Special story
ଆନ୍ଧ୍ରର ଟିଡିପି ନେତା ତଥା ପୂର୍ବତନ ସାଂସଦ ଶେଷଗିରି ରାଓ ପୋନଲାଟିଙ୍କ ଉପରେ ମରଣାନ୍ତକ ଆକ୍ରମଣ । ପୂରା ଫିଲ୍ମ୍ ଷ୍ଟାଇଲରେ ଏହି ଆକ୍ରମଣ ହୋଇଛି । ଆଜି ସକାଳ ୬ଟା ୩୦ ସମୟରେ ପୂଜକ ବେଶରେ ଜଣେ ବ୍ୟକ୍ତି ଆସି ଏହି ଆକ୍ରମଣ କରିଥିବା ଜଣାପଡିଛି । ସେହି ସମୟର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଏନେଇ ଥାନାରେ ଅଭିଯୋଗ କରାଯାଇଛି ।
ପ୍ରଥମେ ପୂଜାରୀ ବେଶରେ ଜଣେ ବ୍ୟକ୍ତି ଆସି ଶେଷଗିରିଙ୍କ ଘର ଆଗରେ ଅପେକ୍ଷା କରିଥିଲା । ଅପେକ୍ଷା କରିଥିଲା ସଠିକ୍ ସମୟକୁ । ବାହାରେ ଜଣେ ପୂଜାରୀ ଛିଡ଼ା ହୋଇଥିବା ଦେଖି ଶେଷଗିରି ରାଓ ଦାନ ଦେବା ପାଇଁ ଆସିଥିଲେ । ଆଉ ସେହି ସମୟରେ ପୂଜାରୀ ବେଶରେ ଥିବା ଯୁବକ ଜଣକ ଶେଷଗିରିଙ୍କୁ ଚାପଡ଼ରେ ଅଚାନକ ଆକ୍ରମଣ କରିଥିଲା ।
ନେତାଙ୍କୁ ଆକ୍ରମଣ କରିବା ପରେ ଅଭିଯୁକ୍ତ ଦୌଡ଼ି ପଳାଉଥିବା ସିସିଟିଭିରେ କଏଦ ହୋଇଛି । ପାଟିତୁଣ୍ଡ ଶୁଣି ଜଣେ ମହିଳା ଘରୁ ବାହାରକୁ ଆସି ସାହାଯ୍ୟ ପାଇଁ ଚିତ୍କାର କରିଥିଲେ । ବର୍ତ୍ତମାନ ଶେଷଗିରିଙ୍କୁ କାକିନାଡା ମେଡିକାଲରେ ଭର୍ତ୍ତି କରାଯାଇଛି । ତାଙ୍କର ହାତ ଓ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ଚିକିତ୍ସା ଚାଲିଛି ।
ତେବେ ଏହି ଘଟଣା ନେଇ ପୋଲିସ୍ କହିଛି, ଅଭିଯୁକ୍ତ ଜଣକ ମୋଟର ସାଇକେଲରେ ଫେରାର ମାରିଛି । ଅଭିଯୁକ୍ତକୁ ଖୋଜୁଛି ପୋଲିସ୍ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1668683892.jpg)