Advertisment

ମିଛ ଦୁର୍ଘଟଣାରେ ବୀମା ଦାବି କରି ଫଶିଲେ, ତଦନ୍ତ କରିବ ସିବିଆଇ

ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ । ICICI ଲମ୍ବାର୍ଡ ଇନସୁରାନ୍ସ କମ୍ପାନୀ ପକ୍ଷରୁ ହୋଇଥିଲା ଆବେଦନ।

ଅଦ୍ୟତନ ହୋଇଛି
Orissa HC

Orissa HC

Advertisment

ମିଥ୍ୟା ମୋଟରଯାନ ଦୁର୍ଘଟଣା ବୀମା ମାମଲା ଦାୟର କରି ବୀମା କମ୍ପାନୀଙ୍କ ଠାରୁ କ୍ଷତିପୂରଣ ରାଶି ଦାବି କରିବା ଅଭିଯୋଗର ହେବ ସିବିଆଇ ତଦନ୍ତ । ICICI ଲମ୍ବାର୍ଡ ଇନସୁରାନ୍ସ କମ୍ପାନୀର ଆବେଦନକୁ ଗ୍ରହଣ କରି ଏହି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।

Advertisment

କେନ୍ଦୁଝର ଜିଲ୍ଲା ମୋଟରଯାନ ଦୁର୍ଘଟଣା ବୀମା ଅଦାଲତରେ ଦାୟର ଏକାଧିକ ମାମଲାର ସିବିଆଇ ତଦନ୍ତ ପାଇଁ ଉଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି । ସୂଚନା ଅନୁଯାୟୀ କେନ୍ଦୁଝର ଜିଲ୍ଲା ମୋଟରଯାନ ଦୁର୍ଘଟଣା ବୀମା ଅଦାଲତରେ ଦାୟର ୫ଟି ମାମଲାରେ କେଶବ ଚନ୍ଦ୍ର ମାହାନ୍ତ ନାମକ ଜଣେ ଡ୍ରାଇଭର ସମ୍ପୃକ୍ତ ଥିବା ଜଣାପଡ଼ିବା ପରେ, ଏଗୁଡ଼ିକ ମିଥ୍ୟା ମାମଲା ବୋଲି କମ୍ପାନୀ ସନ୍ଦେହ କରିଥିଲା । ସମସ୍ତ ଦୁର୍ଘଟଣା ମାତ୍ର ଗୋଟିଏ ବର୍ଷ ମଧ୍ୟରେ ଘଟିବା ଆହୁରି ଆଶ୍ଚର୍ଯ୍ୟଜନର ଥିଲା ।

ଅଳ୍ପ ସମୟ ବ୍ୟବଧାନରେ ଏତେ ଗୁଡ଼ିଏ ଦୁର୍ଘଟଣା ଘଟଇଥିବା ଡ୍ରାଇଭରର ଡ୍ରାଇଭିଙ୍ଗ ଲାଇସେନ୍ସ ବାତିଲ ହେବା ପରିବର୍ତ୍ତେ କାଏମ ରହିବା, ସନ୍ଦେହକୁ ଆହୁରି ଦୃଢ଼ୀଭୂତ କରିଥିଲା । ଏସବୁକୁ ଦୃଷ୍ଟିରେ ରଖି, ଘଟଣାର ତଦନ୍ତ ପାଇଁ ସିବିଆଇକୁ ଅନୁରୋଧ କରିଥିଲା କମ୍ପାନୀ ।

Advertisment

ତେବେ ସିବିଆଇ ନିଜେ ଏହାର ତଦନ୍ତ କରିବା ପରିବର୍ତ୍ତେ ରାଜ୍ୟ କ୍ରାଇମବ୍ରାଞ୍ଚକୁ ତଦନ୍ତ କରିବାକୁ ଅନୁରୋଧ କରିଥିଲା । ଦୀର୍ଘ ସମୟ ବିତିଯିବା ପରେ ମଧ୍ୟ ତଦନ୍ତର ଅଗ୍ରଗତି ନହେବାରୁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା ସମ୍ପୃକ୍ତ ବୀମା କଂପାନୀ ।...

CBI Orissa HC
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ