ରସିକିଆ ଶିକ୍ଷକ
ବାଲେଶ୍ୱର FM କଲେଜରେ ଅଧ୍ୟାପକଙ୍କ ଫେବର ମାଗିବା ଘଟଣା ପରେ ଓଡ଼ିଶାର ବିଭିନ୍ନ ସ୍ଥାନରୁ ସମାନ ଖବର ସାମ୍ନାକୁ ଆସୁଛି। ଆଉ ଗୁରୁ ଶିଷ୍ୟର ପବିତ୍ର ସମ୍ପର୍କ ଉପରେ ଲଗାଉଛି କଳା ଦାଗ। ପାଠ ପଢ଼ାଇବାକୁ ଡାକି ଛାତ୍ରୀଙ୍କୁ ଅସଦାଚରଣ କରିଛନ୍ତି ଶିକ୍ଷକ। ଆଉ କୁନି କୁନି ପିଲାଙ୍କୁ କରିଛନ୍ତି ବ୍ୟାଡ ଟଚ୍। ଏମିତି ଏକ ଲଜ୍ଜାଜନକ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ବେତନଟୀର ଏକ ସରକାରୀ ଉପ୍ରା ବିଦ୍ୟାଳୟରେ।
ଇଏ ହେଉଛନ୍ତି ସେହି କରିତକର୍ମା ଶିକ୍ଷକ ପ୍ରମୋଦ କୁମାର ମହନ୍ତ। ଯାହାଙ୍କ ନାମରେ ଆସିଛି ସାଂଘାତିକ ଅଭିଯୋଗ। ପାଠ ପଢ଼ାଇବା ବାହାନାରେ ଛାତ୍ରୀ ମାନଙ୍କୁ ପାଖକୁ ଡାକୁଥିଲେ ସିଏ। ଆଉ କୋଳରେ ବସାଇ ବ୍ୟାଡ ଟଚ୍ କରିବା ସହ ଗାଲ ଓ ଓଠକୁ କିସ୍ କରୁଥିବା ନେଇ ଅଭିଯୋଗ ଆଣିଛନ୍ତି ଛାତ୍ରୀ ।
ପ୍ରାୟ ସାତରୁ ଆଠ ଜଣ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ନେଇ ପ୍ରମୋଦଙ୍କ ନାମରେ ଅଭିଯୋଗ ହୋଇଛି। ତେବେ ଏନେଇ ସ୍କୁଲର ଜମେ ଶିକ୍ଷୟିତ୍ରୀଙ୍କ ଲିଖିତ ଅଭିଯୋଗ କରିଥିଲେ। ପରେ ବେତନଟୀ ବ୍ଲକ ଶିକ୍ଷାଧିକାରୀ ସମ୍ପୃକ୍ତ ଶିକ୍ଷକଙ୍କୁ ନିଲମ୍ୱନ କରିଛନ୍ତି। ପୂର୍ବରୁ ମଧ୍ୟ ଶିକ୍ଷକଙ୍କ ନାମରେ ଏହିପରି ଅଭିଯୋଗ ଥିବା ଜଣାପଡିଛି। ତେଣୁ ଏକ କମିଟି ଗଠନ କରି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରିବା ସହ ଉଚ୍ଚ କର୍ତୁପକ୍ଷଙ୍କୁ ରିପୋର୍ଟ ଦେବେ ବୋଲି କହିଛନ୍ତି ।
ଯେଉଁ ଶିକ୍ଷକଙ୍କ ଭରସାରେ ଅଭିଭାବକମାନେ ନିଜ ପିଲାଙ୍କୁ ଛାଡ଼ୁଥିଲେ। ସିଏ ରାକ୍ଷସ ସାଜି ସେମାନଙ୍କୁ ଶୋଷଣ କରୁଥିଲେ। ଏବେ ଦେଖିବାକୁ ବାକି ରହିଲା ଅଭିଯୁକ୍ତ ଶିକ୍ଷକଙ୍କ ବିରୁଦ୍ଧରେ କି ଆକ୍ସନ୍ ନିଆଯାଉଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1753769537.jpg)