Advertisment

ହ୍ୱାଟସଆପ୍‌ କଲ୍‌ ଆସୁଥିଲେ ସାବଧାନ ! ଫୋନ୍‌ ଉଠାଇ ମହିଳା ହରାଇଲେ ୨୭ ଲକ୍ଷ

ସନ୍ଦିଗ୍ଧ ଜଣକ ଭାଟିଆଙ୍କୁ ସିମ ଆପ୍ଲିକେସନ୍‌ରେ eSIM ଫିଚର ଚୟନ କରିବାକୁ କହିଥିଲେ। ଏହାପରେ ମେସେଜ୍‌ରେ ଯାଇଥିବା ଓଟିପି ଦେବାକୁ କହିଥିଲେ। ମହିଳାଜଣକ ଏପରି କରିବା ପରେ ତାଙ୍କ ସିମ୍‌ ତୁରନ୍ତ ନିଷ୍କ୍ରିୟ ହୋଇଯାଇଥିଲା।

ଅଦ୍ୟତନ ହୋଇଛି
SIM Card 'Hacking'

SIM Card 'Hacking'

Advertisment

ପ୍ରତିଦିନ ଲୋକ ସାଇବର ଠକେଇର ଶିକାର ହେଉଛନ୍ତି। ନିଜର କଷ୍ଟ ଉପାର୍ଜିତ ଅର୍ଥ କେଇ ସେକେଣ୍ଡରେ ହରାଉଛନ୍ତି। ସେହିପରି ଏକ ନୂଆ ଠକେଇର ଶିକାର ହୋଇଛନ୍ତି ନୋଏଡାର ଜଣେ ୪୪ବର୍ଷୀୟା ମହିଳା। ମହିଳା ଜଣକ eSIM ଠକେଇର ଶିକାର ହୋଇ ୨୭ଲକ୍ଷ ଟଙ୍କା ହରାଇଛନ୍ତି।

Advertisment

ସେକ୍ଟର-୮୨ର ଜ୍ୟୋତ୍ସା ଭାଟିଆ ଏକ ଘରୋଇ କମ୍ପାନୀରେ କାମ କରନ୍ତି । ଅଗଷ୍ଟ ୩୧ରେ ଟେଲିକମ୍ କମ୍ପାନୀର କଷ୍ଟମୟକେୟାର କାର୍ଯ୍ୟନିର୍ବାହୀ ଅଧିକାରୀ ବୋଲି କହି ତାଙ୍କୁ ଜଣେ ବ୍ୟକ୍ତି ହ୍ୱାଟସଆପ୍‌ କଲ୍‌ କରିଥିଲେ। କଲ୍ କରୁଥିବା ବ୍ୟକ୍ତି ତାଙ୍କୁ eSIMର ନୂତନ ଫିଚର୍ ବିଷୟରେ ସୂଚନା ଦେଇଥିଲେ । ଫୋନ୍ ହଜିଗଲେ ଏହା କିପରି ଆକ୍ଟିଭେଟ୍ ବା ସକ୍ରିୟ ହୋଇପାରିବ ସେ ବିଷୟରେ କହିଥିଲେ।

ସାଇବର କ୍ରାଇମବ୍ରାଞ୍ଚର ଷ୍ଟେସନ ହାଉସ ଅଧିକାରୀ (SHO) ବିଜୟ କୁମାର ଗୌତମଙ୍କ ସୂଚନା ଅନୁସାରେ, “ସନ୍ଦିଗ୍ଧ ଜଣକ ଭାଟିଆଙ୍କୁ ସିମ ଆପ୍ଲିକେସନ୍‌ରେ eSIM ଫିଚର ଚୟନ କରିବାକୁ କହିଥିଲେ। ଏହାପରେ ମେସେଜ୍‌ରେ ଯାଇଥିବା ଓଟିପି ଦେବାକୁ କହିଥିଲେ। ମହିଳାଜଣକ ଏପରି କରିବା ପରେ ତାଙ୍କ ସିମ୍‌ ତୁରନ୍ତ ନିଷ୍କ୍ରିୟ ହୋଇଯାଇଥିଲା। ତେବେ ସେପ୍ଟେମ୍ବର ୨ରେ ତାଙ୍କୁ ଏକ ନୂତନ ସିମ୍ ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଗଲା। SHOଙ୍କ ସୂଚନା ଅନୁସାରେ, “ସେପ୍ଟେମ୍ବର ୨ରେ ସିମ୍ କାର୍ଡ ନମିଳିବାରୁ ସେ ଗ୍ରାହକ ସେବାକେନ୍ଦ୍ରକୁ ଡାଏଲ୍ କରିଥିଲେ ଏବଂ ଡୁପ୍ଲିକେଟ୍ ସିମ୍ ପାଇଁ ତାଙ୍କୁ ସର୍ଭିସ ସେଣ୍ଟର ଯିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

Advertisment

ତେବେ ତିନି ଦିନ ପରେ ଭାଟିଆଙ୍କୁ ଏକ ନୂଆ ସିମ୍‌ ମିଳିଗଲା। କିନ୍ତୁ ବ୍ୟାଙ୍କରୁ ଅନେକ ମେସେଜ୍ ଆସିଥିଲା। ସେ ଏଫ୍ଆଇଆର୍‌ରେ ଅଭିଯୋଗ କରିଛନ୍ତି ଯେ, ସନ୍ଦିଗ୍ଧ ବ୍ୟକ୍ତି ଫିକ୍ସ ଡିପୋଜିଟ୍, ଦୁଇଟି ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଉଠାଇଥିଲେ। ତାଙ୍କ ନାଁରେ  ୭.୪୦ଲକ୍ଷ ଟଙ୍କା ଋଣ ଦେଇଥିଲେ। ଅଧିକାରୀଙ୍କ କହିବାନୁସାରେ, ଅଭିଯୁକ୍ତ ତାଙ୍କ ମୋବାଇଲ୍ ନମ୍ବର ମାଧ୍ୟମରେ ମୋବାଇଲ୍ ବ୍ୟାଙ୍କିଂ ପାଇବା ପାଇଁ ଇମେଲ୍ ଆଇଡି ହ୍ୟାକ୍ କରିଥିଲେ। ଏହିପରି ଭାବରେ ପ୍ରାୟ ୨୭ଲକ୍ଷ ଟଙ୍କା ଠକି ନେଇଥିଲେ।

ଅଭିଯୋଗ ପରେ ନୋଏଡାର ସେକ୍ଟ-୩୬, ସାଇବର କ୍ରାଇମ ପୋଲିସ ଷ୍ଟେସନରେ ଏକ ଏଫଆଇଆର ପଞ୍ଜିକୃତ ହୋଇଛି। ପୋଲିସ ସେପ୍ଟେମ୍ବର ୫ରେ ଭାରତୀୟ ଜଷ୍ଟିସ୍ କୋଡ୍ ଏବଂ ଆଇଟି ଆକ୍ଟର ଧାରା 318 (4) (ଠକେଇ) ଏବଂ 319 (2) (ଛଦ୍ମନାମ ଦ୍ୱାରା ଠକେଇ) ଅନୁଯାୟୀ ଏକ ମାମଲା ରୁଜୁ କରିଛି।

Advertisment
Online Fraud
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ