Notorious Criminal Tima Arrested
ସମ୍ବଲପୁର: ଫେରାର ହେବାର ୩ ବର୍ଷ ପରେ ଧରାପଡିଲା କୁଖ୍ୟାତ ଅପରାଧୀ ଧନେଶ୍ୱର ଝାଙ୍କର ଓରଫ ଟିମା। ସମ୍ବଲପୁର ପୋଲିସ ସଦର ଥାନା ଅଞ୍ଚଳରୁ ଟିମା ଓ ତାର ୩ ଜଣ ସହଯୋଗୀଙ୍କୁ ପୋଲିସ୍ କାବୁ କରିଛି।
ଟିମା ନାଁରେ ରାଜ୍ୟର ବିଭିନ୍ନ ଥାନାରେ ଡକାୟତି, ଲୁଟ୍, ହତ୍ୟା ଉଦ୍ୟମ ଭଳି ୪୧ଟି ମାମଲା ରହିଛି। ଆଜି ଏକ ପ୍ରେସ୍ମିଟ୍ରେ ଏନେଇ ସୂଚନା ଦେଇ ସମ୍ବଲପୁର ଏସ୍ପି କହିଛନ୍ତି, ୨୦୧୮ରେ ଏକ ମାମଲାରେ କୁଚିଣ୍ଡା ପୋଲିସ ତାକୁ ଗିରଫ କରିଥିଲା। କେନ୍ଦୁଝର ପୋଲିସ ଏକ ପୁରୁଣା ମାମଲାରେ ତାକୁ ରିମାଣ୍ଡରେ ନେବା ବେଳେ ସେ ଚମ୍ପଟ ମାରିଥିଲା।
Also Read
ଟିମାର ନିଜ ଘର ସମ୍ବଲପୁର ଜିଲ୍ଲା ସଦର ଥାନା ଅନ୍ତର୍ଗତ ରାସନ ପୁର ଗାଁରେ। ବିଭିନ୍ନ ଅପରାଧିକ ମାମଲାରେ ସମ୍ପୃକ୍ତ ଥିବା ଟିମାକୁ ଧରିବା ପାଇଁ ଗତ ୩ ମାସ ହେଲା ପୋଲିସ ଜାଲ ବିଛାଇ ଥିଲା। ଶେଷରେ ଗତକାଲି ପୋଲିସ୍ଟିମା ଓ ତାର ଅନ୍ୟ ୩ ଜଣ ସହଯୋଗୀଙ୍କୁ ଗିରଫ କରିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us
