Advertisment

କ୍ୱାକ୍‌ଙ୍କ କବ୍‌ଜାରେ ଉପାନ୍ତ ଅଞ୍ଚଳର ସ୍ୱାସ୍ଥ୍ୟ ସେବା ! କେମିତି ନକଲି ଡାକ୍ତର ଚିହ୍ନିବେ ରାଜ୍ୟ ସରକାର ?

କେବେ ସୁଦ୍ଧା ସରିବ ଚିହ୍ନଟ ପ୍ରକ୍ରିୟା ? ଡାକ୍ତରଙ୍କ ଶିକ୍ଷାଗତ ଯୋଗ୍ୟତା ଯାଞ୍ଚ ନେଇ HCଙ୍କ ନିର୍ଦ୍ଦେଶ ପରେ ପ୍ରଶ୍ନ ।

Fake Doctor

Fake Doctor

Advertisment

କେବେ ରଙ୍ଗ ମାରୁଛନ୍ତି ତ ପୁଣି କେବେ ରୋଗୀ ଦେଖୁଛନ୍ତି । ହେଲେ ଦେହରେ ରହିଛି ସିକ୍ୟୁରିଟି ଗାର୍ଡ ୟୁନିଫର୍ମ । ଘଟଣାଟି ପୂରୁଣା ହେଲେ ବି ପୁଣି ଚର୍ଚ୍ଚାକୁ ଆସିଛି । ଗତ ନଭେମ୍ବର ମାସରେ ନୀଳଗିରି ଉପଖଣ୍ଡ ମେଡିକାଲରୁ ଭାଇରାଲ୍ ହୋଇଥିବା ଦୃଶ୍ୟ ଏବେ ପୁଣି ଚର୍ଚ୍ଚାରେ । ସରକାରୀ ଡାକ୍ତରଖାନାରେ ଡାକ୍ତରଙ୍କ ବଦଳରେ ଫାର୍ମାସିଷ୍ଟ କିମ୍ବା ନର୍ସ ଛାଡ଼ନ୍ତୁ ସିକ୍ୟୁରିଟି ଗାର୍ଡ ପୁରା ଡାକ୍ତରଙ୍କ ଠାଣିରେ ଦେଖୁଥିଲେ ରୋଗୀ । ସେମିତି ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡ ଉପାନ୍ତ ଅଞ୍ଚଳରେ ରୋଗୀ ସେବା କରୁଥିଲେ ଏ କ୍ୱାକ୍‌ ।

Advertisment

ଡାକ୍ତର ନଥିବାରୁ ସିଏ କେତେବେଳେ ମେଡିସିନ୍ ଦିଅନ୍ତି ତ ପୁଣି କେତେବେଳେ ଇଞ୍ଜେକ୍ସନ୍ । କେବଳ ଏଇ ଦୁଇଟି ଘଟଣା ନୁହେଁ । ସାରା ରାଜ୍ୟର ଉପାନ୍ତ ଅଞ୍ଚଳରେ ଏବେ ଏମିତି ହିଁ ଚାଲିଛି । ଏପରିକି କେତେବେଳେ କେଉଁଠି କେଉଁ ତଥାକଥିତ ଡାକ୍ତରବାବୁ ଆଣ୍ଠୁଗଣ୍ଠି ରୋଗୀଙ୍କୁ ଆନାସ୍ଥେସିଆ ଇଞ୍ଜେକ୍ସନ୍ ଫୋଡ଼ିଲେଣି ତ ଯୁକ୍ତ ଦୁଇ ପାଠ ପଢ଼ି ଡାକ୍ତର ସାଜି ରୋଗୀଙ୍କ ଜୀବନ ସହ ଖେଳିଳେଣି । ଡାକ୍ତର  ଅଭାବରୁ ମାଲକାନଗିରି, ରାୟଗଡ଼ା, ଗଞ୍ଜାମ, ମୟୂରଭଞ୍ଜ ଭଳି ଜିଲ୍ଲାରେ ଯେମତି କି କ୍ୱାକ୍ କବଳରେ ପୂରା ଗ୍ରାମାଞ୍ଚଳର ସ୍ୱାସ୍ଥ୍ୟସେବା ।

ହାଇକୋର୍ଟରେ ଗତକାଲି ଏକ ମାମଲାର ଶୁଣାଣି ସମୟରେ ଆମିକସ୍ କ୍ୟୁରୀ ବରିଷ୍ଠ ଆଇନଜୀବୀ ଗୌତମ ମିଶ୍ର ଏଭଳି ଉଦ୍‌ବେଗଜନକ ତଥ୍ୟ ରଖିବା ପରେ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ରାଜ୍ୟରେ କାର୍ଯ୍ୟରତ ସମସ୍ତ ଡାକ୍ତରଙ୍କ ଉପଯୁକ୍ତ ଶିକ୍ଷାଗତ ଯୋଗ୍ୟତା ଯାଞ୍ଚ ପାଇଁ କୋର୍ଟ କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ଏହାପରେ ସରକାର ଯାଞ୍ଚ ପ୍ରସ୍ତୁତି ଆରମ୍ଭ କରିଥିଲେ ମଧ୍ୟ ନିର୍ଦ୍ଦିଷ୍ଟ ଟାଇମ୍ ଲାଇନ୍ ନେଇ ସ୍ପଷ୍ଟତା ଦେଇ ନଥିବାରୁ କୋର୍ଟ ଅସନ୍ତୋଷ ବ୍ୟକ୍ତ ବି କରିଥିଲେ । ତେଣୁ କିଏ ଅସଲି, କିଏ ନକଲି ଏବଂ ଡାକ୍ତରୀ ଶିକ୍ଷାଗତ ଯୋଗ୍ୟତା ଅନୁଯାୟୀ କିଏ କେଉଁ ନିର୍ଦ୍ଦିଷ୍ଟ ସେବା ଯୋଗାଉଛି, ତାର କେମିତି ଯାଞ୍ଚ ହେବ ଏବଂ କେତେ ଶୀଘ୍ର ଏଇ ପ୍ରକ୍ରିୟା ସରିବ ତାକୁ ନେଇ ଉଠିଛି ପ୍ରଶ୍ନ ।

Advertisment

ସେପଟେ ନକଲି ଡାକ୍ତର ନେଇ ଉଚ୍ଚ ନ୍ୟାୟାଳୟଙ୍କ ଯାଞ୍ଚ ନିର୍ଦ୍ଦେଶ ପରେ ମୟୂରଭଞ୍ଜ ଜିଲ୍ଲାରେ କେହି ନକଲି ଡାକ୍ତର ନଥିବା କହିଛନ୍ତି ମୟୂରଭଞ୍ଜ ସିଡିଏମ୍ଓ । ଅପରପକ୍ଷେ ଉପାନ୍ତ ଅଞ୍ଚଳରେ ନକଲି ଡାକ୍ତର ଥିବା ସ୍ୱୀକାର କରିବା ସହ ଏଭଳି ଡାକ୍ତର ଚିହ୍ନଟ କରାଯିବା ନିହାତି ଜରୁରୀ ବୋଲି କହିଛନ୍ତି ଓମ୍‌ସାର ସଭାପତି ।

ଡାକ୍ତରଙ୍କ ଅଭାବ ହେଉ କି ସ୍ୱାସ୍ଥ୍ୟ ଭିତ୍ତିଭୂମିର, ରାଜ୍ୟରେ ମାତିଥିବା ମାଳ ମାଳ ନକଲି ଡାକ୍ତରଙ୍କ ମନଇଚ୍ଛା ମେଡିସିନ୍ ଖାଉଛନ୍ତି ଗରିବଗୁରୁବା । ଏଭଳି ସ୍ଥିତିରେ ସରକାର କେମିତି ଓ କେବେ ସୁଦ୍ଧା ସାର୍ଟିଫିକେଟ୍ ଯାଞ୍ଚ ବ୍ୟବସ୍ଥା କରି ନକଲି ଡାକ୍ତର ଚିହ୍ନଟ କରୁଛନ୍ତି ତା ଉପରେ ନଜର ।

Advertisment

Fake Doctor
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ