Advertisment

ଓଡ଼ିଶାରେ ଚାଲିଛି କି ଜବ୍ ସ୍କାମ୍ ? ଚାଲିଛି କି ‘ଟଙ୍କା ଦିଅ ଚାକିରି ନିଅ’ ସ୍କିମ୍ ?

ରାଜ୍ୟ ସରକାରଙ୍କୁ କାଠଗଡ଼ାକୁ ଟାଣିଛନ୍ତି ବିରୋଧୀ । ଟଙ୍କା ଦିଅ, ଚାକିରି ନିଅ ସ୍କିମରେ ନିର୍ବାଚନୀ ପାଣ୍ଠି ଯୋଗାଡ଼ କହିଲେ ବିରୋଧୀ ।

undefined

Odisha Job Scam

Advertisment

ଓଡ଼ିଶାରେ ଚାଲିଛି କି ଜବ୍ ସ୍କାମ୍ ? ଚାଲିଛି କି 'ଟଙ୍କା ଦିଅ ଚାକିରି ନିଅ' ସ୍କିମ ? ବାରମ୍ବାର ଜବ୍ ସ୍କାମ ଅଭିଯୋଗ ପରେ ବି OSSCକୁ ଘୋଡ଼ାଉଛନ୍ତି କି ସରକାର ?

Advertisment

ସରକାରୀ ଚାକିରିକୁ ନେଇ ଲକ୍ଷ ଲକ୍ଷ ପିଲାଙ୍କ ଭବିଷ୍ୟତ ସହ ଖେଳ ଖେଳୁଥିବା ଦଲାଲି ବ୍ୟବସ୍ଥାକୁ ନେଇ ଅଡୁଆରେ ସରକାର। ପ୍ରଶ୍ନପତ୍ର ଲିକ୍ ପାଇଁ ଜେଇ ସିଭିଲ ପରୀକ୍ଷା ବାତିଲ ହେବା ପରେ ରାଜ୍ୟରେ ଚାଲିଥିବା ଜବ ସ୍କାମକୁ ନେଇ ତେଜିଛି ବିବାଦ। ତେବେ ଏଭଳି ପ୍ରଶ୍ନପତ୍ର ଲିକ୍ ଘଟଣା ଓଡିଶା ଷ୍ଟାଫ୍ ସିଲେକ୍ସନ କମିଶନ ପାଇଁ ନୂଆ ନୁହେଁ। ଏହା ପୂର୍ବରୁ ବି କେବେ ଲିକ୍ ତ କେବେ ତ୍ରୁଟି ପାଇଁ ବାତିଲ ହୋଇଛି ପରୀକ୍ଷା। ଏପ୍ରିଲ ୨୦୨୩ରେ ଆକାଉଣ୍ଟାଣ୍ଟ ପରୀକ୍ଷା ବାତିଲ ହୋଇଥିଲା।

ଆଉ କେବଳ OSSC ପରିଚାଳନା କରୁଥିବା ପରୀକ୍ଷା ନୁହେଁ,ଓପିଏସସି ଦ୍ବାରା ଏଏସଓ ପରୀକ୍ଷାରେ ମଧ୍ୟ ସ୍ବଚ୍ଛତା ନଥିବା ନେଇ କୋର୍ଟରେ ମାମଲା ଯୋଗୁଁ ଲକ୍ଷାଧିକ ଆଶାୟୀଙ୍କ ଭାଗ୍ୟ ଝୁଲି ରହିଛି। ୨୦୨୨ରେ ଓଡିଶା ପୋଲିସ ନିଯୁକ୍ତି ପରିଷଦ ଦ୍ୱାରା କମ୍ବାଇନ୍ଡ ପୋଲିସ ସର୍ଭିସ୍ ବି ବାତିଲ ହୋଇଥିଲା ଏବଂ ନିକଟରେ ହୋଇଥିବା ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ବା PEO ପରୀକ୍ଷାରେ ବି କିକବ୍ୟାକ ଚାଲିଥିବା ବିଭିନ୍ନ ସ୍ଥାନରୁ ଅଭିଯୋଗ ହୋଇଥିଲା ।

Advertisment

ଏଠି ପ୍ରଶ୍ନ ଉଠୁଛି 5T ରେ ସ୍ୱଚ୍ଛତାର କଥା କହୁଥିବା ସରକାର ଏମିତି ଅଭିଯୋଗ ଉପରେ ନିରବ କାହିଁକି ? ଯାହାକୁ ନେଇ ତେଜିଛି ରାଜନୀତି। ସରକାରଙ୍କୁ କାଠଗଡ଼ାକୁ ଟାଣିଛନ୍ତି ବିରୋଧୀ ।

ଏପଟେ କିନ୍ତୁ ପ୍ରଶ୍ନପତ୍ର ଲିକ୍ ମାମଲାରେ ଓଡିଶା ଷ୍ଟାଫ୍ ସିଲେକ୍ସନ କମିଶନ କର୍ତ୍ତୃପକ୍ଷଙ୍କ ସଂପୃକ୍ତି ଅଭିଯୋଗ ନେଇ କ୍ଲିନଚିଟ ଦେଇଛନ୍ତି ବାଲେଶ୍ୱର ଏସପି । ସାଗରିକା କହିଛନ୍ତି ରାକେଟର ମାଷ୍ଟରମାଇଣ୍ଡ ବାହାର ରାଜ୍ୟର, କିନ୍ତୁ ଓଡ଼ିଶାର କିଛି ଲୋକଙ୍କ ସଂପୃକ୍ତି ଥିଲା । ଏଠି ପ୍ରଶ୍ନ କେବଳ ଅଭିଯୁକ୍ତଙ୍କ ବୟାନ ଆଧାରରେ କେମିତି OSSCକୁ କ୍ଲିନଚିଟ ଦେଇଦେଲେ ଏସପି ? କାହିଁକି OSSCକୁ ତଦନ୍ତ ପରିସରକୁ ନେଉନି ପୋଲିସ୍ ?

Advertisment

ସେପଟେ ପରୀକ୍ଷାର୍ଥୀ କିନ୍ତୁ OSSCକୁ କ୍ଳିନଚିଟ୍ କୁ ସହଜରେ ଗ୍ରହଣ କରି ପାରୁନାହାନ୍ତି । ପରୀକ୍ଷାର୍ଥୀଙ୍କ ବି ଅଭିଯୋଗ OSSCର ଅଧିକାରୀ କିମ୍ବା କର୍ମଚାରୀଙ୍କ ବିନା ସଂପୃକ୍ତିରେ ପ୍ରଶ୍ନପତ୍ର ଦଲାଲଙ୍କ ପାଖକୁ ଗଲା କେମିତି ।

SSC Recruitment Scam Job Fraud
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ