Advertisment

କୁତ୍ସିତ ମାନସିକତା; ସ୍ୱାମୀ ପାଖରୁ ଟାଣିନେଲେ, ଗଣଦୁଷ୍କର୍ମ କଲେ

ଘଟଣା ଚାଞ୍ଚଲ୍ୟକର..ସଭ୍ୟ ସମାଜ ପାଇଁ ଅତି ଲଜ୍ଜାକର..ଆଗେ ସ୍ୱାମୀଙ୍କୁ ଦୁବୃର୍ତ୍ତ ମିଶି ନିସ୍ତୁକ ମାଡ଼ ମାରିଲେ। ପରେ ପତ୍ନୀଙ୍କୁ ଜଙ୍ଗଲକୁ ଟାଣି ନେଇ ଗଣଦୁଷ୍କର୍ମ କଲେ।

ଅଦ୍ୟତନ ହୋଇଛି
Crimes In Odisha

Crimes In Odisha

Advertisment

ବାଟରେ ଅଟକାଇ ସ୍ୱାମୀଙ୍କୁ ପିଟିଲେ, ପତ୍ନୀଙ୍କୁ ଗଣଦୁଷ୍କର୍ମ କଲେ। ଢେଙ୍କାନାଳ ଭୁବନ ଅଞ୍ଚଳର ଏଭଳି ଏକ ଚାଂଚଲ୍ୟକର ଘଟଣା ସଭ୍ୟସମାଜ ପାଇଁ ସୃଷ୍ଟି କରିଛି ଲଜ୍ଜା। ମାମଲାରେ ପୋଲିସ ୨ଜଣଙ୍କୁ ଅଟକ ରଖି ତନାଘନା ଚଳାଇଥିବା ବେଳେ ସବୁ ଅଭିଯୁକ୍ତଙ୍କୁ ବାନ୍ଧି ଜେଲ୍‌ରେ ଠୁଙ୍କିବୁ ବୋଲି କହିଛନ୍ତି ଢେଙ୍କାନାଳ ଏସପି। ସ୍ଥାନୀୟ ଲୋକେ ବି ଏଭଳି ଘଟଣାକୁ ନିନ୍ଦା କରିବା ସହ ଦୋଷୀଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡ ଦେବାକୁ ଦାବି କରିଛନ୍ତି।

Advertisment

ଘଟଣା ଚାଞ୍ଚଲ୍ୟକର..ସଭ୍ୟ ସମାଜ ପାଇଁ ଅତି ଲଜ୍ଜାକର..ଆଗେ ସ୍ୱାମୀଙ୍କୁ ଦୁବୃର୍ତ୍ତ ମିଶି ନିସ୍ତୁକ ମାଡ଼ ମାରିଲେ। ପରେ ପତ୍ନୀଙ୍କୁ ଜଙ୍ଗଲକୁ ଟାଣି ନେଇ ଗଣଦୁଷ୍କର୍ମ କଲେ। ଗତ ଶନିବାର ଏ ଅମାନୁଷିକ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ବାରୁଆଁ ଅଞ୍ଚଳରେ। ପୋଲିସ୍ ସୂଚନା ଅନୁସାରେ- ଭୁବନରେ ଏକ ମେସ୍‌ରେ ରହି ପାଠ ପଢୁଥିଲେ ଯାଜପୁର କାଳିଆପାଣି ଅଞ୍ଚଳର ପୀଡ଼ିତା। ଦଶହରା ଛୁଟି ଥିବାରୁ ସେ ସ୍ୱାମୀଙ୍କ ସହ ଭୁବନରୁ ଘରକୁ ବାଇକରେ ଫେରୁଥିଲେ।

ରାତି ପ୍ରାୟ ୮ଟା। ଭୁବନ-ସୁକିନ୍ଦା ରାସ୍ତାର ବାରୁଆଁରେ ହଠାତ୍ ସେମାନଙ୍କୁ ଅଟକାଇଥିଲେ ୫ ଦୁର୍ବୁତ୍ତ। ପ୍ରଥମେ ସ୍ୱାମୀଙ୍କୁ ଡରାଇ ଧମକାଇ ନିସ୍ତୁକ ମାଡ଼ ମାରିଲେ। ପରେ ମହିଳାଙ୍କୁ ପାଖ କାଜୁ ଜଙ୍ଗଲକୁ ଟାଣି ନେଇ ଦୁଷ୍କର୍ମ କରି ଉଭାନ୍ ହୋଇଗଲେ। ରବିବାର ମହିଳା ଜଣକ ଭୁବନ ଥାନାରେ ଲିଖିତ ଏତଲା ଦେବା ପରେ ଆରମ୍ଭ ହୋଇଥିଲା ତନାଘନା। ପୋଲିସ୍ ପୀଡ଼ିତାଙ୍କୁ ଡାକ୍ତରୀମାଇନା ପାଇଁ ପଠାଇବା ସହିତ ୨ ଜଣଙ୍କୁ ଥାନାକୁ ଉଠାଇ ଆଣିଛି। ବାକି ତିନିଜଣଙ୍କୁ ଖୋଜୁଛି। ଢେଙ୍କାନାଳ ଏସପି କହିଛନ୍ତି-ଅଭିଯୁକ୍ତଙ୍କୁ ଚିହ୍ନଟ ସରିଛି, ଖୁବଶୀଘ୍ର ସମସ୍ତେ ବନ୍ଧା ହେବେ।

Advertisment

ପୀଡ଼ିତା ମହିଳା ପଡ଼ୋଶୀ ଯାଜପୁର ଜିଲ୍ଲାର। ତାଙ୍କୁ କିମ୍ବା ତାଙ୍କ ସ୍ୱାମୀଙ୍କୁ ଦୁର୍ବୃର୍ତ୍ତମାନେ ଆଗରୁ ଜାଣିଥିଲେ କି ? ପୂର୍ବରୁ ସେମାନଙ୍କ ସହ ଅନ୍ୟ କିଛି ଶତ୍ରୁତା ଥିଲା ନା ହଠାତ୍ ଏଭଳି ଅମାନୁଷିକ କାଣ୍ଡ ଘଟାଇଲେ? କାଲି ସେତିକି ନୁହେଁ ଦଂପତିଙ୍କ ଠାରୁ ମୋବାଇଲ ଓ ଟଙ୍କା ମଧ୍ୟ ଦୃର୍ବୃତ୍ତ ଛଡାଇ ନେଇଥିବା ଅଭିଯୋଗ ହୋଇଛି। ପୋଲିସ୍ ଶୀଘ୍ର ଅଭିଯୁକ୍ତମାନଙ୍କୁ ବାନ୍ଧି ଉଚିତ୍। ଦଣ୍ଡଦେବାକୁ ପୀଡ଼ିତା ଦାବି କରିଥିବାବେଳେ, ସ୍ଥାନୀୟ ଲୋକେ ଏଭଳି ଅମାନବୀୟ କାର୍ଯ୍ୟକୁ ଦୃଢ଼ ଭାବେ ନିନ୍ଦା କରିଛନ୍ତି।

ଏବେ ଅପେକ୍ଷା କେତେଶୀଘ୍ର ଗଣଦୁଷ୍କର୍ମକାରୀଙ୍କୁ ଧରି ପୁରା ଘଟଣା ଉପରୁ ରହସ୍ୟ ଉଠାଇବାରେ ସମର୍ଥ ହେଉଛି ଭୁବନ ପୋଲିସ୍।

Advertisment
Crime Against Women Crimes In Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ