Nuapada MVI
ନୂଆପଡ଼ା MVI ବିଜୟ କୁମାର ବେହୁରିଆ ଗିରଫ । ନୂଆପଡ଼ାରୁ ଭୁବନେଶ୍ବର ଯାଉଥିବା ବେଳେ ଗତକାଲି ବିଜୟଙ୍କ ଗାଡ଼ିରୁ ୧ ଲକ୍ଷ ୩୨ ହଜାର ଟଙ୍କା ଜବତ କରିଥିଲା ଭିଜିଲାନ୍ସ । ଖୋର୍ଦ୍ଧା ମେଡିକାଲ ସାମ୍ନାରେ ଗାଡ଼ି ଅଟକାଇ ଯାଂଚ କରିଥିଲା ଭିଜିଲାନ୍ସ । ଏହି ସମୟରେ ମିଳିଥିବା ଟଙ୍କା ବାବଦରେ ସନ୍ତୋଷଜନକ ଉତ୍ତର ଦେଇନପାରିବାରୁ ନୂଆପଡ଼ା MVI ବିଜୟ କୁମାର ବେହୁରିଆଙ୍କୁ ଭିଜିଲାନ୍ସ ଗିରଫ କରିଛି । ଏହାସହ ନୂଆପଡ଼ା ସ୍ଥିତ ତାଙ୍କ ଘର, ଜଗତସିଂହପୁର ସ୍ଥିତ ପୈତୃକ ଘର, ଭୁବନେଶ୍ବର ଶୈଳଶ୍ରୀ ବିହାର ସ୍ଥିତ ଘର, ନୂଆପଡ଼ା MVI ଅଫିସ ଚାମ୍ବରରେ ଏକକାଳୀନ ରେଡ୍ କରିଥିଲା ଭିଜିଲାନ୍ସ ଟିମ୍ ।
ସୂଚନା ଅନୁସାରେ ଗତକାଲି ନୂଆପଡ଼ା ଏମ୍ଭିଆଇ ଭିଜିଲାନ୍ସ ଧରିଥିଲା । ୧ ଲକ୍ଷ ୩୨ ହଜାର ଟଙ୍କା ନେଇ ଆସିବା ବାଟରେ ବିଜୟ ବେହୁରିଆଙ୍କୁ ଧରିଥିଲା ଭିଜିଲାନ୍ସ । ନୂଆପଡ଼ାରୁ ସେ ଭୁବନେଶ୍ବର ଆସୁଥିବା ବେଳେ ଖୋର୍ଦ୍ଧାରେ ଧରାପଡ଼ିଥିଲେ । ଧରାପଡ଼ିଥିବା ଟଙ୍କା ପିସି ଆକାରରେ ଆଦାୟ ହୋଇଥିବା ସନ୍ଦେହ କରାଯାଉଛି। ଜବତ ଟଙ୍କାର କୌଣସି ସନ୍ତୋଷଜନକ ଉତ୍ତର ଦେଇ ପାରି ନଥିଲେ ବିଜୟ ବେହୁରିଆ । ଏହାପରେ ଭିଜିଲାନ୍ସ ପକ୍ଷରୁ ୫ଟି ସ୍ଥାନରେ ରେଡ୍ କରାଯାଇଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1725779482.jpg)