ଦିଲ୍ଲୀରେ ଦିନ ଦ୍ୱିପ୍ରହରରେ ଲୁଟ୍ । ରାଜଧାନୀ ଛାତି ଉପରେ ସ୍ପଷ୍ଟ ଦିବାଲୋକରେ ରାହାଜାନୀ । ଦିଲ୍ଲୀ ପ୍ରଗତି ମୈଦାନ ଅଞ୍ଚଳରେ ଚଳନ୍ତା କାରକୁ ଅଟକାଇ ବନ୍ଧୁକ ମୁନରେ ଲୁଟ୍ ହୋଇଛି । ଜଣେ ଡେଲିଭରି ଏଜେଣ୍ଟ ଟଙ୍କା ନେଇ କାରରେ ଯାଉଥିବା ବେଳେ୪ ଜଣ ଲୁଟେରା ତାଙ୍କୁ ପିଛା କରିଥିଲେ । ଲୁଟେରାମାନେ ବାଇକରେ ଆସି କାର ଅଟକାଇ, ଆଖି ପିଛୁଳାକେ ଟଙ୍କା ଲୁଟି ନେଇ ଫେରାର ମାରିଥିଲେ । ଗତ ୨୪ ତାରିଖ ଦିନ ୧୨ଟା ବେଳେ ହୋଇଥିବା ଏହି ଲୁଟର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ଦିଲ୍ଲୀ ପୋଲିସ ଏ ନେଇ ଏକ ମାମଲା ରୁଜୁ କରି ଯାଞ୍ଚ କରୁଛି।...
Also Read
କାର ଅଟକାଇ ଟଙ୍କା ଲୁଟିଲେ ଲୁଟେରା
ପଟେଲ ସାଜନ କୁମାର ନାମକ ଜଣେ ବ୍ୟକ୍ତି ଚାନ୍ଦନୀ ଚୌକ ସ୍ଥିତ ଓମିଆ ଏଣ୍ଟରପ୍ରାଇଜେସରେ ଜଣେ ଡେଲିଭରି ଏଜେଣ୍ଟ ଭାବରେ କାମ କରନ୍ତି । ଜୁନ୍ ୨୪ରେ ସେ ତାଙ୍କର ଜଣେ ସାଥୀ ଜିଗର ପଟେଲଙ୍କ ସହ ଚାନ୍ଦନୀ ଚୌକରୁ ଗୁରୁଗ୍ରାମ ଅଭିମୁଖେ ଯାତ୍ରା କରିଥିଲେ । ତାଙ୍କ ପାଖରେ ଥିବା ବ୍ୟାଗ୍ ସେ ଗନ୍ତବ୍ୟସ୍ଥଳରେ ପହଞ୍ଚାଇ ଥାଆନ୍ତେ । ଉଭୟେ ଲାଲକିଲ୍ଲାରୁ ଏକ ଓଲା କ୍ୟାବ୍ ବୁକ୍ କରିଥିଲେ ଏବଂ ରିଙ୍ଗରୋଡରେ ଗୁରୁଗ୍ରାମ ଅଭିମୁଖେ ବାହାରି ପ୍ରଗତି ମଇଦାନ ଟନେଲରେ ପ୍ରବେଶ କରିଥିଲେ । ଆଉ ସେତିକିବେଳେ ଦୁଇଟି ମୋଟର ସାଇକେଲରେ [ଆସି ୪ ଜଣ ବୁର୍ବୃତ୍ତ ବନ୍ଧୁକ ମୁନରେ ପ୍ରଥମେ କ୍ୟାବକୁ ଅଟକାଇଥିଲେ, ଆଉ ତା’ପରେ ଭୟ ଦେଖାଇ ବ୍ୟାଗ ଲୁଟି ନେଇଥିଲେ । ଯେଉଁଥିରେ ପ୍ରାୟ ୨ ଲକ୍ଷ ଟଙ୍କା ଥିବା ଜଣାପଡ଼ିଛି ।
ଦିଲ୍ଲୀ ପୋଲିସ କରୁଛି ଘଟଣାର ଯାଞ୍ଚ
ଅଭିଯୋଗ ପରେ ବର୍ତ୍ତମାନ ପୋଲିସ ଆଇପିସି ଧାରା ୩୯୭ (ଡକାୟିତି, ମୃତ୍ୟୁ କିମ୍ବା ଗୁରୁତର ଆଘାତ) ଏବଂ ୩୪ (ସାଧାରଣ ଉଦ୍ଦେଶ୍ୟ) ଅନୁଯାୟୀ ଏକ ମାମଲା ରୁଜୁ କରିଛି । ବର୍ତ୍ତମାନ ଅଭିଯୋଗକାରୀ ଓ ସେମାନେ କାମ କରୁଥିବା କମ୍ପାନୀରେ ଅନ୍ୟ କର୍ମଚାରୀଙ୍କୁ ପଚରାଉଚରା କରୁଛି ପୋଲିସ୍ । ଏଥିରେ କାହାର ହାତ ଅଛି କି ନାହିଁ ସେ ନେଇ ତଦନ୍ତ ଆରମ୍ଭ ହୋଇଛି ।