ବାହାନଗା ଟ୍ରେନ୍‌ ଟ୍ରାଜେଡି: ୩ ଅଧିକାରୀଙ୍କ ନାଁରେ ସିବିଆଇର ଚାର୍ଜସିଟ୍ ଦାଖଲ

୧୯୮୯ ରେଲୱେ ଆକ୍ଟ ୧୫୩ ଧାରାରେ ଚାର୍ଜସିଟ୍ ଦାଖଲ ହୋଇଛି ।

Balasore train accident

ବାହାନଗା ଟ୍ରେନ ଟ୍ରାଜେଡିର ଚାର୍ଜସିଟ ଦାଖଲ । ୩ ରେଳ ଅଧିକାରୀଙ୍କ ନାଁରେ ସିବିଆଇର ଚାର୍ଜସିଟ୍ ଦାଖଲ କରାଯାଇଛି । ସିନିଅର ସେକ୍ସନ ଇଂଜିନିୟର ଅରୁଣ ମହାନ୍ତ,ସେକ୍ସନ ଇଂଜିନିୟର ମହମ୍ମଦ ଅମୀର ଖାନ ଓଟେକନିସିଆନ ପପୁ କୁମାରଙ୍କ ନାଁରେ ଚାର୍ଜସିଟ ଦାଖଲ କରାଯାଇଛି । ଆଗରୁ ଗିରଫ ହୋଇଥିଲେ ଏହି ୩ ଅଧିକାରୀ । ଆଇପିସି ଦଫା ୩୦୪(୨), ୩୪ରେ ତିନି ଜଣଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରାଯାଇଛି । ୧୯୮୯ ରେଲୱେ ଆକ୍ଟ ୧୫୩ ଧାରାରେ ଚାର୍ଜସିଟ୍ ଦାଖଲ ହୋଇଛି ।

ଜୁନ ୨ ତାରିଖ ସନ୍ଧ୍ୟାରେ ଘଟିଥିଲା ଭୟଙ୍କର ଦୁର୍ଘଟଣା । ଆଉ ଦୁର୍ଘଟଣା ପୂର୍ବରୁ ସିଗନାଲରେ ବାରମ୍ବାର ଅସ୍ୱାଭାବିକ ବ୍ୟବହାର ଦେଖିବାକୁ ମିଳିଥିଲା । ଯେଉଁ କ୍ରସ ଓଭର ପଏଣ୍ଟରେ କରମଣ୍ଡଳ ଏକ୍ସପ୍ରେସ ଭୁଲବଶତଃ ଲୁପ୍‌ଲାଇନକୁ ଆସି ମାଲବାହୀ ଟ୍ରେନକୁ ଧକ୍କା ଦେଇଥିଲା, ଷ୍ଟେସନ ମାଷ୍ଟର ଚାହିଁଥିଲେ ତାହାକୁ ଏଡ଼ାଇ ପାରିଥାନ୍ତେ ବୋଲି କୁହାଯାଉଥିଲା । ହେଲେ ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରାଯ।ଇଥିଲା ।

ସୂଚନାଯୋଗ୍ୟ ବାହାନଗା ଦୁର୍ଘଟଣାରେ ଏଯାଏଁ ମୋଟ ୨୯୩ ଜଣଙ୍କ ମୃତ୍ୟୁ ଘଟିଥିଲା । ଘଟଣାସ୍ଥଳରେ ୨୮୮ ଏବଂ ହସ୍ପିଟାଲରେ ୫ ଜଣଙ୍କ ମୃତ୍ୟୁ ହୋଇଥିଲା ।