Advertisment

ଝୁମ୍ପୁଡ଼ି ଘରେ ରଖିଥିଲେ ବିଡ଼ା ବିଡ଼ା ଟଙ୍କା; ଚଢ଼ାଉ କଲା ଭିଜିଲାନ୍ସ

କାର୍ତ୍ତିକେଶ୍ୱର ରାଉଳଙ୍କ ଶାଳୀଙ୍କ ଘରୁ ଆଜି ନଗଦ ୧ କୋଟି ୪୨ ଲକ୍ଷ ଟଙ୍କା ଜବତ ହୋଇଛି । କାର୍ତ୍ତିକେଶ୍ୱରଙ୍କ ଶାଳୀଙ୍କ ଝୁମ୍ପୁଡ଼ି ଘରୁ କୋଟିଏରୁ ଅଧିକ ଟଙ୍କା ଜବତ ହେବା ଘଟଣା ସମସ୍ତଙ୍କୁ ଚମକାଇ ଦେଇଛି ।

Odisha Vigilance Recovers Additional Rs 1.4 Cr Cash From Asst Engineer’s Relative

Odisha Vigilance Recovers Additional Rs 1.4 Cr Cash From Asst Engineer’s Relative

Advertisment

ଭିଜିଲାନ୍ସ ଇତିହାସରେ ସର୍ବାଧିକ ନଗଦ ଜବତ ହେବା ପରେ ଖୋଲୁଛି କୋଟିପତି କୁବେର ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳଙ୍କ ଗୁମର ।

Advertisment

କାର୍ତ୍ତିକେଶ୍ୱର ରାଉଳଙ୍କ ଶାଳୀଙ୍କ ଘରୁ ଆଜି ନଗଦ ୧ କୋଟି ୪୨ ଲକ୍ଷ ଟଙ୍କା ଜବତ ହୋଇଛି । ଆଶ୍ଚର୍ଯ୍ୟର କଥା ହେଉଛି ଯେ କାର୍ତ୍ତିକେଶ୍ୱରଙ୍କ ଶାଳୀଙ୍କ ସାଲିଆ ସାହିରେ ଏକ ଝୁମ୍ପୁଡ଼ି ଘରେ ରୁହନ୍ତି । ତେଣୁ ଏହି ଝୁମ୍ପୁଡ଼ି ଘରୁ କୋଟିଏରୁ ଅଧିକ ଟଙ୍କା ଜବତ ହେବା ଘଟଣା ସମସ୍ତଙ୍କୁ ଚମକାଇ ଦେଇଛି । କାର୍ତ୍ତିକେଶ୍ୱରଙ୍କ ଦ୍ୱିତୀୟ ପତ୍ନୀ କଳ୍ପନା ପ୍ରଧାନଙ୍କୁ ଜେରା ପରେ ଏହାର ସୁରାଗ ମିଳିଥିଲା । କେବଳ ଟଙ୍କା ନୁହେଁ ଏହାସହ ପ୍ରାୟ ୩୫୪ ଗ୍ରାମ୍ ସୁନା ମଧ୍ୟ ଜବତ ହୋଇଛି ।

ଏନେଇ କାର୍ତ୍ତିକେଶ୍ୱରଙ୍କ ସ୍ତ୍ରୀ ଓ ଶାଳୀ କହିଛନ୍ତି, ‘କାର୍ତ୍ତିକେଶ୍ୱରଙ୍କ ପୁତୁରା ଟଙ୍କା କାରବାର ବୁଝୁଛି ଆମେ କିଛି ଜାଣିନୁ ’। ତାଙ୍କର ଦ୍ୱିତୀୟ ପତ୍ନୀ, ଶାଳୀ ଓ ପୁତୁରାଙ୍କୁ ଭିଜିଲାନ୍ସ ଅଟକ ରଖି ଜେରା କରୁଛି । ସମସ୍ତଙ୍କୁ ମୁହାଁମୁହିଁ ଜେରା କରାଯାଉଥିବାର ସୂଚନା ମିଳିଛି ।

Advertisment

କେବଳ ଏତିକି ନୁହେଁ କାର୍ତ୍ତିକେଶ୍ୱରଙ୍କ ଶାଳୀଙ୍କ ନାଁରେ ପୋଖରୀପୁଟରେ ୭୮ ଲକ୍ଷ ଟଙ୍କାର ଏକ ଟ୍ରିପ୍ଲେକ୍ସ ବି ଅଛି । ଏତେ ବଡ଼ ତ୍ରିପ୍ଲେକ୍ସ ଥାଇ ସେ କାହିଁକି ସାଲିଆ ସାହି ବସ୍ତିର ଏକ ଝୁମ୍ପୁଡ଼ି ଘରେ ରହୁଥିଲା, ତାହା ବି ଏକ ବଡ଼ ପ୍ରଶ୍ନ ପାଲଟିଛି । ଭିଜିଲାନ୍ସ ପକ୍ଷରୁ କାର୍ତ୍ତିକେଶ୍ୱରଙ୍କ ବିଭିନ୍ନ ସ୍ଥାନରେ ଚଢଉ ବେଳେ ବର୍ତ୍ତମାନ ସୁଦ୍ଧା ୩ କୋଟି ୪୧ ଲକ୍ଷ ୬୬ ହଜାର ଟଙ୍କା ନଗଦ ଜବତ ହେଲାଣି ଯାହା ଭିଜିଲାନ୍ସ ଇତିହାସରେ ସର୍ବାଧିକ ।

ସୂଚନା ଅନୁସାରେ, କାର୍ତ୍ତିକେଶ୍ୱର ଏବେ ଭିଜିଲାନ୍ସର ୩ ଦିନିଆ ରିମାଣ୍ଡରେ ଅଛନ୍ତି ।

Advertisment
Vigilance Raid
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ