Advertisment

ଟଙ୍କା ଅଭାବରୁ ଚୋରି କରି ବନ୍ଧା ହେଲେ ଫିଲ୍ମ ପ୍ରଯୋଜକ

ଚୋରି ହେବାର ଥାନାରେ ଅଭିଯୋଗ ହେବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା।

Odia movie producer ‘steals’ concrete mixer

Odia movie producer ‘steals’ concrete mixer

Advertisment

ଟଙ୍କା ଅଭାବରୁ ଚୋରି କଲେ ଫିଲ୍ମ ପ୍ରଯୋଜକ। ଏକ ସିମେଣ୍ଟ ମିକ୍ସଚର ମେସିନ୍ ଚୋରି କରି ନେଇଗଲେ ପ୍ରଯୋଜକ। ଆଉ ଏହି ଚୋରି ସମୟର ଭିଡିଓ ସିସିଟିଭି କ୍ୟାମେରାରେ କଏଦ ହୋଇଛି।  ଗଂଜାମ ଜିଲ୍ଲା ଖଲ୍ଲିକୋଟ ସହରର ଏ ଘଟଣା। ବନବିଭାଗ ଅଫିସ୍ ସାମନାରେ ରଖାଯାଇଥିବା ଏହି ମିକ୍ସଚର ମେସିନ୍‌କୁ ଚୋରି କରି ନେଇଥିଲେ ଫିଲ୍ମ ପ୍ରଯୋଜକ ସୀତାଂଶୁ ମହାନ୍ତି ନାମକ ବ୍ୟକ୍ତି। ଏହି ମେସିନ୍‌କୁ ଚୋରି କରି ଏକ କବାଡିବାଲାକୁ ବିକ୍ରି କରି ଦେଇଥିଲେ। ତେବେ ପୋଲିସର ତଦନ୍ତ ପରେ ଅଭିଯୁକ୍ତ ପ୍ରଯୋଜକଙ୍କ ସହ ଚୋରିରେ ସମ୍ପୃକ୍ତ କବାଡିବାଲାକୁ ଗିରଫ କରିଛି ଖଲ୍ଲିକୋଟ ପୋଲିସ।

Advertisment

ଖଲ୍ଲିକୋଟ କରଣ ସାହିରେ ଚାଲିଥିବା ରାସ୍ତାକାମରେ ବ୍ୟବହୃତ ହେଉଥିବା ଏହି ମିକ୍ଚର ମେସିନ୍ କାମ ସରିବା ପରେ ଏହି ମେସିନ୍‌କୁ ବନବିଭାଗ ଅଫିସ୍ ସାମନାରେ ରଖିଥିଲେ ଠିକାଦାର। ଗତ ୬ ତାରିଖ ରାତିରେ ଏହି ମେସିନ୍ ଚୋରି ହୋଇଯାଇଥିଲା। ମେସିନ୍ ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ କରିଥିଲେ ମେସିନର ମାଲିକ। ତେବେ ତଦନ୍ତବେଳେ ସିସିଟିଭିରୁ ଧରା ପଡିଥିଲା ଏହି ଚୋରି। ଏକ ଜିପ୍ ସହାୟତାରେ ଏହି ମେସିନ୍‌କୁ ଟାଣି ନେଉଥିବା ଦେଖିବାକୁ ମିଳିଥିଲା। 

ପ୍ରଥମେ ସିସିଟିଭି ଫୁଟେଜରେ ଥିବା ପୋଲସରା ଅଞ୍ଚଳର ପିକଅପ ଗାଡ଼ି ନମ୍ବର (ଓଡ଼ି୦୭ଏଚ୯୫୪୨)କୁ ଧରିଥିଲା ପୋଲିସ। ତାଠାରୁ ସମସ୍ତ ସୂଚନା ପାଇଥିଲା ପୋଲିସ। IICଙ୍କ କହିବା ଅନୁଯାୟୀ,କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ମେହେନ୍ଦି ନଗର ଗ୍ରାମର ସୁତାଂଶୁ ମହାନ୍ତି ଜଣେ ଫିଲ୍ମ ପ୍ରଯୋଜକ। ଗୋଟିଏ ଫିଲ୍ମ ରିଲିଜ ହୋଇଥିବା ବେଳେ ଆଉ ଗୋଟିଏ ଫିଲ୍ମ ଜେଜେ ନମ୍ବର-୧ ରିଲିଜ ଅପେକ୍ଷାରେ ରହିଛି। ସେଥିରେରେ ହୋଇଥିବା କ୍ଷତିକୁ ଭରଣା କରିବା ପାଇଁ ସେ ଚୋରି ପନ୍ଥାକୁ ବାଛିଥିଲେ ସୁତାଂଶୁ। 

Advertisment

ସେ ଭୁବନେଶ୍ୱରରୁ ଆସିକା ଟିକେଟ କରି ବସରେ ବସିଥିଲେ। ଖଲିକୋଟରେ ରାସ୍ତା କଡରେ ଥିବା ମିକ୍ସଚର ମେସିନକୁ ଦେଖିବା ପରେ ଏହାକୁ ଚୋରେଇ ନେବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ। ସେ ବୁଢାମ୍ବର ଜଣେ ବ୍ୟକ୍ତିଙ୍କ ଜରିଆରେ ନିଜର ମିକ୍ସଚର ମେସିନକୁ ଭୁବନେଶ୍ୱର ନେବା ପାଇଁ ପୋଲସରାର ପିକଅପ ଗାଡ଼ିକୁ ଯୋଗାଯୋଗ କରିଥିଲେ। ତାଙ୍କ କଥାରେ ବିଶ୍ୱାସ କରି ପିକପ ଗାଡ଼ି ଖଲ୍ଲିକୋଟରୁ ମିକ୍ସଚର ମେସିନକୁ ଟାଣି ଭୁବନେଶ୍ୱର ମଞ୍ଚେଶ୍ୱର ନିକଟରେ ଥିବା ରାଜଧାନୀ କଣ୍ଟା ପାଖରେ ଛାଡି ଥିଲେ। ଆବଶ୍ୟକ ଭଡା ଦେୟ ଫୋନ ପେରେ ଦେଇଥିଲେ ସୁତାଂଶୁ। ସେ ମଞ୍ଚେଶ୍ୱର ସ୍ଥିତ କେନାଲ ବନ୍ଧ ନିକଟରେ ଥିବା ଏକ କବାଡି ଖାନାରେ ମିକ୍ସଚର ମେସିନକୁ ବିକ୍ରି କରିଦେଇଥିଲେ। କବାଡ଼ି ଖାନାର ମାଲିକ ଉତ୍ତର ପ୍ରଦେଶ ର୍ମିଜାପୁର ଜିଲ୍ଲାର କୋଟଓ୍ୱାଲି ଥାନା ଅନ୍ତର୍ଗତ ସବରୀ ଗ୍ରାମର କିସାନ ଗୁପ୍ତା ଏହାକୁ କିଣିଥିବାରୁ ତାଙ୍କୁ ମଧ୍ୟ ଗିରଫ କରିଛି ପୋଲିସ।

ଚୋରି ହେବାର ଥାନାରେ ଅଭିଯୋଗ ହେବା ପରେ ଥାନା ଏସଆଇ ଦେବାଶିଷ ମିଶ୍ର ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ଏ ସମ୍ପର୍କରେ ଖଲ୍ଲିକୋଟ ଥାନାରେ ସାମ୍ବାଦିକ ସମ୍ମିଳନୀ କରି ଆଇଆଇସି ଜଗନ୍ନାଥ ମଲ୍ଲିକ ସମସ୍ତ ସୂଚନା ଦେଇଛନ୍ତି। ପ୍ରଯୋଜକ ସୁତାଂଶୁ ଓ କବାଡିବାଲା କିସାନକୁ ପୋଲିସ ଗିରଫ କରିବା ସହ ଚୋରି ମିକ୍ସଚର ମେସିନକୁ ଉଦ୍ଧାର କରି ମାଲିକ ପ୍ରମୋଦ ସାହୁଙ୍କୁ ହସ୍ତାନ୍ତର କରାଯାଇଛି। 

Advertisment

(ଖଲ୍ଲିକୋଟରୁ ସିଲୁ ବିଶ୍ୱାଳଙ୍କ ରିପୋର୍ଟ)

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ