Advertisment

ରାଜଧାନୀରୁ ଜବତ ହେଲା ୧ କୋଟିରୁ ଅଧିକ ଟଙ୍କାର ବ୍ରାଉନସୁଗର

ସରକାରୀ କ୍ୱାର୍ଟର କ୍ୟାମ୍ପସରେ ଚାଲିଥିଲା ବ୍ରାଉନସୁଗର ଡିଲ । କମିଶନରେଟ ପୋଲିସ ସହାୟତାରେ ରେଡ କରିଛି STF ।

brown sugar

brown sugar

Advertisment

ରାଜଧାନୀ ଭୁବନେଶ୍ୱରରୁ ଜବତ ହେଲା ପ୍ରାୟ କୋଟିଏ ଟଙ୍କାର ବ୍ରାଉନସୁଗର । ଏକ ସରକାରୀ କ୍ୱାର୍ଟର କ୍ୟାମ୍ପସରେ ଚାଲିଥିଲା ବ୍ରାଉନସୁଗର ଡିଲ । କମିଶନରେଟ ପୋଲିସ ସହାୟତାରେ ରେଡ କରିଛି STF । ୧ କେଜିରୁ ଅଧିକ ଓଜନର ବ୍ରାଉନସୁଗର ଜବତ କରିଛି STF ।

Advertisment

ବେପାରୀ ଚିତ୍ତରଞ୍ଜନ ସାହୁକୁ ଡିଲ ବେଳେ ଗିରଫ କରିଛି STF। ତାକୁ କୋର୍ଟ ଚାଲାଣ କରାଯାଇଛି । ଚିତ୍ତରଞ୍ଜନଙ୍କ ଘର ଢେଙ୍କାନାଳରେ । ହେଲେ ସେ ଭୁବନେଶ୍ୱରରେ ରହି କାରବାର ଚଳାଇଥିଲା । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଚଢ଼ାଉ କରିଛି ଏସଟିଏଫ ।

ନିଶା ବେପାରୀଙ୍କ ବିରୋଧରେ ଜାରି ରହିଛି ସ୍ପେଶାଲ ଡ୍ରାଇଭ । ୨୦୨୦ରୁ ଏପର୍ଯ୍ୟନ୍ତ ୬୯ କେଜି ବ୍ରାଉନସୁଗର ଜବତ କରିସାରିଲାଣି STF । ଏ ନେଇ ସରକାରୀ କ୍ୱାଟର ସମ୍ମୁଖରୁ ଅଧିକ ସୂଚନା ଦେଉଛନ୍ତି ଆମ ପ୍ରତିନିଧି ଅତ୍ୟୁଲ୍ୟ ବାଉତ ।

Advertisment
Brown Sugar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ