ବିକ୍ରି ହେଉଥିଲେ ଓଡ଼ିଆ ଯୁବତୀ; ମାଡି ବସିଲା ପୋଲିସ

ଜୋର ଜବରଦସ୍ତ ବିବାହ କରିବା ପାଇଁ ଯୁବତୀଙ୍କୁ ଅନ୍ୟ ରାଜ୍ୟକୁ ଚାଲଣ ଅଭିଯୋଗ । ଘଟଣାରେ ୩ ଜଣ ଗିରଫ ହୋଇଛନ୍ତି...

Odisha Girl

ବିବାହ ପାଇଁ ବାହାର ରାଜ୍ୟରେ ବିକ୍ରି ହେଉଛନ୍ତି ଓଡ଼ିଆ ଝିଅ । ସୁନ୍ଦରଗଡ଼ ଜିଲ୍ଲା ଗୋଠବନ୍ଧା ଗାଁରୁ ଏଭଳି ସଙ୍ଗୀନ ଅଭିଯୋଗ ଆସିଛି । ପ୍ରଲୋଭନ ଦେଖାଇ ଅନ୍ୟ ରାଜ୍ୟକୁ ନେଇ ଜୋର ଜବରଦସ୍ତ ବିବାହ କରିବା ପାଇଁ ଯୁବତୀଙ୍କୁ ଚାଲଣ କରାଯାଉଥିବା ଅଭିଯୋଗ ହୋଇଛି । ଘଟଣାରେ ସଂପୃକ୍ତ ୩ ଜଣ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ୍ ।

ସୂଚନା ଅନୁସାରେ, ଲଳିନ୍ଦ୍ର ବେକ୍ ନିଜ ଝିଅର ନିଖୋଜ ନେଇ ସୁନ୍ଦରଗଡ଼ ପୋଲିସକୁ ଖବର ଦେଥିଲେ । ଯାହା ପରେ ପୋଲିସ୍ ଏକ ଟିମ୍ ଗଠନ କରି ଛାନଭିନ ଆରମ୍ଭ କରିଥିଲା । ଏହାରି ମଧ୍ୟରେ ଯୁବତୀ ଜଣକ କୌଶଳ କ୍ରମେ ବାପାଙ୍କୁ ଯୋଗାଯୋଗ କରି ନିଜ ବିବାହ କଥା ସହ ସେ ମଧ୍ୟପ୍ରଦେଶରେ ଥିବା ଘଟଣା କହିଥିଲେ । ଯାହା ପରେ ସୁନ୍ଦରଗଡ଼ ପୋଲିସ୍ ଯୁବତୀକୁ ମଧ୍ୟପ୍ରଦେଶ କରୁଆଖେଡି ଗାଁରୁ ଉଦ୍ଧାର କରିଥିଲା ।

ଘଟଣାକୁ ନେଇ ସୁନ୍ଦରଗଡ ଏସ୍ପି ସାଗରିକା ନାଥ କହିଛନ୍ତି, ‘ସୁନ୍ଦରଗଡ ଅଞ୍ଚର ଝିଅ ମାନଙ୍କୁ ନେଇ ମଧ୍ୟପ୍ରଦେଶ , ହରିୟାଣା , ଗୁଜରାଟ , ଉତ୍ତରପ୍ରଦେଶ ଆଦି ରାଜ୍ୟରେ ବିବାହ ପାଇଁ ବିକ୍ରି କରାଯାଉଛି ।’ ଅନ୍ୟପକ୍ଷେ ନିଜ ଝିଅକୁ ଫେରିପାଇ ପରିବାର ଲୋକ ଖୁସି ବ୍ୟକ୍ତ କରିଛନ୍ତି ।