Advertisment

’ସନ୍ତୋଷ ପାତ୍ର ମୋ ଝିଅକୁ ମାରିଛି, ତାକୁ ଜେଲ୍‌ ପଠାଯାଉ’

ଭଡ଼ା ଘରୁ ଝୁଲନ୍ତା ଅବସ୍ଥାରେ ଓଡ଼ିଆ ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ମୃତଦେହ ମିଳିବା ପରେ ସନ୍ଦେହ ସୃଷ୍ଟି ହୋଇଛି। ଝିଅର ମୃତ୍ୟକୁ ନେଇ ରଶ୍ମିରେଖାଙ୍କ ବାପା ମଧ୍ୟ ସନ୍ଦେହ ପ୍ରକାଶ କରିଛନ୍ତି।

Odia serial actress Rashmirekha commits suicide

Odia serial actress Rashmirekha commits suicide

Advertisment

‘ମୋ ଝିଅ ୪ ବର୍ଷ ହେଲା ଭୁବନେଶ୍ୱରରେ ଭଡ଼ା ଘରେ ରହୁଥିଲା। ଘର ମାଲିକଙ୍କ କହିବା ଅନୁସାରେ, ସନ୍ତୋଷ ଓ ମୋ ଝିଅ(ରଶ୍ମି) ସ୍ୱାମୀ ସ୍ତ୍ରୀ ଭଳି ରହୁଥିଲେ। ସେମାନେ କୁଆଡ଼େ ବିବାହ କରିଥିଲେ। ହେଲେ ବାହାଘର ବିଷୟରେ ଆମେ କିଛିବି ଜାଣିନୁ। ସେ ମଧ୍ୟ ଘରେ ଏସମ୍ପର୍କରେ କିଛି କହି ନଥିଲା। ତେଣୁ ମୋ ଝିଅର ମୃତ୍ୟୁ ପଛରେ ସନ୍ତୋଷର ହାତ ଥିବା ସନ୍ଦେହ କରୁଛୁ।’... ଏଭଳି କିଛି କହିଛନ୍ତି ମୃତ ଓଡ଼ିଆ ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ବାପା। ଭଡ଼ା ଘରୁ ଝୁଲନ୍ତା ଅବସ୍ଥାରେ ଓଡ଼ିଆ ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ମୃତଦେହ ମିଳିବା ପରେ ସନ୍ଦେହ ସୃଷ୍ଟି ହୋଇଛି। ଝିଅର ମୃତ୍ୟକୁ ନେଇ ରଶ୍ମିରେଖାଙ୍କ ବାପା ମଧ୍ୟ ସନ୍ଦେହ ପ୍ରକାଶ କରିଛନ୍ତି। 

Advertisment

ମୃତ ରଶ୍ମିରେଖାଙ୍କ ବାପା କହିଛନ୍ତି, ‘ମୋ ଝିଅ ୪ ବର୍ଷ ହେଲା ଭୁବନେଶ୍ୱରରେ ରହୁଥିଲା। ସିରିୟଲରେ ଅଭିନୟ କରିବା ପରଠୁ ସେ ଘରକୁ ଯା’ଆସ କରେ। ସିରିୟଲ ସରିବା ପରେ ସେ ଫାଇନାନ୍ସ କମ୍ପାନୀରେ କାମ କରୁଥିଲା ଓ ନୟାପଲ୍ଲୀରେ ଭଡ଼ା ଘରେ ରହୁଥିଲା। ସବୁକିଛି ଠିକ୍‌ଠାକ୍‌ ଚାଲିଥିଲା। ସେଇ କମ୍ପାନୀରେ କାମ କରୁଥିବା ସନ୍ତୋଷ ପାତ୍ର ନାମକ ଜଣେ ଯୁବକ ୧୧ ତାରିଖ ଦିନ ମୋତେ ଫୋନ୍‌ କରିଥିଲା। ଝଗଡ଼ା ହୋଇଛି ଓ ରଶ୍ମିର ଆଖି ମାଡ଼ ହୋଇଥିବା କଥା ସେ କହିଥିଲା। ଏହାପରେ ଝିଅକୁ ଦେଖା କରିବାକୁ ମୁଁ ଯାଇଥିଲି। ଶନିବାର ଦିନ ଆମେ ଯେତେଥର ଝିଅକୁ ଫୋନ୍‌ କରିଥିଲୁ ସେ ଆଉ ଫୋନ୍‌ ଉଠାଇ ନଥିଲା। ସେଇଦିନ ସନ୍ଧ୍ୟାରେ ସନ୍ତୋଷ ଫୋନ୍‌ କରି କହିଲା ତୁମ ଝିଅ ଆଉ ନାହିଁ। ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛି।’

ମିଳିଥିବା ସୁଇସାଇଡ୍‌ ନୋଟ୍‌ ରଶ୍ମି ଲେଖିଛି ନା ଆଉ କିଏ, ତାହା ଜଣାପଡ଼ିନି। ତଦନ୍ତ ହେଲେ ପ୍ରକୃତ ସତ ଜଣାପଡ଼ିବ ବୋଲି ରଶ୍ମିରେଖାଙ୍କ ବାପା କହିଛନ୍ତି। ସେ କହିଛନ୍ତି, ‘ମୋ ଝିଅକୁ ସନ୍ତୋଷ ପାତ୍ର ହତ୍ୟା କରିଛି। ତାକୁ ଜେଲ୍ ପଠାଯାଉ ଓ ଦଣ୍ଡ ମିଳୁ।’

Advertisment

ସୂଚନା ଅନୁସାରେ, ଗତ ଦେଢ଼ମାସ ହେଲା ରଶ୍ମିରେଖା ନୟାପଲ୍ଲୀରେ ଜଣେ ପୁରୁଷ ବନ୍ଧୁଙ୍କ ସହ ରହି ଆସୁଥିଲେ। ଚାକିରି କରିଥିବାରୁ ସମ୍ପୃକ୍ତ ଯୁବକ କିଛିଦିନ ହେବ ବାହାରେ ରହୁଛନ୍ତି। କେଉଁ ପରିସ୍ଥିତିରେ ରଶ୍ମିରେଖାଙ୍କ ମୃତ୍ୟୁ ହେଲା ତାହା ଜଣାପଡ଼ିନି। ସେ ଆତ୍ମହତ୍ୟା କରିଛନ୍ତି ନା ମାନସିକ ଚାପରେ ପଡ଼ି ଏଭଳି ଚରମ ପଦକ୍ଷେ ନେଇଛନ୍ତି ? ନା ଲିଭ୍‌ ଇନ୍‌ ରିଲେସନଶିପ୍‌କୁ ନେଇ ଥିଲା କିଛି ମାନସିକ ଚାପ ? ଏସବୁ ଦିଗକୁ ନେଇ ପୋଲିସ୍‌ ଖୋଳତାଡ଼ ଆରମ୍ଭ କରିଛି। 

Odia Actress Odia TV Actress Rashmirekha Ojha Actress Rashmi Rekha Ojha Odia Actress Found Dead
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ