଇଏସ୍ ନିରଞ୍ଜନ ସେଠୀ ଓ ଅନ୍ୟ ଜଣେ ଅଭିଯୁକ୍ତକୁ ରିମାଣ୍ଡରେ ନେବା ଲାଗି ପୋଲିସ ଆଜି ଆବେଦନ କରିବ।

Advertisment

ଘଟଣା ସଂପର୍କରେ ଆଉ କିଛି ତଥ୍ୟ ହାସଲ ଲାଗି ଜେରା ପାଇଁ ରିମାଣ୍ଡରେ ନେବ ପୋଲିସ। ମାନସ ଅପହରଣ ଓ ହତ୍ୟାର ତଦନ୍ତ କରୁଥିବା ଚାନ୍ଦବାଲି ପୋଲିସ ପୂର୍ବତନ ଓଆଇଏସ୍ ଅଧିକାରୀ ନିରଞ୍ଜନ ଓ ଅନ୍ୟ ଜଣଙ୍କୁ ଗିରଫ କରିଥିଲା। ଏହାପରେ ଭଦ୍ରକ ଅତିରିକ୍ତ ଏସ୍‌ପି ଯତୀନ ପଣ୍ଡା ସାମ୍ବାଦିକ ସମ୍ମିଳନୀ କରି ଘଟଣାରେ ନିରଞ୍ଜନଙ୍କ ସଂପୃକ୍ତି ନେଇ ସୂଚନା ଦେଇଥିଲେ।

ଅନ୍ୟପକ୍ଷରେ ଘଟଣାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ସାମ୍ବାଦିକା ଶର୍ମିଷ୍ଠା ରାଉତଙ୍କ ଆଗୁଆ ଜାମିନ ଆବେଦନ ହାଇକୋର୍ଟରେ ଖାରଜ ହୋଇଛି।

Advertisment
Police Remand Highcourt Cameraman Manas Swain Murder
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ