Advertisment

ଭିଜିଲାନ୍ସ ଜାଲରେ ପୁଣି ବଡ ମାଛ: ପୋଲିସ ବାବୁଙ୍କ ମାଳ ମାଳ ସୌଖିନ ଗାଡି ସାଙ୍ଗକୁ ବିରାଟ ବ୍ୟବସାୟିକ ସାମ୍ରାଜ୍ୟ

କଥାରେ ଅଛି, ମାଛ ଖାଇବ ଇଲିସି, ଚାକିରି କରିବ ପୋଲିସି । ଏକଥା କାହା ପାଇଁ ପ୍ରଯୁଜ୍ୟ ହେଉ କି ନହେଉ, ଅତିରିକ୍ତ ଏସ୍ପି ତ୍ରିନାଥ ମିଶ୍ରଙ୍କ କ୍ଷେତ୍ରରେ ଅଧିକ ପ୍ରଯୁଜ୍ୟ ବୋଲି ଧରିନିଆଯାଇପାରେ । ତାଙ୍କ କୋଠାବାଡ଼ି, ମାଳ ମାଳ ସୌଖିନ୍ ଗାଡ଼ି, ଲକ୍ଷ ଲକ୍ଷ ଟଙ୍କାର ସଂପତ୍ତି ଦେଖିଲେ ଆଖି ରହିଯିବ।

Additional SP Trinath Mishra

Additional SP Trinath Mishra

Advertisment

ଭିଜିଲାନ୍ସ ଜାଲରେ ଆଉ ଜଣେ ବଡ଼ ମାଛ । ସୁନ୍ଦରଗଡ଼ ADM, ସମ୍ବଲପୁର ବିଦ୍ୟୁତ ବିଭାଗ ମୁଖ୍ୟଯନ୍ତ୍ରୀଙ୍କ ପରେ ଆଜି ରାଡାର୍‌କୁ ଆସିଛନ୍ତି ପୋଲିସ୍ କମ୍ୟୁନିକେସନ୍‌ ଅତିରିକ୍ତ ଏସ୍ପି ତ୍ରିନାଥ ମିଶ୍ର । ଯାହାଙ୍କ ସମ୍ପତ୍ତିବାଡ଼ି ଏବଂ ଥାଟ ବାଟ ଦେଖିଲେ ସାଧାରଣ ଲୋକ ତ ଦୂରର କଥା, ନିଜେ ଭିଜିଲାନ୍ସ ଅଧିକାରୀ ବି ତାଟକା ହୋଇଯାଇଛନ୍ତି । ମାଳ ମାଳ ସୌଖିନ ଗାଡ଼ି, ବହୁ କୋଟି ଟଙ୍କାର ଏକାଧିକ କୋଠାବାଡ଼ି ସମସ୍ତଙ୍କର ନିଦ ହଜାଇ ଦେଇଛି । ଏପରିକି ପୁଅଠୁ ଆରମ୍ଭ କରି ପତ୍ନୀଙ୍କ ଯାଏଁ ସମସ୍ତଙ୍କ ନାଁରେ ରହିଛି ବ୍ୟାବସାୟିକ ପ୍ରତିଷ୍ଠାନ । କେମିତି ଏତେ ସମ୍ପତ୍ତିର ମାଲିକ ବନିଗଲେ ତ୍ରିନାଥ ମିଶ୍ର ? ସେନେଇ ଭିଜିଲାନ୍ସ ଖୋଳତାଡ଼ କରୁଛି ।

Advertisment

କଥାରେ ଅଛି, ମାଛ ଖାଇବ ଇଲିସି, ଚାକିରି କରିବ ପୋଲିସି । ଏକଥା କାହା ପାଇଁ ପ୍ରଯୁଜ୍ୟ ହେଉ କି ନହେଉ, ଅତିରିକ୍ତ ଏସ୍ପି ତ୍ରିନାଥ ମିଶ୍ରଙ୍କ କ୍ଷେତ୍ରରେ ଅଧିକ ପ୍ରଯୁଜ୍ୟ ବୋଲି ଧରିନିଆଯାଇପାରେ । ତାଙ୍କ କୋଠାବାଡ଼ି, ମାଳ ମାଳ ସୌଖିନ୍ ଗାଡ଼ି, ଲକ୍ଷ ଲକ୍ଷ ଟଙ୍କାର ସଂପତ୍ତି ଦେଖିଲେ ଆଖି ରହିଯିବ। ହେଲେ ଏହି ସମ୍ପତ୍ତି ଉପରେ ଛାପା ମାରିଛି ଭିଜିଲାନ୍ସ । କଟକ ତୁଳସୀପୁର ଅଫିସ୍, ସରକାରୀ ବାସଭବନ, ଭୁବନେଶ୍ୱର ରସୁଲଗଡ଼ ସ୍ଥିତ ମନୋରମା ଇଷ୍ଟେଟ୍‌ରେ ଥିବା ଥ୍ରୀ ବିଏଚ୍‌କେ ଫ୍ଲାଟ୍, ନବରଙ୍ଗପୁର ଡାବୁଗାଁ ପୈତୃକ ଘର, ଯାଜପୁର ବଡ଼ଚଣାରେ ସମ୍ପର୍କୀୟଙ୍କ ଘର, ବଡ଼ଚଣାରେ ଥିବା ଶାନ୍ତିଲତା ଫାର୍ମ ହାଉସ୍, ଚଣ୍ଡୀଖୋଲ ବଜାରରେ ଥିବା ଶାନ୍ତିଲତା ନର୍ସିଂହୋମ୍, ଶାନ୍ତି ଡ୍ରଗ୍ ହାଉସ୍, ଶାନ୍ତିଲତା ଟ୍ରାନ୍ସପୋର୍ଟ ନାଁରେ ଚଣ୍ଡିଖୋଲ୍ ଓ ଧାନମଣ୍ଡଳରେ ଥିବା ୨ଟି ଅଫିସ୍‌ରେ ଚଢ଼ାଉ ହୋଇଛି ।

ସେହିପରି କଟକ ମହାନଦୀ ବିହାରରେ ଦୁଇ ପୁଅଙ୍କ ନାଁରେ ଚାଲିଛି ଔଷଧ ଉଦ୍ୟୋଗ । କେବଳ ସେତିକି ନୁହେଁ, ଜଗତସିଂହପୁର ବିରିଡ଼ିରେ ଥିବା ତ୍ରିନାଥ ମିଶ୍ରଙ୍କ ଡ୍ରାଇଭରଙ୍କ ଘରେ ବି ସର୍ଚ୍ଚ କରାଯାଇଛି । ବାବୁ ହେଲେ ପୋଲିସ୍ କମ୍ୟୁନିକେସନ୍ ଅତିରିକ୍ତ ଏସ୍ପି ତ୍ରିନାଥ ମିଶ୍ରା ଭୁବନେଶ୍ୱର ରସୁଲଗଡ଼ ବାସଭବନରେ ଲେଖିଛନ୍ତି ଚମତ୍କାର ବାର୍ତ୍ତା, ପ୍ରଚାର କରୁଛନ୍ତି ଅମୂଲ୍ୟ ବଚନ । ହେଲେ ଏଭଳି ବାଣୀ ଉପରେ ବିଶ୍ୱାସ କରୁଥିବା ତ୍ରିନାଥଙ୍କ ପାଖରେ ଆଖି ଖୋସି ହୋଇଗଲା ଭଳି ସମ୍ପତ୍ତି ଆସିଲା କେଉଁଠୁ ?

Advertisment

BMW X7 ସିରିଜ୍‌ର କାର୍, ଦାମ୍ କୋଟିଏ ୧୧ ଲକ୍ଷ । ଏହି କାର୍‌କୁ ଗଞ୍ଜାମ ଖଲ୍ଲିକୋଟ ଅଞ୍ଚଳରୁ ଜବତ କରି ଭୁବନେଶ୍ୱରକୁ ଆଣିଛି ଭିଜିଲାନ୍ସ । ଆଉ ଏକ ଗାଡ଼ି ହୁଣ୍ଡାଇ କ୍ରେଟା, ଦାମ୍ ୧୭ ଲକ୍ଷ, ତାସହ ସୌଖିନ ବାଇକ୍ ବି ଅଛି । ୨୦ ଲକ୍ଷର ସ୍ପୋର୍ଟସ ବାଇକ୍ ଟ୍ରାଏମ୍ଫ ରକେଟ୍ 3R, ୫ ଲକ୍ଷ ୩୦ ହଜାରର ହ୍ୟୁସଙ୍ଗ GTR 250 ଓ ରୋୟାଲ୍ ଏନଫିଲ୍ଡ କ୍ଲାସିକ୍ ୧ ଲକ୍ଷ ୭୫ ହଜାରର । ରୋଚକ କଥା ହେଉଛି, ପ୍ରତ୍ୟେକ ଗାଡ଼ିର ନମ୍ବର ରହିଛି 0005 ।

ଖାଲି ଏତିକି ନୁହେଁ, ଶାନ୍ତିଲତା ନାଁରେ ଫାର୍ମ ହାଉସ୍, ନର୍ସିଂ ହୋମ୍ ଓ ଟ୍ରାନ୍ସପୋର୍ଟ ସଂସ୍ଥା କରି ବ୍ୟବସାୟିକ ସାମ୍ରାଜ୍ୟ ବି ରହିଛି ତାଙ୍କର । ଭିଜିଲାନ୍ସ ଏସବୁକୁ ଆୟ ବହିର୍ଭୁତ ସମ୍ପତ୍ତି ଦର୍ଶାଇ ଚଢ଼ାଉ କରିଥିବାବେଳେ ତ୍ରିନାଥ କହିଛନ୍ତି ଯେ ଏସବୁ ମିଛ । ତ୍ରିନାଥଙ୍କ ପତ୍ନୀ ଦୀପ୍ତିମୟୀ ଚୌଧରୀ ମଧ୍ୟ ଏହି ରେଡ୍‌କୁ ଷଡ଼ଯନ୍ତ୍ର ବୋଲି କହିଥିବାବେଳେ ପୁଅ ଡାକ୍ତର ତରୁଣ ମିଶ୍ର କହିଛନ୍ତି, କୌଣସି ବେଆଇନ କାର୍ଯ୍ୟ ହୋଇନାହିଁ ।

Advertisment

ତ୍ରିନାଥଙ୍କୁ ମିଶାଇ ଗତ ୪ଦିନରେ ଭିଜିଲାନ୍ସ ଜାଲରେ ପଡ଼ିଲେଣି ତିନି ତିନି ଜଣ କୋଟିପତି ଅଧିକାରୀ । ୧୨ ତାରିଖରେ ସୁନ୍ଦରଗଡ଼ ADM ବିଶ୍ୱଜିତ ମହାପାତ୍ର, ଗତକାଲି ସମ୍ବଲପୁର ବିଦ୍ୟୁତ ବିଭାଗର ମୁଖ୍ୟଯନ୍ତ୍ରୀ ସୁନୀଲ ପଣ୍ଡା, ଆଉ ଆଜି ଅତିରିକ୍ତ ଏସ୍ପି ତ୍ରିନାଥ ମିଶ୍ରା

Vigilance Raid Vigilance Scanner Additional SP Trinath Mishra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ