Advertisment

ଓଡ଼ିଶାର ସିମ୍‌, ପାକିସ୍ତାନରେ ଅପରେଟ୍‌ ! ଏଠି କିଣା ହେଉଥିଲା ସିମ୍‌, ପାକିସ୍ତାନକୁ ଦିଆଯାଉଥିଲା ଓଟିପି...

ଓଡ଼ିଶାର ସିମ୍‌, ପାକିସ୍ତାନରେ ଅପରେଟ୍‌ ! ଏଠି କିଣା ହେଉଥିଲା ସିମ୍‌, ଆଉ ପାକିସ୍ତାନକୁ ଦିଆଯାଉଥିଲା ଓଟିପି। ଅଭିଯୁକ୍ତମାନେ ଜାଲିଆତି କରି ଅନ୍ୟ ନାଁରେ ସିମ୍ କାର୍ଡ ହାତଉଥିଲେ।

ଅଦ୍ୟତନ ହୋଇଛି
Odisha STF nabs ITI teacher from Nayagarh for sharing OTP’s and selling info with ISI in Pakistan

Odisha STF nabs ITI teacher from Nayagarh for sharing OTP’s and selling info with ISI in Pakistan

Advertisment

ଓଡ଼ିଶାର ସିମ୍‌, ପାକିସ୍ତାନରେ ଅପରେଟ୍‌ ! ଏଠି କିଣା ହେଉଥିଲା ସିମ୍‌, ଆଉ ପାକିସ୍ତାନକୁ ଦିଆଯାଉଥିଲା ଓଟିପି। ଦେଶ ବିରୋଧୀ କାର୍ଯ୍ୟକଳାପ ଅଭିଯୋଗରେ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ୩ ଜଣଙ୍କୁ ଗିରଫ କରାଯାଇଛି। ନୟାଗଡ଼ ଜିଲ୍ଲାରୁ ୨ ଜଣ ଓ ଯାଜପୁରରୁ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ୩ ଅଭିଯୁକ୍ତ ହେଲେ ପଠାଣି ସାମନ୍ତ ଲେଙ୍କା, ସରୋଜ କୁମାର ନାୟକ ଓ ସୌମ୍ୟ ପଟ୍ଟନାୟକ। ଅଭିଯୁକ୍ତ ପଠାଣି ସାମନ୍ତ ଲେଙ୍କା ଜଣେ ଆଇଟିଆଇ ଶିକ୍ଷକ।

Advertisment

ଅଭିଯୁକ୍ତମାନେ ଜାଲିଆତି କରି ଅନ୍ୟ ନାଁରେ ସିମ୍ କାର୍ଡ ହାତଉଥିଲେ। ଓଟିପି ସେୟାର କରି ପାକ୍‌ରେ ସୋସିଆଲ ମିଡିଆ ଆକାଉଣ୍ଟ ଖୋଲା ଯାଉଥିଲା। ଦେଶ ବିରୋଧୀ କାମରେ ଏହି ସୋସିଆଲ ମିଡିଆ ଆକାଉଣ୍ଟ ଗୁଡ଼ିକୁ ବ୍ୟବହାର କରାଯାଉଥିଲା ବୋଲି ଜଣାପଡ଼ିଛି।  ISI ଏଜେଣ୍ଟକୁ ବି ଓଟିପି ବିକ୍ରି ହୋଇଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତମାନେ ଗୁପ୍ତଚରୀ, ଆତଙ୍କୀକୁ ତଥ୍ୟ ପ୍ରଦାନ, ଦେଶ ବିରୋଧୀ କାର୍ଯ୍ୟ କରୁଥିଲେ। 

ଅଭିଯୁକ୍ତଙ୍କ ନିକଟରୁ ୧୯ ଦାମୀ ମୋବାଇଲ୍, ୪୭ଟି ସିମ୍ କାର୍ଡ, ୬୧ଟି ଏଟିଏମ୍ କାର୍ଡ, ୨୩ଟି ସିମ୍‌ କଭର ଓ ଲାପଟପ ଜବତ ହୋଇଛି। ଜବତ ସିମ୍‌ କାର୍ଡ଼ ଓଡିଶାର ହୋଇଥିବା ବେଳେ ପାକିସ୍ତାନରୁ ଏହାକୁ ଅପରେଟ୍‌ କରାଯାଉଥିଲା। ଏହି ସବୁ ନମ୍ବରରେ ହ୍ୱାଟ୍ସଆପ୍‌ ଖୋଲି ବିଭିନ୍ନ ଦେଶ ବିରୋଧୀ ପୋଷ୍ଟ କରାଯାଉଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ