Odisha Vigilance nabs ex-BDO Ramesh Chandra Sahoo from Delhi after 8 years
ଭିଜିଲାନ୍ସ ଜାଲରେ ଫେରାର ଦୁର୍ନୀତିଗ୍ରସ୍ତ ଅଧିକାରୀ। ନାରାୟଣପାଟଣାର ପୂର୍ବତନ ବିଡ଼ିଓ ରମେଶ ଚନ୍ଦ୍ର ସାହୁଙ୍କୁ ଦିଲ୍ଲୀରୁ ଭିଜିଲାନ୍ସ ଗିରଫ କରିଛି। ଦୀର୍ଘ ୮ ବର୍ଷ ଧରି ଚକ୍ମା ଦେଇ ଫେରାର ଥିବାବେଳେ ଗତକାଲି ସେ ଗିରଫ ହୋଇଛନ୍ତି।
ଗିରଫ ପରେ ଦିଲ୍ଲୀ କୋର୍ଟରେ ହାଜର କରି ଭୁବନେଶ୍ୱର ଆଣିଛି ଓଡ଼ିଶା ଭିଜିଲାନ୍ସ ନିର୍ଦ୍ଦେଶାଳୟ। ୨୦୧୫ରୁ ନାରାୟଣପାଟଣାର ପୂର୍ବତନ ବିଡ଼ିଓ ରମେଶ ଚନ୍ଦ୍ର ସାହୁ ଫେରାର ଥିଲେ। ୨୦୧୫ ମସିହାରେ ନାରାୟଣପାଟଣାର ବିଡ଼ିଓ ଥିବାବେଳେ ସେ ଲକ୍ଷ ଟଙ୍କା ଆତ୍ମସାତ କରିଥିବା ଭିଜିଲାନ୍ସରେ କେସ୍ ରହିଛି।
୭ଟି ଦୁର୍ନୀତି ମାମଲାରେ ଏହି ସବୁ ଟଙ୍କା ଆତ୍ମସାତ କରିଥିବାରୁ ଭିଜିଲାନ୍ସ ସ୍କାନରରେ ରହିଥିଲେ ରମେଶ ଚନ୍ଦ୍ର। ୮ ବର୍ଷ ଧରି ସେ ନିଜକୁ ଲୁଚି ରହିବା ପାଇଁ ଭାରତର ବିଭିନ୍ନ ସ୍ଥାନ ପରିବର୍ତ୍ତନ କରୁଥିଲା । ଏପରିକି ଦିଲ୍ଲୀ ଓ ଏହାର ଆଗ ପାଖ ଅଞ୍ଚଳରେ ନିଜର ସମ୍ପର୍କୀୟ ବନାଇ ବିଭିନ୍ନ ସମୟରେ ସ୍ଥାନ ବଦଳାଇଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/____1692674704.jpg)