Advertisment

Ex Sarpanch Murder: ସରପଞ୍ଚଙ୍କ ସ୍ୱାମୀଙ୍କୁ ନିର୍ମମ ହତ୍ୟା

ସରପଞ୍ଚଙ୍କ ସ୍ୱାମୀଙ୍କୁ ଧାରୁଆ ଅସ୍ତ୍ରରେ ହାଣି ନିର୍ମମ ହତ୍ୟା ।

ଅଦ୍ୟତନ ହୋଇଛି
Ex Sarpanch Murder

Ex Sarpanch Murder

Advertisment

ସରପଞ୍ଚଙ୍କ ସ୍ୱାମୀଙ୍କୁ ଧାରୁଆ ଅସ୍ତ୍ରରେ ହାଣି ନିର୍ମମ ହତ୍ୟା। ଏଭଳି ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଗଜବନ୍ଧ ପଞ୍ଚାୟତରେ । ମୃତକ ହେଲେ ସରପଞ୍ଚ ବାସନ୍ତୀ ଖେତୀଙ୍କ ସ୍ୱାମୀ ତଥା ପୂର୍ବତନ ସରପଞ୍ଚ ବଲ୍ଲଭ ଖେତୀ । ଅଭିଯୋଗ ଅନୁଯାୟୀ, ବଲ୍ଲଭ ଖେତୀ ରାତିରେ ଘରକୁ ଫେରୁଥିଲେ I ଏହି ସମୟରେ ପଣ୍ଡରାପାଲି ଗାଁ ନିକଟରେ କିଛି ଦୁର୍ବୃତ୍ତ ମୁଣ୍ଡକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି I ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ଡୁଙ୍ଗୁରିପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା Iକିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ I

Advertisment

ଖବର ପାଇ ରାମପୁର ପୋଲିସ ମେଡିକାଲରେ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଚଳାଇଛି I ହତ୍ୟାକାଣ୍ଡ ଘଟଣାରେ ପୋଲିସ ରାମପୁର ଥାନାରେ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ଦୁଇ ଜଣ ଫେରାର ଥିବା ସୂଚନା ମିଳିଛି । ତେବେ ହତ୍ୟାକାଣ୍ଡର କାରଣ କିଛି ସ୍ପଷ୍ଟ ହୋଇନି । ସେପଟେ ପୂର୍ବ ଶତ୍ରୁତାରୁ ବଲ୍ଲଭଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ଆଣିଛନ୍ତି ତାଙ୍କ ପରିବାର ଲୋକେ ।

ଅଧିକ ପଢ଼ନ୍ତୁ :ଆଜି ଆସୁଛନ୍ତି ରାହୁଲ ଗାନ୍ଧି, ବରମୁଣ୍ଡାରେ କଂଗ୍ରେସର ସମ୍ବିଧାନ ବଞ୍ଚାଅ କାର୍ଯ୍ୟକ୍ରମ

Advertisment
Sonepur Crime News Sarpanch Odisha Crime News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ