Advertisment

ମାନବବାଦ ସଙ୍ଗଠନ ନାଁରେ ଫିଟୁଛି ଗୋଟିଏ ପରେ ଗୋଟିଏ ଗୁମର, ପୁଣି ଆସିଲା ସାଂଘାତିକ ଅଭିଯୋଗ

ମାନବବାଦ ସଙ୍ଗଠନ ନାଁରେ ଗୋଟିଏ ପରେ ଗୋଟିଏ ଗୁମର ଫିଟିବାରେ ଲାଗିଛି। ମାନବବାଦ ସଙ୍ଗଠନର ଅତ୍ୟାଚାରରେ ପ୍ରାୟ ୮ ବର୍ଷ ହେଲା ଗାଁ ଛାଡି ୬ ପରିବାର ଜଙ୍ଗଲରେ ରହୁଛନ୍ତି। ଖୋର୍ଦ୍ଧା ସଦର ଥାନା ଡାଳତୋଳା ଆଦିବାସୀ ସାହିରୁ ଏଭଳି ଅଭିଯୋଗ ଆସିଛି।

ଅଦ୍ୟତନ ହୋଇଛି
New Revelation About Human Organisation

New Revelation About Human Organisation

Advertisment

ଭୁବନେଶ୍ୱର: ମାନବବାଦ ସଙ୍ଗଠନ ନାଁରେ ଗୋଟିଏ ପରେ ଗୋଟିଏ ଗୁମର ଫିଟିବାରେ ଲାଗିଛି। ମାନବବାଦ ସଙ୍ଗଠନର ଅତ୍ୟାଚାରରେ ପ୍ରାୟ ୮ ବର୍ଷ ହେଲା ଗାଁ ଛାଡି ୬ ପରିବାର ଜଙ୍ଗଲରେ ରହୁଛନ୍ତି। ଖୋର୍ଦ୍ଧା ସଦର ଥାନା ଡାଳତୋଳା ଆଦିବାସୀ ସାହିରୁ ଏଭଳି ଅଭିଯୋଗ ଆସିଛି। ଏହି ସାହିର ୬ଟି ପରିବାର ମାନବବାଦ ସଙ୍ଗଠନର କଥା ନ ମାନିବାରୁ ଗାଁରୁ ସେମାନଙ୍କୁ ମାଡ଼ ମାରି ସଙ୍ଗଠନର ସଦସ୍ୟ ବାହାର କରି ଦେଇଥିବା ଅଭିଯୋଗ ହୋଇଛି।

Advertisment

ମାନବବାଦ ସଙ୍ଗଠନର ମୁଖ୍ୟ ମାନସ ଦାସଙ୍କ ନାଁରେ ସିଧାସଳଖ ଅଭିଯୋଗ ଉଠାଇଛନ୍ତି ଆଦିବାସୀ ସାହିର ଲୋକେ। ଏପରିକି ଆଦିବାସୀ ସାହିର ଏହି ପରିବାରର କିଛି ଲୋକଙ୍କୁ ୨୦୧୪ରେ ଏକ ହତ୍ୟାକାଣ୍ଡ ମାମଲାରେ ଛନ୍ଦିି ଜେଲ୍‌ ପଠାଇ ଦେଇଥିବା ଅଭିଯୋଗ ଉଠିଛି। ଖାଲି ସେତିକି ନୁହେଁ, ସେମାନଙ୍କ ଘରୁ ଲୁଟ୍‌ପାଟ୍‌ କରାଯାଇଥିବା ମଧ୍ୟ ଅଭିଯୋଗ ହୋଇଛି। ସେବେଠାରୁ ଆଦିବାସୀ ସାହି ଛାଡି ୬ ପରିବାର ଏବେ ଡାଳତୋଳା ରାସ୍ତାକଡ଼ରେ ଏକ ସରକାରୀ ସ୍ଥାନର ଜଙ୍ଗଲ ଭିତରେ ରହୁଛନ୍ତି। ଖାଲି ଏତିକି ନୁହେଁ, ପ୍ରଥମେ ସଙ୍ଗଠନରେ ରୁହ, ସମସ୍ତ ସୁବିଧା କରାଇ ଦେବୁ ବୋଲି ପ୍ରତିଶ୍ରୁତି ଦେଉଥିଲେ। ପରେ ସଙ୍ଗଠନରେ ରହିବା ଲାଗି କଠୋର ସର୍ତ୍ତ ରହୁଥିଲା। ସ୍ତ୍ରୀ ଲୋକେ ଶଙ୍ଖା ସିନ୍ଦୁର ପିନ୍ଧିବେନି, ବାପାମାଆ ମଲେ ବି ଶୁଦ୍ଧିକ୍ରିୟା ହେବନି।  ଏଭଳି ସଙ୍ଗଠନର ସର୍ତ୍ତ ଥିବା କହିଛନ୍ତି ଗାଁରୁ ବିତାଡିତ ହୋଇଥିବା ପରିବାର ଲୋକେ। 

ଜଣେ ଅଭିଯୋଗକାରିଣୀ ଅଭିଯୋଗ ଆଣି କହିଛନ୍ତି, ମାନସ ଦାସର ଲୋକମାନେ ମୋତେ ବାଡ଼େଇଥିଲେ। ମୋ ସ୍ୱାମୀ, ପୁଅ ମାନେ ୬ ମାସ ଜେଲ୍‌ରେ ରହିଲେ। ସେହି ସମୟରେ ମୁଁ ଖାଇବାକୁ କି ପିନ୍ଧିବାକୁ କିଛି ପାଇଲି ନାହିଁ।’ ସେହିପରି ଆଉ ଜଣେ ଅଭିଯୋଗକାରିଣୀ କହିଛନ୍ତି, ‘ଏବେ ଯେଉଁ ଭିଡିଓ ଦେଖୁଛନ୍ତି, ଠିକ୍‌ ସେହିପରି ମୋ ସ୍ୱାମୀଙ୍କୁ ମଧ୍ୟ ମାଡ଼ ମାରିଥିଲେ। ଥରେ ନୁହେଁ କି ଦୁଇ ଥର ନୁହେଁ ୫ଥର ସେମାନେ ଏମିତି ମୋ ସ୍ୱାମୀଙ୍କୁ ମାଡ଼ ମାରିଥିଲେ। ଜିନିଷ ପତ୍ର, ଘର ଦ୍ୱାର ସବୁ ନେଇଗଲେ। ଏପରିକି ଆମେ ଖାଇବାକୁ ମଧ୍ୟ ପାଇଲୁ ନାହିଁ। ମାନସ ଦାସଙ୍କ ନିର୍ଦ୍ଦେଶରେ ଏସବୁ ହେଉଥିଲା। 

Advertisment

ସୂଚନାଥାଉ କି, କିଛି ଦିନ ପୂର୍ବେ ମାନବବାଦ ସଂଗଠନର କିଛି ଲୋକେ ଖୋର୍ଦ୍ଧା ବୋଲଗଡ଼ର କଡ଼ବ ଗାଁରେ ବାପା, ପୁଅଙ୍କୁ ନିସ୍ତୁକ ପିଟୁଥିବାର ଭିଡିଓ ଭାଇରାଲ ହୋଇଥିଲା। ଭିଡିଓ ଭାଇରାଲ୍‌ ପରେ କଥାକଥିତ ଗୁରୁଜୀ ମାନସ ଦାସ ବିବାଦୀୟ ହୋଇ ପଡ଼ିଛନ୍ତି। ତାଙ୍କ କାରନାମା ସହ ପଲିଟିକାଲ ଲିଙ୍କ୍ ଏବେ ଧିରେ ଧିରେ ସାମ୍ନାକୁ ଆସିଛି। ତେବେ ବୋଲଗଡର କଡବ ଗାଁରେ ବାପପୁଅଙ୍କୁ ନିସ୍ତୁକ ପିଟିବା ଘଟଣାକୁ ପୂର୍ବରୁ ଖଣ୍ଡନ କରିଥିଲେ ନିଜେ ମାନସ ଦାସ।  

Advertisment
Human Organisation Chief Manas Das Human Organisation
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ