Advertisment

Shocking Incident : ରକ୍ତମୁଖା ସ୍ୱାମୀର କାରନାମା, ସ୍ତ୍ରୀର ବେକ କାଟିଲା...ସ୍ତ୍ରୀର ପ୍ରେମିକର କାଟିଦେଲା ଗୁପ୍ତାଙ୍ଗ

କୋରେଇ ଥାନା ଅନ୍ତର୍ଗତ ବ୍ରାହ୍ମଣୀଦା ଅଞ୍ଚଳ ମନୋଜ ମହାନ୍ତି । ପତ୍ନୀ ଡଲି ଓ ଦୁଇ ଛୁଆଙ୍କୁ ନେଇ ଥିଲା ସୁନାର ସଂସାର।  ହଠାତ ଏହି ସଂସାର ଉପରେ ଲାଗିଗଲା କାହାର ନଜର।

ଅଦ୍ୟତନ ହୋଇଛି
Shocking Incident

Shocking Incident

Advertisment

ପ୍ରେମିକ ପ୍ରେମରେ ଉବୁଡୁବୁ ସ୍ତ୍ରୀ।୧୫ବର୍ଷର ବୈବାହିକ ସଂପର୍କକୁ କରିଲା ତୁଚ୍ଛ। ପ୍ରେମିକ ସହ ମାରିଲା ଚମ୍ପଟ। ପର ପୁରୁଷ ସହ ସ୍ତ୍ରୀର ସଂପର୍କକୁ ସହିପାରିଲାନି ସ୍ୱାମୀ। ମୁଣ୍ଡକୁ ଚଢ଼ିଗଲା ବିଷ । ନେଲା ପ୍ରତିଶୋଧ । ସ୍ତ୍ରୀ ପାଇଁ ରକ୍ତ ମୁଖା ପାଲଟିଗଲା ସ୍ୱାମୀ । 

Advertisment

ସ୍ୱାମୀ ଭୁଲିଗଲା ହିତାହିତ ଜ୍ଞାନ । ହାତଗୋଡ଼ ବାନ୍ଧିଲା...ନିଜ ସ୍ତ୍ରୀର ବେକ କାଟିଲା, ପତ୍ନୀର ପ୍ରେମିକକୁ ବି ଛାଡ଼ିଲାନି। ବେକ କାଟିବା ସହ କାଟିଦେଲା ଗୁପ୍ତାଙ୍ଗ। ଏପରି ଜଙ୍ଘନ୍ୟ କାଣ୍ଡ କେଉଁ ବାହାର ଦେଶରେ ନୁହେଁ ଆଜ୍ଞା ଯାଜପୁର ଜିଲ୍ଲାରେ ଘଟିଛି ଏହି ଘଟଣା।

ଅଧିକ ପଢ଼ନ୍ତୁ: ଗୋଟିଏ ଭୁଲ ପାଇଁ ଫସିଗଲେ, ପହଞ୍ଚିଗଲେ ଜେଲରେ 

କୋରେଇ ଥାନା ଅନ୍ତର୍ଗତ ବ୍ରାହ୍ମଣୀଦା ଅଞ୍ଚଳ ମନୋଜ ମହାନ୍ତି । ପତ୍ନୀ ଡଲି ଓ ଦୁଇ ଛୁଆଙ୍କୁ ନେଇ ଥିଲା ସୁନାର ସଂସାର।  ହଠାତ ଏହି ସଂସାର ଉପରେ ଲାଗିଗଲା କାହାର ନଜର। ଘରକୁ ରାଜମିସ୍ତ୍ରୀ  କାମ କରିବାକୁ ଆସୁଥିବା ନୂଆ ବଜାର ଅଞ୍ଚଳର ପ୍ରଶାନ୍ତ ନାଥଙ୍କ ପ୍ରେମରେ ପଡ଼ିଗଲେ ଡଲି।

Advertisment

ସମୟ କ୍ରମେ ବଢ଼ି ଚାଲିଲା ଉଭୟଙ୍କ ପ୍ରେମ ସଂପର୍କ। ଉଭୟ ସାଥିରେ ରହିବାକୁ ନେଲେ ନିଷ୍ପତ୍ତି। ପ୍ରଶାନ୍ତଙ୍କ ପ୍ରେମ ଆଗରେ ତୁଚ୍ଛ ହୋଇଗଲା ମନୋଜଙ୍କ ୧୫ବର୍ଷର ସଂପର୍କ । ନଭେମ୍ବର ମାସରେ  ସ୍ୱାମୀ ଓ ୨ ଛୁଆଙ୍କୁ ଛାଡ଼ି ପ୍ରଶାନ୍ତଙ୍କ ସହ ଘର ଛାଡ଼ି ଚାଲିଗଲେ ଡଲି।

ମନୋଜ ନିଜ ସ୍ତ୍ରୀକୁ ବହୁତ ଖୋଜାଖୋଜି କଲେ, ହେଲେ ପାଇଲେ ନାହିଁ। ୨ ଛୁଆ ମଧ୍ୟ ନିଜ ମା’କୁ ନ ପାଇ ବାହୁନି ହେଉଥିଲେ। ଏହି ସମୟରେ ଡଲି ଓ ପ୍ରଶାନ୍ତ, ଟିପରା ଅଞ୍ଚଳରେ ରହୁଥିବାର ମନୋଜ ଜାଣିବାକୁ ପାଇଥିଲେ।  ପ୍ରତିଶୋଧ ନିଆଁରେ ଜଳୁଥିବା ମନୋଜ ଉଭୟଙ୍କୁ ପାନେ ଦେବା ପାଇଁ କରିଥିଲେ ଯୋଜନା। 

Advertisment

ଏହି କାମରେ  ସାଥ ଦେଇଥିଲେ ତାଙ୍କର ପରିବାର। ଗତ ମଙ୍ଗଳବାର  ଡଲି ଓ ପ୍ରଶାନ୍ତଙ୍କୁ ଆପୋଷ ସମାଧାନ ପାଇଁ ଡାକିଥିଲେ ମନୋଜ। ଉଭୟ ପ୍ରଶାନ୍ତ ଡାକିଥିବା ସ୍ଥାନକୁ ଆସିଥିଲେ। ପରେ  ଉଭୟଙ୍କୁ ଏକ ସ୍ଥାନକୁ ନେଇ ନିର୍ଧୁମ  ପିଟିଥିଲେ ମନୋଜ ତାଙ୍କ ସହଯୋଗୀ।

ଏହାସହ ଉଭୟଙ୍କ ହାତଗୋଡ଼ ବାନ୍ଧି ଡଲିଙ୍କ ତଣ୍ଟି କାଟି ଦେଇଥିଲେ ଓ ପ୍ରଶାନ୍ତଙ୍କ ତଣ୍ଟି କାଟିବା ସହ ତାର ଗୁପ୍ତାଙ୍ଗ କାଟି ଦେଇଥିଲେ। ପରେ ଉଭୟଙ୍କୁ କେନାଲକୁ ଫୋପାଡ଼ି ଦେଇଥିଲେ।

ଉଭୟଙ୍କ ଚିତ୍କାର ଶୁଣି  ସ୍ଥାନୀୟ ଲୋକେ ଉଦ୍ଧାର କରି ଯାଜପୁର ମେଡିକାଲରେ ଭର୍ତ୍ତି କରିଥିଲେ। ପରେ ଉଭୟଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।  ଅନ୍ୟପକ୍ଷରେ  ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ।

ଅଧିକ ପଢ଼ନ୍ତୁ: ମହଙ୍ଗା ପଡ଼ିଲା ପ୍ରେମ, ମାରିବାକୁ ଖୋଜୁଛନ୍ତି ସୁଟର୍ 

Jajpur Attempt To Murder
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ