Advertisment

OCAC ସିଇଓଙ୍କ ହ୍ୱାଟ୍ସଆପ୍‌ ନମ୍ବର ହ୍ୟାକ୍

ଯଦି ଜଣେ ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗର ଅତିରିକ୍ତ ସଚିବଙ୍କ ହ୍ୱାଟ୍ସଆପ୍‌ ନମ୍ବର ହ୍ୟାକ୍‌ ହୋଇପାରିଛୁ, ତା’ହେଲେ ଜଣେ ସାଧାରଣ ଲୋଙ୍କ ନମ୍ବର କିଭଳି ଭାବରେ ସୁରକ୍ଷିତ ରହିପାରିବ। ଏନେଇ ଏବେ ସାଇବର ସିକ୍ୟୁରିଟିକୁ ନେଇ ଅନେକ ପ୍ରଶ୍ନ ଉଠିଛି।

ଅଦ୍ୟତନ ହୋଇଛି
OCAC CEO  WhatsApp No Hacked

OCAC CEO WhatsApp No Hacked

Advertisment

ଭୁବନେଶ୍ୱର: OCAC ସିଇଓ ତଥା ରାଜ୍ୟ ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗର ଅତିରିକ୍ତ ସଚିବ ମନୋଜ କୁମାର ପଟ୍ଟନାୟକଙ୍କ ହ୍ୱାଟ୍ସଆପ୍‌ ନମ୍ବର ହ୍ୟାକ୍ ହୋଇଥିବା ସୂଚନା ମିଳିଛି। ସାଇବର ହ୍ୟାକର୍‌ ମନୋଜଙ୍କ ହ୍ୱାଟ୍ସଆପ୍‌ ନମ୍ବର ହ୍ୟାକ୍‌ କରି ତାଙ୍କ ସାଙ୍ଗ ଓ ସମ୍ପର୍କୀୟଙ୍କୁ ମନୋଜଙ୍କ ନାଁ ନେଇ ଟଙ୍କା ମାଗିଥିବା ଅଭିଯୋଗ ହୋଇଛି। 

Advertisment

ମନୋଜଙ୍କ କେତେକ ବନ୍ଧୁ ଓ ସମ୍ପର୍କୀୟ ବ୍ୟାଙ୍କ ଆକାଉଣ୍ଟ ଓ ୟୁପିଆଇରେ ଟଙ୍କା ଦେଇଥିବା ସୂଚନା ମିଳିଛି। ମନୋଜଙ୍କ ଜଣାଶୁଣା ୫ ଜଣ ଲୋକ ୭ ଲକ୍ଷ ଟଙ୍କା ଦେଇଥିବା ଜଣାପଡ଼ିଛି।  ଯେଉଁମାନେ ଟଙ୍କା ଦେଇଛନ୍ତି, ସେମାନେ ଏ ସମ୍ପର୍କରେ ଭୁବନେଶ୍ୱର ସହିଦ ନଗର ଥାନାରେ ଏତଲା ଦେଇଛନ୍ତି। ସେ ନିଜେ ମଧ୍ୟ ଥାନାରେ ଏତଲା ଦେବେ ବୋଲି ମନୋଜ ପଟ୍ଟନାୟକ କହିଛନ୍ତି।  

ଘଟଣାକୁ ନେଇ ମନୋଜ ପଟ୍ଟନାୟକ କହିଛନ୍ତି, ଗତକାଲି ଏକ ଅଜଣା ନମ୍ବରରୁ ତାଙ୍କ ପାଖକୁ କଲ୍ ଆସିଥିଲା। ଆର ପଟୁ କେହି କିଛି ନ କହିବାରୁ ୩୦ ସେକେଣ୍ଡ ପରେ ସେ କଲ୍ କାଟି ଦେଇଥିଲେ। ଏହାର କିଛି ସମୟ ପରେ ଜଣେ ସାଙ୍ଗ ଫୋନ୍ କରି ପଚାରିଥିଲେ ଯେ, ମନୋଜଙ୍କ ସ୍ୱାସ୍ଥ୍ୟ କେମିତି ଅଛି। ଏହାସହ ଟଙ୍କା ମାଗିବାର ମେସେଜ୍ ଆସିଥିବା ସେ ମନୋଜଙ୍କୁ କହିଥିଲେ। ଏହାପରେ ହ୍ୱାଟ୍ସଆପ୍‌ ନମ୍ବର ହ୍ୟାକ୍‌ ହୋଇଥିବା ଜାଣିବାକୁ ପାଇଥିଲେ ବୋଲି ମନୋଜ ପଟ୍ଟନାୟକ କହିଛନ୍ତି। 

Advertisment

ମନୋଜଙ୍କ ଆଉ କେତେକ ସାଙ୍ଗ ଓ ସମ୍ପର୍କୀୟଙ୍କ ନିକଟକୁ ମଧ୍ୟ ଫୋନ୍ ଆସିଥିଲା। ସେମାନଙ୍କ ପାଖକୁ ମଧ୍ୟ ଟଙ୍କା ମାଗିବାର ମେସେଜ ଆସିଥିଲା। ଏପରିକି ମନୋଜଙ୍କ ଅଫିସ୍‌ର କିଛି ଷ୍ଟାଫ୍ ମଧ୍ୟ ଟଙ୍କା ଦେଇଛନ୍ତି। ଏବେ ବି ନିଜ ଫୋନ୍‌ରେ ମନୋଜ ପଟ୍ଟନାୟକ ହ୍ୱାଟ୍ସଆପ୍‌ ଇନ୍‌ଷ୍ଟଲ୍‌ କରିପାରି ନାହାନ୍ତି। ଏପରିକି ସେ କୌଣସି ଲିଙ୍କ୍‌ରେ ମଧ୍ୟ କ୍ଲିକ କରି ନାହାନ୍ତି। ତା’ହେଲେ କିପରି ଭାବେ ଦୁର୍ବୃତ୍ତ ହ୍ୱାଟ୍ସଆପ୍‌ ହ୍ୟାକ୍ କଲା ? ଏନେଇ ସେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। 

ଯଦି ଜଣେ ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗର ଅତିରିକ୍ତ ସଚିବଙ୍କ ହ୍ୱାଟ୍ସଆପ୍‌ ନମ୍ବର ହ୍ୟାକ୍‌ ହୋଇପାରିଛୁ, ତା’ହେଲେ ଜଣେ ସାଧାରଣ ଲୋଙ୍କ ନମ୍ବର କିଭଳି ଭାବରେ ସୁରକ୍ଷିତ ରହିପାରିବ, ଏବେ ସାଇବର ସିକ୍ୟୁରିଟିକୁ ନେଇ ଅନେକ ପ୍ରଶ୍ନ ଉଠିଛି। 

Advertisment
Cyber Fraud OCAC CEO Manoj Pattnaik Social Account Hacked
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ