Advertisment

ଭୁବନେଶ୍ୱରରେ ମାତିଲେ ଚେନ୍‌ ଲୁଟେରା

ଗଳି ରାସ୍ତାରେ ମହିଳା ଜଣଙ୍କ ଚାଲି ଚାଲି ଯାଉଥିବା ବେଳେ ମୁଖା ପିନ୍ଧା ଜଣେ ଲୁଟେରା ତାଙ୍କୁ ଫଲୋ କରି ବେକରୁ ଚେନ୍‌ ଛିଣ୍ଡାଇ ନେଇଥିଲେ। ଯାହାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି।

ଅଦ୍ୟତନ ହୋଇଛି
On CCTV Robbers Snatch Gold Chain From Woman In Bhubaneswar

On CCTV Robbers Snatch Gold Chain From Woman In Bhubaneswar

Advertisment

ଦିନକୁ ଦିନ ରାଜଧାନୀ ଭୁବନେଶ୍ୱର ଅସୁରକ୍ଷିତ ହେବାରେ ଲାଗିଛି। କେତେବେଳେ ସକାଳୁ ସକାଳୁ ଲୋକଙ୍କୁ ଗୋଡ଼ାଇ ହାଣିଲେଣି ତ ଆଉ କେତେବେଳେ ସନ୍ଧ୍ୟାବେଳେ ଲୁଟ୍‌ ହେଲାଣି। ଏଭଳି ଅପରାଧିକ ଘଟଣା ବାରମ୍ବାର ଘଟୁଥିଲେ ମଧ୍ୟ ଅପରାଧୀଙ୍କୁ ଚେକ୍‌ମେଟ୍‌ ଦେବାକୁ ପୋଲିସ୍‌ ବିଫଳ। ପାଟ୍ରୋଲିଂ ହେଉଥିଲେ ମଧ୍ୟ ପୋଲିସ୍‌କୁ ଚ୍ୟାଲେଞ୍ଜ କରି ଅପରାଧୀମାନେ ଗୋଟିଏ ପରେ ଗୋଟିଏ ଅପରାଧ ଘଟାଇବାରେ ଲାଗିଛନ୍ତି। ଏବେ ରାଜଧାନୀରେ ମୁଖାପିନ୍ଧା ଚେନ୍ ଲୁଟେରା ମାତିଛନ୍ତି। ଯାହାକୁ ନେଇ ରାଜଧାନୀବାସୀ ଆହୁରି ଭୟଭୀତ ହୋଇପଡ଼ିଛନ୍ତି।

Advertisment

ସୂଚନା ଅନୁସାରେ, ଗତ ସୋମବାର ସନ୍ଧ୍ୟା ବେଳେ ପଲାସପଲ୍ଲୀ ଅଞ୍ଚଳରେ ଜଣେ ମହିଳାଙ୍କ ଠାରୁ ଲୁଟେରାମାନେ ଚେନ୍ ଝାମ୍ପି ନେଇଥିବା ଅଭିଯୋଗ ହୋଇଛି। ଯାହାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ଗଳି ରାସ୍ତାରେ ମହିଳା ଜଣଙ୍କ ଚାଲି ଚାଲି ଯାଉଥିବା ବେଳେ ମୁଖା ପିନ୍ଧା ଜଣେ ଲୁଟେରା ତାଙ୍କୁ ଫଲୋ କରି ବେକରୁ ଚେନ୍‌ ଛିଣ୍ଡାଇ ନେଇଥିଲେ। ଏହାପରେ କିଛି ଦୂରରେ କଳା ପଲ୍‌ସର ଧରି ଛିଡ଼ା ହୋଇଥିବା ଅନ୍ୟ ଜଣେ ଲୁଟେରାଙ୍କ ସହ ସମ୍ପୃକ୍ତ ଲୁଟେରା ଫେରାର ହୋଇଯାଇଥିଲେ।

Advertisment

ଲୁଟ୍‌ର ଶିକାର ହୋଇଥିବା ମହିଳା ଘଟଣା ସମ୍ପର୍କରେ ଏୟାରପୋର୍ଟ ଥାନାରେ ଅଭିଯୋଗ ପରେ ପୋଲିସ୍‌ ସିସିଟିଭି ଫୁଟେଜ ଯାଞ୍ଚ କରି ଘଟଣାର ତଦନ୍ତ କରୁଛି।

Loot Loot In Bhubaneswar Chain Snatchers
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ