Death person
ମୋ ପୁଅକୁ ନିର୍ଯାତନା ଦିଆଯାଉଥିଲା...। ବୋହୂ, ତାର ମା’ ଓ ବାପା ତାକୁ ନିର୍ଯାତନା ଦେଉଥିଲେ... । ଏଥିପାଇଁ ମୋ ପୁଅ ମରିଗଲା। ଏପରି ଅଭିଯୋଗ ଆଣି ଲାଲବାଗ ଥାନାରେ ଅଭିଯୋଗ କରିଛନ୍ତି ଓଡ଼ିଆ ରାପର୍ ଅଭିନବ ସିଂହଙ୍କ ବାପା। ବେଙ୍ଗାଲୁରୁରେ ଅଭିନବଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି।
ସ୍ତ୍ରୀ ତାଙ୍କ ପରିବାର ଲୋକେ ନିର୍ଯାତନା ଦେବା କାରଣରୁ ଅଭିନବ ଆତ୍ମହତ୍ୟା କରିଥିବା ପରିବାର ଲୋକ ଅଭିଯୋଗ ଆଣିଛନ୍ତି। ତାଙ୍କ ମୃତ୍ୟୁ ପରେ ବେଙ୍ଗାଲୁରୁ ଲାଲବାଗ ଥାନାରେ ପରିବାର ଲୋକେ ଲିଖିତ ଅଭିଯୋଗ କରିଛନ୍ତି।
ଏପରିକି ପୁଅ ମାନସିକ ଚାପରେ ଥିବା ନେଇ ପରିବାର ଲୋକ ଅଭିଯୋଗ ଆଣିଛନ୍ତି। ବେଙ୍ଗାଲୁରୁ ପୁଲିସ ମୃତଦେହକୁ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।
ଅଭିନବଙ୍କ ଘର କଟକର କାଳିଗଳି ନିକଟରେ। ସେ ବେଙ୍ଗାଲୁରୁରେ ନିଜ ସ୍ତ୍ରୀ ସହ ରହୁଥିଲେ। ତେବେ ଅଭିନବଙ୍କ ମୃତ୍ୟୁ କିପରି ହେଲା, ସେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି ତାହା ଜଣାପଡ଼ି ନାହିଁ। ପୁଲିସ ଘଟଣାର ତଦନ୍ତ କରୁଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1739349624.jpg)