ଅଜବ ଚିନ୍ତାଧାରା ! ୧୧ ଛୁଆ ଜନ୍ମ କଲା ପରେ ବି ସ୍ୱାମୀର ମନ ବୁଝୁନି..

ଜନ୍ମ ନିୟନ୍ତ୍ରଣ ଅସ୍ତ୍ରୋପଚାର ଯୋଗୁଁ ସ୍ୱାମୀ ନାରାଜ । ୧୧ଟି ଛୁଆ ପରେ ମହିଳା ଅସ୍ତ୍ରୋପଚାର କରିଥିଲେ ।

Superstition

୧୧ଟି ଛୁଆ ପରେ ସ୍ତ୍ରୀ ପରିବାର ନିୟୋଜନ ଅସ୍ତ୍ରୋପଚାର କରାଇବାରୁ ସ୍ୱାମୀ ନାରାଜ । ୩ ଦିନ ହେଲା ସ୍ତ୍ରୀକୁ ଘରେ ପୁରାଉ ନାହିଁ ସ୍ୱାମୀ । କେନ୍ଦୁଝର ତେଲକୋଇରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ତେଲକୋଇ ସଲେଇକେନା ଡ଼ିମିରିଆ ଗାଁର ରବି ଦେହୁରୀଙ୍କ ସ୍ତ୍ରୀ ଜାନକୀ ଏବେ ୩ ଦିନ ହେଲା ବାହାରେ ଭୋକ ଉପାସରେ ପଡ଼ି ରହିଛନ୍ତି ।

ତାଙ୍କ ସ୍ୱାମୀଙ୍କୁ ଯିଏ ବି ବୁଝାଉଛି ସ୍ୱାମୀ ଧନୁ ତୀର ଧରି ତାଙ୍କୁ ମାରିବାକୁ ବାହାରୁଛନ୍ତି । ଜାନକୀଙ୍କ ୧୦ଟି ସନ୍ତାନ ଅଛନ୍ତି । ଗୋଟିଏ ଛୁଆ ଆଗରୁ ମରି ଯାଇଛି । ଏତେ ସନ୍ତାନ ଯୋଗୁଁ ଯୋଗୁଁ ଜାନକୀଙ୍କ ସ୍ୱାସ୍ଥ୍ୟ ଭଲ ରହୁ ନାହିଁ । ତେଣୁ ସେ ମେଡିକାଲ ଯାଇ ପରିବାର ନିୟୋଜନ ଅସ୍ତ୍ରୋପଚାର କରାଇଥିଲେ । ଏହା ପରଠାରୁ ତାଙ୍କ ସ୍ୱାମୀ ତାଙ୍କୁ ଘରେ ପୁରାଇ ଦେଉନଥିବା ଅଭିଯୋଗ ହୋଇଛି । ସେ ଭାବୁଛନ୍ତି ପରିବାର ନିୟୋଜନ ଅସ୍ତ୍ରୋପଚାର ଯୋଗୁଁ ସ୍ତ୍ରୀ ଅପବିତ୍ର ହୋଇ ଯାଇଛନ୍ତି । ଏହା ଦ୍ୱାରା ପୂର୍ବପୁରୁଷ ପିଣ୍ଡ ପାଇବେ ନାହିଁ । ତେଣୁ ସେ ସ୍ତ୍ରୀକୁ ଆଉ ରଖିବେ ନାହିଁ ।