Advertisment

Vigilance Raid: ତହସିଲଦାରଙ୍କ ଘରେ ପଶିଲା ଭିଜିଲାନ୍ସ

ବିଦ୍ୟାଧର ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଥିଲା। ଭିଜିଲାନ୍ସ ଘଟଣାର ତଦନ୍ତ କରି  ଆଜି ସକାଳେ ତାଙ୍କ ଘରେ ଚଢ଼ାଉ କରାଯାଇଛି।

ଅଦ୍ୟତନ ହୋଇଛି
Vigilance Raid

Vigilance Raid

Advertisment

ଭିଜିଲାନ୍ସ ଜାଲରେ ତହସିଲଦାର। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାଲେଶ୍ୱର ଜିଲ୍ଲା ରେମୁଣା ତହସିଲଦାର ବିଦ୍ୟାଧର ପତିଙ୍କ ଘରେ ଆଜି ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ବିଦ୍ୟାଧରଙ୍କ ଘର, ରେମୁଣା ସ୍ଥିତ ଅଫିସ୍‌ ଚାମ୍ବର ଓ ସମ୍ପର୍କୀୟଙ୍କ ଘର ସମେତ ୭ଟି ସ୍ଥାନରେ ଚଢ଼ାଉ କରାଯାଇଛି।

Advertisment

ଭୁବନେଶ୍ୱରର ଶୈଳଶ୍ରୀ ବିହାର ସ୍ଥିତ ଫ୍ଲାଟ୍, ରୁଦ୍ରପୁର ସ୍ଥିତ ୩ BHK ଏକଜିକ୍ୟୁଟିଭ ଫ୍ଲାଟ୍, ବାଲେଶ୍ୱର ସଦର ଥାନା କୁରୁଡ଼ା ସ୍ଥିତ ୨ ମହଲା କୋଠା, ସୋର ସ୍ଥିତ ପୈତୃକ ବାସଭବନ, ରେମୁଣା ସ୍ଥିତ ଅଫିସ ଚାମ୍ବର, ବାଲେଶ୍ୱର ସ୍ଥିତ ଘର ଓ ଭୁବନେଶ୍ୱର ଡୁମୁଡୁମା ସ୍ଥିତ ସଂପର୍କୀୟଙ୍କ ଘରେ ଏହି ଚଢ଼ାଉ କରାଯାଇଛି।

ବିଦ୍ୟାଧର ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଥିଲା। ଭିଜିଲାନ୍ସ ଘଟଣାର ତଦନ୍ତ କରି  ଆଜି ସକାଳେ ତାଙ୍କ ଘରେ ଚଢ଼ାଉ କରାଯାଇଛି। 

Advertisment

ଏହି ଚଢ଼ାଉରେ ୬ ଜଣ ଡିଏସପି, ୩ ଜଣ ଇନ୍ସପେକ୍ଟରଙ୍କ ସମେତ ଅନ୍ୟ କର୍ମଚାରୀ ସାମିଲ ହୋଇଛନ୍ତି । ଭୁବନେଶ୍ବର ଭିଜିଲାନ୍ସ ସ୍ୱତନ୍ତ୍ର ଜଜଙ୍କ ସର୍ଚ୍ଚ ୱାରେଣ୍ଟ ବଳରେ ଭୁବନେଶ୍ୱର ଓ ବାଲେଶ୍ୱରର ୭ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ ଟିମ୍।

ଅଧିକ ପଢ଼ନ୍ତୁ: ବାବୁଙ୍କ ଘରେ ଟଙ୍କାର ଭଣ୍ଡାର; PD ବାବୁଙ୍କ ସହ ୪ ସହଯୋଗୀଙ୍କୁ ବାନ୍ଧିଲା ଭିଜିଲାନ୍ସ

Advertisment
Bhubaneswar Balasore Vigilance Raid
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ