କଟକ ମୁଣ୍ଡଳୀ ଟୋଲ୍ ଗେଟରେ ପର୍ଯଟକଙ୍କୁ ମାଡ଼ ଘଟଣା ପରେ ଏବେ ଚାଲିଛି ଖୋଳତାଡ଼ । ଛତିଶଗଡ଼ର ସମସ୍ତ ପର୍ଯ୍ୟଟକଙ୍କୁ ସୁରକ୍ଷିତ ସ୍ଥାନରେ ରଖିଛି ପୋଲିସ୍ । ମାମଲାରେ ୪ ଜଣଙ୍କୁ ଅଟକ ରଖି ତଦନ୍ତ କରୁଛି । ଏମାନଙ୍କୁ ଗତକାଲିର ଘଟଣାକୁ ନେଇ ପଚରାଉଚରା ବି ଚାଲିଛି । ମୁଣ୍ଡଳୀ ଗେଟରେ ଟୋଲ୍ ଗେଟ କର୍ମଚାରୀ ଓ ଛତିଶଗଡର ଟୁରିଷ୍ଟ ବସ ଯାତ୍ରୀଙ୍କ ମଧ୍ୟରେ ଗତକାଲି ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଥିଲା ।
ଟୋଲ୍ ଗେଟରେ ପାରି ହେବା ପାଇଁ ଅର୍ଥ ରାଶିକୁ ନେଇ ଦୁଇ ପକ୍ଷ ଝଗଡା ଓ ମାରପିଟ୍ ହୋଇଥିଲେ । ଛତିଶଗଡରୁ ୨ଟି ବସରେ ଯାତ୍ରୀମାନେ ଓଡିଶା ଆସି ବିଭିନ୍ନ ସ୍ଥାନ ବୁଲୁଥିବାବେଳେ ଗେଟରେ ପାରିହେବା ପାଇଁ ଦିଆଯାଉଥିବା ଟଙ୍କାକୁ ନେଇ ଝଗଡା ହୋଇଥିଲା । ଏଥିରେ ବସରେ ଥିବା ୧୧ ଯାତ୍ରୀ ଏବଂ ଗେଟର ୩ଜଣ କର୍ମଚାରୀ ଆହତ ହୋଇଥିଲେ ।
Also Read
ସୂଚନା ଥାଉ କି ଗତକାଲି ମୁଣ୍ଡଳୀରେ ଛତିଶଗଡ଼ ପର୍ଯ୍ୟଟକଙ୍କୁ ଟୋଲ୍ ଗେଟ୍ କର୍ମଚାରୀ ମାଡ଼ ମାରିଥିଲେ । ଟୋଲ୍ ଆଦାୟକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ହୋଇଥିଲା । ବିଚ୍ ରାସ୍ତା ଉପରେ ପର୍ଯ୍ୟଟକଙ୍କୁ ମାଡ଼ ମାରିବା ସହିତ ଠେଙ୍ଗା ବାଡ଼ିରେ ଗୋଡ଼ାଇ ଗୋଡ଼ାଇ ପିଟିଲେ ଟୋଲ୍ ଗେଟ୍ କର୍ମଚାରୀ । ଏଥିରେ ଏକାଧିକ ପର୍ଯ୍ୟଟକ ଆହତ ହୋଇଥିଲେ । ଏହି ଘଟଣାକୁ ନେଇ କିଛି ଟୋଲ ଗେଟ୍ କର୍ମଚାରୀଙ୍କୁ ଅଟକ ରଖି ପୋଲିସ୍ ପଚରାଉଚରା କରୁଛି ।