Advertisment

ଭଡ଼ା ଘରୁ ଝୁଲନ୍ତା ଅବସ୍ଥାରେ ମିଳିଲା ଓଡ଼ିଆ ଅଭିନେତ୍ରୀଙ୍କ ମୃତଦେହ, ସୁଇସାଇଡ୍‌ ନୋଟ୍‌ ଜବତ...

ଘର ଭିତରୁ ଝୁଲନ୍ତା ଅବସ୍ଥାରେ ଓଡ଼ିଆ ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ମୃତଦେହ ମିଳିଛି। ଘର ମାଲିକ ରଶ୍ମିରେଖାଙ୍କ ମୃତଦେହ ଫ୍ୟାନ୍‌ରେ ଝୁଲନ୍ତା ଅବସ୍ଥାରେ ଦେଖିବା ପରେ ପୋଲିସ୍‌କୁ ଖବର ଦେଇଥିଲେ।

ଅଦ୍ୟତନ ହୋଇଛି
Odia Tele Actress Found Dead In Bhubaneswar

Odia Tele Actress Found Dead In Bhubaneswar

Advertisment

ଘର ଭିତରୁ ଝୁଲନ୍ତା ଅବସ୍ଥାରେ ଓଡ଼ିଆ ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ମୃତଦେହ ମିଳିଛି। ଭୁବନେଶ୍ୱର ନୟାପଲ୍ଲୀ ଗଡ଼ ସାହି ସ୍ଥିତ ଭଡ଼ା ଘରୁ ସନ୍ଦେହଜନକ ଅବସ୍ଥାରେ ରଶ୍ମିରେଖାଙ୍କ ମୃତଦେହ ମିଳିବା ପରେ ମୃତ୍ୟୁକୁ ନେଇ ସସ୍‌ପେନ୍ସ ଦେଖାଦେଇଛି। ଏହା ଆତ୍ମହତ୍ୟା ନା ଏହା ପଛରେ ଆଉ କିଛି କାରଣ ରହିଛି ତାକୁ ନେଇ ପ୍ରଶ୍ନ ଉଠିଛି।

Advertisment

ସୂଚନା ଅନୁସାରେ, ଘର ମାଲିକ ରଶ୍ମିରେଖାଙ୍କ ମୃତଦେହ ଫ୍ୟାନ୍‌ରେ ଝୁଲନ୍ତା ଅବସ୍ଥାରେ ଦେଖିବା ପରେ ପୋଲିସ୍‌କୁ ଖବର ଦେଇଥିଲେ। ଖବରପାଇ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଭିତରପଟୁ ବନ୍ଦ ଥିବା ରୁମ୍ ଖୋଲି ରଶ୍ମିରେଖାଙ୍କ ମୃତଦେହ ଉଦ୍ଧାର କରିଥିଲା। ଏହାସହ ଘର ଭିତରୁ ପୋଲିସ୍‌ ସୁଇସାଇଡ୍ ନୋଟ୍ ଜବତ କରିଛି।ଯେଉଁଥିରେ ତାଙ୍କ ମୃତ୍ୟୁ ପାଇଁ ରଶ୍ମିରେଖା କାହାକୁ ଦାୟୀ କରି ନଥିବା ପୋଲିସ୍ ସୂଚନା ଦେଇଛି। ପୋଷ୍ଟମର୍ଟମ୍ ପରେ ମୃତଦେହକୁ ପୋଲିସ୍ ତାଙ୍କ ପରିବାରବର୍ଗକୁ ହସ୍ତାନ୍ତର କରିଛି। 

ସୂଚନା ଅନୁସାରେ, ଗତ ଦେଢ଼ମାସ ହେଲା ରଶ୍ମିରେଖା ନୟାପଲ୍ଲୀରେ ଜଣେ ପୁରୁଷ ବନ୍ଧୁଙ୍କ ସହ ରହି ଆସୁଥିଲେ। ଚାକିରି କରିଥିବାରୁ ସମ୍ପୃକ୍ତ ଯୁବକ କିଛିଦିନ ହେବ ବାହାରେ ରହୁଛନ୍ତି।ତେବେ କେଉଁ ପରିସ୍ଥିତିରେ ରଶ୍ମିରେଖାଙ୍କ ମୃତ୍ୟୁ ହେଲା ତାହା ଜଣାପଡ଼ିନି। ସେ ଆତ୍ମହତ୍ୟା କରିଛନ୍ତି ନା ମାନସିକ ଚାପରେ ପଡ଼ି ଏଭଳି ଚରମ ପଦକ୍ଷେ ନେଇଛନ୍ତି ? ନା ଲିଭ୍‌ ଇନ୍‌ ରିଲେସନଶିପ୍‌କୁ ନେଇ ଥିଲା କିଛି ମାନସିକ ଚାପ ? ଏସବୁ ଦିଗକୁ ନେଇ ପୋଲିସ୍‌ ଖୋଳତାଡ଼ ଆରମ୍ଭ କରିଛି। ଘଟଣାର ଅଧିକ ତଦନ୍ତ ଲାଗି ରଶ୍ମିରେଖାଙ୍କ ପୁରୁଷ ବନ୍ଧୁଙ୍କ ପୋଲିସ୍‌ ପଚରାଉଚରା କରିପାରେ ବୋଳି ଜଣାପଡ଼ିଛି। 

Advertisment
Odia Actress Actress Rashmi Rekha Ojha Odia Actress Found Dead
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ