Advertisment

ରାଜ୍ୟରେ ବଢ଼ୁଛି ଆତ୍ମହତ୍ୟା ପ୍ରବଣତା ! ଡିଜେ ଆଜେକ୍ସ ଠାରୁ ଆରମ୍ଭ କରି ରୁଚିସ୍ମିତାଙ୍କ ପର୍ଯ୍ୟନ୍ତ . .

ଏନସିଆରବି ତଥ୍ୟ, ବଢିଛି ୧୨ % ମାମଲା, ବିଶେଷଜ୍ଞ ବତାଇଲେ ବର୍ତ୍ତିବାର ବାଟ....

ଅଦ୍ୟତନ ହୋଇଛି
undefined

Odisha records higher suicide rate

Advertisment

ପ୍ରେମରେ ପ୍ରତାରଣାରୁ ହେଉ କିମ୍ବା କ୍ୟାରିୟରରେ ବିଫଳତା ପାଇଁ ହେଉ, ଜୀବନକୁ ସତେ ଯେମିତି ଖେଳ ଭାବୁଛନ୍ତି କିଛି ଯୁବ ଗୋଷ୍ଠୀ । ନିଜର ଭୂତ ଭବିଷ୍ୟତ ଏବଂ ଦାୟିତ୍ୱକୁ ଭୁଲି କ୍ଷଣିକ ଉତ୍ତେଜନାର ବଶବର୍ତ୍ତୀ ହୋଇ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଉଛନ୍ତି । ଗତକାଲି ଗୋଟିଏ ଦିନରେ ଭୁବନେଶ୍ୱର ଓ ବଲାଙ୍ଗିରରେ ଦୁଇ ଦୁଇ ଜଣଙ୍କ ଆତ୍ମହତ୍ୟା ଅଭିଭାବକଙ୍କୁ ଚିନ୍ତାରେ ପକାଇଦେଇଛି । କେବଳ ଏହି ଘଟଣା ନୁହେଁ, NCRBର ତଥ୍ୟ ଅନୁଯାୟୀ, ଜାତୀୟ ହାର ତୁଳନାରେ ରାଜ୍ୟର ସୁଇସାଇଡ୍ ମାମଲା ୧୨ %ରୁ ଅଧିକ ରହିଛି ।

Advertisment

ବଲାଙ୍ଗିର ସୁଦପଡ଼ାର ଯୁବ ପ୍ରତିଭା ରୁଚିସ୍ମିତା ଆଜି ଅତୀତ । ତାଙ୍କର ସ୍ୱପ୍ନ ଥିଲା ରୂପେଲି ପରଦାରେ ନାୟିକା ହେବାକୁ...ଇଚ୍ଛା ଥିଲା ଭଲ ଗାୟିକାଟିଏ ବନିବାକୁ...ହେଲେ ସେହି ଇଛା ଆଉ ସ୍ୱପ୍ନ ଯେବେ ଡେଣା ମେଲିବାକୁ ବସିଥିଲେ, ସେତିକିବେଳକୁକ’ଣ ଘଟିଗଲା କେଜାଣି, ସବୁଦିନ ପାଇଁ ଲିଭିଗଲା ରୁଚିସ୍ମିତା ଗୁରୁଙ୍କ ଜୀବନ ଦୀପ । ଏବେ ରହିଯାଇଛି କେବଳ କିଛି ଗ୍ଲାମର ଫଟୋ, ଭିଡ଼ିଓ ଆଲବମ୍ ଆଉ ରିଲସ । ରୁଚିସ୍ମିତା କୁଆଡ଼େ ଡିପ୍ରେସନରେ ରହୁଥିଲେ । ଚିକିତ୍ସିତ ବି ହେଉଥିଲେ । ପରିବାର ଲୋକଙ୍କ କହିବା କଥା. ନିଜ ରୁଚି ଅନୁଯାୟୀ, କୌଣସି କାମ ନମିଳିବାରୁ ସେ ଡିପ୍ରେସନରେ ଥିଲେ । ଆଉ ଗତକାଲି ମା’ ସହ ପଦେ ଦି’ପଦ କଥା କଟାକଟି ପରେ ସୁଦପଡ଼ା ସ୍ଥିତ ମାମୁ ଘରକୁ ଯାଇ ଆତ୍ମହତ୍ୟା କରିଦେଲେ ରୁଚିସ୍ମିତା ।

ସେହିପରି ରାଜଧାନୀର ଯୁବ ଇଞ୍ଜିନିୟର ଦୁର୍ଗାପ୍ରସାଦ ମିଶ୍ର ଏବଂ ବହୁଚର୍ଚ୍ଚିତ ଡିଜେ ଆଜେକ୍ସ । ଶନିବାର ରାତିରେ ଦୁର୍ଗାପ୍ରସାଦ ଏବଂ ସପ୍ତାହକ ତଳେ ଡିଜେ ଆଜେକ୍ସ କରିଛନ୍ତି ଆତ୍ମହତ୍ୟା। ଉଭୟଙ୍କ ଆତ୍ମହତ୍ୟା ସେହି ପ୍ରେମ, ପ୍ରତାରଣା ଆଉ ପ୍ରେମିକା ଭିତରେ କେନ୍ଦ୍ରୀଭୂତ ରହୁଛି। ନିଜର ଜଣେ ସାଙ୍ଗର ବାନ୍ଧବୀଙ୍କ ବାର୍ଥ ଡେ ପାର୍ଟିକୁ ଯାଇ ଜାଗମରା ସ୍ଥିତ ଏକ ହୋଟେଲରେ ଅତି ରହସ୍ୟଜନକ ଭାବେ ଦୁର୍ଗାପ୍ରସାଦ ସୁଇସାଇଡ୍ କରିଥିବା କୁହାଯାଉଛି । କିନ୍ତୁ ପରିବାର ଲୋକଙ୍କ ଅଭିଯୋଗ, ଦୁର୍ଗାପ୍ରସାଦଙ୍କୁ ହତ୍ୟା କରାଯାଇଛି । ଯାହାକୁ ନେଇ ଖଣ୍ଡଗିରି ପୋଲିସ ଖୋଳତାଡ଼ ଜାରି ରଖିଛି।

Advertisment

ଗତ କିଛିଦିନ ହେଲା ରାଜଧାନୀରୁ ରାଜ୍ୟବ୍ୟାପି ଯୁବପୀଢ଼ିଙ୍କ ମଧ୍ୟରେ ଆତ୍ମହତ୍ୟା ପ୍ରବଣତା ଉଦବେଗଜନକ ହାତରେ ବଢିଚାଲିଛି। ଭୁବନେଶ୍ୱରରେ ଲେଡି ସଫ୍ଟୱେର ଇଞ୍ଜିନିୟର ଶ୍ୱେତା ଉତ୍କଳ କୁମାରୀ, ମଡେଲ୍ ସୌମ୍ୟରଂଜନ ପାଣିଗ୍ରାହୀ, ବିଜେବି ଛାତ୍ରୀ ରୁଚିକା ମହାନ୍ତି, ବୁର୍ଲା ଭିସୁଟର ପୂର୍ବତନ ଛାତ୍ରୀ ଚିନ୍ମୟୀ ସାହୁ । ମାତ୍ର କେଇ ମାସ ଭିତରେ ବାପା, ମା ଓ ପରିବାରର ଏହି ଭବିଷ୍ୟତ ମାନଙ୍କ ଅକାଳ ବିୟୋଗ ଘଟିଛି। କେବଳ ଏତିକି ନୁହେଁ, ନ୍ୟାସନାଲ କ୍ରାଇମ୍ ରେକର୍ଡ ବ୍ୟୁରୋ-NCRBର ସର୍ବଶେଷ ତଥ୍ୟ କହୁଛି, ବିଭିନ୍ନ କାରଣରୁ ରାଜ୍ୟରେ ୨୦୧୬ରୁ ୨୦୨୧ ମଧ୍ୟରେ ୨୮ ହଜାର ୩୪୯ ଜଣ ବ୍ୟକ୍ତି ଆତ୍ମହତ୍ୟା କରିଛନ୍ତି ।

ଗତବର୍ଷ ୫ ହଜାର ୬୫୧ ଜଣ ଅର୍ଥାତ୍ ଦିନକୁ ପାଖାପାଖି ୧୫ ଜଣ ଆତ୍ମହତ୍ୟା କରିଛନ୍ତି । ଯାହା ୨୦୨୦ ଅପେକ୍ଷା ଅଧିକ। ତାହାରି ଭିତରେ ରହିଛନ୍ତି ୮୩୪ ଜଣ ଛାତ୍ରଛାତ୍ରୀ। ସେହିପରି ଭୁବନେଶ୍ୱରରେ ୨୦୨୧ରେ ୨୮୧, ୨୦୨୨ରେ ୪୮ ପ୍ରତିଶତ ବଢ଼ି ୪୧୭ରେ ପହଞ୍ଚିଥିଲା ସୁଇସାଇଡ୍ କେସ୍ । ତେବେ ମାନସିକ ରୋଗ ବିଶେଷଜ୍ଞଙ୍କ କହିବା କଥା, ପ୍ରେମରେ ବିଫଳତା, କ୍ୟାରିୟର ପାଇଁ ଚାପ, ନିଶା ସେବନ ସହ ନିସଙ୍ଗତା ପାଇଁ ଯୁବଗୋଷ୍ଠୀଙ୍କ ମଧ୍ୟରେ ଆତ୍ମହତ୍ୟା ପ୍ରବଣତା ବଢୁଛି । ତେଣୁ ପରିବାର ଏବଂ ସଂପର୍କୀୟ ଏହା ଉପରେ ଦୃଷ୍ଟିଦେବା ଉଚିତ।

Advertisment
NCRB Suicide Case Suicide Case In Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ