Advertisment

ଆଶିଷ ଠାକରେଙ୍କ ବିରୋଧରେ ଗିରଫ ପରୱାନା ଉପରେ ହାଇକୋର୍ଟଙ୍କ ଅନ୍ତରୀଣ ରହିତାଦେଶ

ତାଙ୍କ ନାଁରେ ଗିରଫ ପରଓ୍ୱାନା ଜାରି କରିଥିଲେ ଜାତୀୟ ଜନଜାତି କମିଶନ।

undefined

Collector Ashish Thakare

Advertisment

କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେଙ୍କ ବିରୋଧରେ ଜାତୀୟ ଜନଜାତି ଆୟୋଗ ଜାରି କରିଥିବା ଗିରଫ ପରୱାନା ଉପରେ ହାଇକୋର୍ଟଙ୍କ ଅନ୍ତରୀଣ ରହିତାଦେଶ। ତାସହ ଜାତୀୟ ଜନଜାତି ଆୟୋଗଙ୍କ ନିର୍ଦ୍ଦେଶ ବିରୋଧରେ ଠାକରେ ଦାଖଲ କରିଥିବା ଆବେଦନକୁ ହାଇକୋର୍ଟ ବିଚାର ପାଇଁ ଗ୍ରହଣ କରି ନୋଟିସ ଜାରି କରିଛନ୍ତି। ନୋଟିସ ପାଇବାର ୬ ସପ୍ତାହ ଭିତରେ ଜବାବ ଦାଖଲ କରିବାକୁ ହାଇକୋର୍ଟ କହିଛନ୍ତି।

Advertisment

ଜନଜାତି ଆୟୋଗଙ୍କ ପକ୍ଷରୁ ଗତ ଏପ୍ରିଲ ୧୧ ତାରିଖରେ ଗିରଫ ପରୱାନା ସମ୍ପର୍କିତ ନିର୍ଦ୍ଦେଶନାମା ଏବଂ ଏପ୍ରିଲ ୧୩ର ଚିଠିର କାର୍ଯ୍ୟକାରିତା ଉପରେ ହାଇକୋର୍ଟ ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି। କିଛି ଦିନ ତଳେ କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେଙ୍କ ନାଁରେ ଗିରଫ ପରଓ୍ୱାନା ଜାରି କରିଥିଲେ ଜାତୀୟ ଜନଜାତି କମିଶନ। 

ବାରମ୍ବାର ସମନ ସତ୍ତ୍ୱେ ହାଜର ହେଉନଥିବାରୁ ଆଶିଷ ଠାକରେଙ୍କୁ ଗିରଫ କରି କମିଶନଙ୍କ ସାମ୍ନାରେ ହାଜର କରିବାକୁ ଡିଜିପି ସୁନିଲ ବଂଶଲଙ୍କୁ କମିଶନ ନିର୍ଦ୍ଦେଶ ଦେଇଥିଲେ। କମିଶନ ତାଙ୍କ ନିର୍ଦ୍ଦେଶରେ କହିଥିଲେ, ବାରମ୍ବାର ସମନ ସତ୍ତ୍ୱେ କେନ୍ଦୁଝର ଜିଲ୍ଲାପାଳ ହାଜର ହେଉ ନାହାନ୍ତି। ତେଣୁ ତାଙ୍କୁ ଗତ ୧୩ ତାରିଖ ୧୧ଟାରେ ଆୟୋଗରେ ଉପସ୍ଥିତ କରିବାକୁ ଓଡିଶା ପୋଲିସ ଡିଜିଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା।

Advertisment

ଆଦିବାସୀ ଅଧ୍ୟୁଷିତ କେନ୍ଦୁଝର ଜିଲ୍ଲାର ଆଦିବାସୀ ମାନେ ବିଭିନ୍ନ ସମସ୍ୟା ନେଇ ଆୟୋଗର କ୍ଷେତ୍ରୀୟ ଓ କେନ୍ଦ୍ରୀୟ କାର୍ଯ୍ୟାଳୟରେ ଆବେଦନ କରିଥିଲେ। ସେମାନଙ୍କ ଆବେଦନର ଶୁଣାଣି ପାଇଁ ଗତ ୧ବର୍ଷ ଧରି କେନ୍ଦୁଝର ଜିଲ୍ଲାପାଳଙ୍କୁ ଆୟୋଗ ନିକଟରେ ଉପସ୍ଥିତ ରହି ଶୁଣାଣିରେ ଭାଗ ନେବାକୁ ନୋଟିସ ଏବଂ ସମନ କରାଯାଇଥିଲା। ତେବେ ସେ ହାଜର ହୋଇନଥିଲେ ବୋଲି କୁହାଯାଇଥିଲା।   

ASISH_THAKRAY_AVO_FILE
......

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ