Advertisment

ଦଣ୍ଡଯାତ୍ରା ବେଳେ ବୋହିଲା ରକ୍ତର ନଦୀ, ପୋଲିସ୍‌କୁ ବି ଛାଡ଼ିଲେନି...

ଦଣ୍ଡଯାତ୍ରା ବେଳେ ଗୋଷ୍ଠୀ ସଂଘର୍ଷ। ପରସ୍ପର ମଧ୍ୟରେ ‌ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇ ଥିବାବେଳେ ୧୦ରୁ ଅଧିକ ଆହତ ହୋଇଛନ୍ତି। ସ୍ଥିତି ନିୟନ୍ତ୍ରଣ କରିବାକୁ ଯାଇ ପୋଲିସ୍‌ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି।

ଅଦ୍ୟତନ ହୋଇଛି
Clash During Danda Jatra

Clash During Danda Jatra

Advertisment

ଦଣ୍ଡଯାତ୍ରା  ବେଳେ ଗୋଷ୍ଠୀ ସଂଘର୍ଷ। ପରସ୍ପର ମଧ୍ୟରେ ‌ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇ ଥିବାବେଳେ ୧୦ରୁ ଅଧିକ ଆହତ ହୋଇଛନ୍ତି। ନୟାଗଡ଼ରେ ଦଣ୍ଡଯାତ୍ରା  ବେଳେ ଏହି ଗୋଷ୍ଠୀ ସଂଘର୍ଷ ଘଟିଛି। ମୃତକ ହେଲେ ଦୁର୍ଗାପ୍ରସାଦ ଗାଁର ନବୀନ ପରିଡ଼ା। 

Advertisment

ସୂଚନା ଅନୁସାରେ, ଗତକାଲି ରାତିରେ ଦୁର୍ଗା ପ୍ରସାଦ, ଦେଉଳପଲ୍ଲୀ ଓ ସିନ୍ଦୁରିଆ ଗାଁର ଦଣ୍ଡ ଠାକୁର ନୟାଗଡ଼ ସହର ପରିକ୍ରମା କରି ସିନ୍ଦୁରିଆ ଶିବ ମନ୍ଦିରରେ ପହଞ୍ଚିଥିଲା। ସେଠାରେ ସାମାନ୍ୟ ବଚସାକୁ କେନ୍ଦ୍ରକରି ଦେଉଳପଲ୍ଲୀ ଓ ସିନ୍ଦୁରିଆ ଗାଁ ଲୋକ ମୁହାଁମୁହିଁ ହୋଇଥିଲେ।

ଦେଉଳପଲ୍ଲୀ ଗାଁର କିଛି ଯୁବକ ଦୁର୍ଗା ପ୍ରସାଦ ଗାଁର ନବୀନ ପରିଡ଼ାଙ୍କୁ ଅପହରଣ କରି ନେଇ ଧାରୁଆ ଅସ୍ତ୍ରରେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ସ୍ଥିତି ନିୟନ୍ତ୍ରଣ କରିବାକୁ ଯାଇ ଟାଉନ ଥାନା ଆଇଆଇସି ପ୍ରଜ୍ଞା ପରମିତା ଜେନାଙ୍କ ସମେତ ୪ ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି।

Advertisment

ଦେଉଳ ପଲ୍ଲୀ ଗାଁ ନିକଟ ନେଳିଆ ପୋଖରୀ ରାସ୍ତାକଡ଼ରୁ ନବୀନ ପରିଡ଼ାଙ୍କ ମୃତଦେହ ପୋଲିସ୍‌ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ହତ୍ୟାକାଣ୍ଡ ପରେ ଦୁର୍ଗା ପ୍ରସାଦ ଓ ଦେଉଳପଲ୍ଲୀ ଗାଁରେ ଉତ୍ତେଜନା ଲାଗି ରହିଥିବାରୁ ୨ ଗାଁରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି। 

Danda Jatra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ